
ଭୁବନେଶ୍ବର: ହାଇୱା ଧକ୍କାରେ ତିନି ବାଇକ ଆରୋହୀ ମୃତ । ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଛକରେ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଲା ପୁଲିସ।
ସୂଚନା ଅନୁଯାୟୀ, ଏକ ବାଇକରେ ତିନି ଯୁବକ ନିଆଳି ରାସ୍ତାରେ ଯାଉଥିଲେ । ଦ୍ରୁତଗତିରେ ଆସି ଏକ ହାଇଓ୍ବା ବାଇକ୍ ପିଟିଥିଲା। ଫଳରେ ୩ ଜଣ ବାଇକ୍ ଆରୋହୀ ତଳେ ପଡି ଜୀବନ ଯାଇଛି। ଘଟଣାସ୍ଥଳରେ ପାହାଳ ପୁଲିସ ପହଞ୍ଚି ମୃତଦେହ ଗୁଡିକୁ ଜବତ ପରେ କ୍ୟାପିଟାଲ ହସ୍ପିଟାଲ ପଠାଉଛି । ବାଇକ ନମ୍ବରକୁ ଅନୁସନ୍ଧାନ କରି ପୁଲିସ ଆର୍ଟିଓ ରେକର୍ଡରେ ଥିବା ମାଲିକଙ୍କ ସହ ଯୋଗାଯୋଗ କରିଥିଲା । ଗାଡ଼ି ମାଲିକ ବହୁଦିନ ପୁର୍ବରୁ ବାଇକ ବିକ୍ରି କରିଦେଇଥିବା ପୁଲିସକୁ କହିଛନ୍ତି।




