ବାଘୁଣୀ ଜିନତକୁ କାବୁ ପାଇଁ ୩ ରାଜ୍ୟର ବନ ବିଭାଗ ଟିମ୍‌ର ଉଦ୍ୟମ

ବାରିପଦା : ଶିମିଳିପାଳ ମୁହାଁଉନି ବାଘୁଣୀ ଜିନତ। ତେଣୁ ତାକୁ ଟ୍ରାଙ୍କୁଲାଇଜ୍‌ କରି ଶୀଘ୍ର ଶିମିଳିପାଳ ଫେରାଇ ଆଣିବାକୁ ଯୋଜନା ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ(ଆରସିସିଏଫ) ଡ. ପ୍ରକାଶ ଚାନ୍ଦ ଗୋଗିନାନୀ ଏହି ସୂଚନା ଦେଇଛନ୍ତି।ମିଳିଥିବା ସୂଚନାନୁଯାୟୀ, ଗତକାଲି ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଅଞ୍ଚଳରେ ଥିବା ଜିନତ୍‌ ଆଜି ଲାଲଗଡ଼଼ ପାରି ହୋଇ ପୁରୁଲିଆରେ ପହଞ୍ଚିଛି। ପଶ୍ଚିମ ମେଦିନାପୁର ଝାରଗ୍ରାମ ଡେଇଁ ପୁରିଲିଆ ଜିଲ୍ଲା ବୁଦୱାନରେ ପହଞ୍ଚିଛି। ଏଥିଯୋଗଁ ପୁରୁଲିଆ ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ବୁଦୱାନ ଅଞ୍ଚଳର ସ୍କୁଲ ପିଲାଙ୍କୁ ସୁରକ୍ଷାବଳୟ ମଧ୍ୟରେ ପ୍ରଶାସନ ନେବା ଆଣିବା କରୁଛି। ଜିନତ୍‌‌ ୧୯ ତାରିଖରେ ଝାଡ଼ଖଣ୍ଡ ଛାଡ଼ି ପଶ୍ଚିମବଙ୍ଗରେ ପହଞ୍ଚିଥିବା ବେଳେ ଏବେ ଓଡ଼ିଶା ସୀମାଠାରୁ ପ୍ରାୟ ୧୮୦ ଓ ଶିମିଳିପାଳରୁ ୨୧୦ କିମି ଦୂରରେ ଅଛି।
ଅପରପକ୍ଷେ, ୧୭ତାରିଖରେ ଝାଡ଼ଖଣ୍ଡରେ ଜିନତ୍‌ ଶେଷ ଶିକାର କରିଥିଲା। ଗୋଟିଏ ମଇଁଷିକୁ ମାରି ଖାଇଥିଲା। ତା’ ପରଠାରୁ ଆଉ କିଛି ଖାଇନି। ତେବେ ଦୈନିକ ସେ ୨୫ରୁ ୩୦କିମି ଯାତ୍ରା କରୁଥିବା ଏବଂ ବିଶେଷକରି ଗତ ଦୁଇ ଦିନ ମଧ୍ୟରେ ୧୦୦ କିମି ଅତିକ୍ରମ କରିଥିବାରୁ ସେହି ଅନୁଯାୟୀ ତା’ର ଭୋକ ବଢ଼ିବଢ଼ି ଚାଲିଛି। ଏପରି ସ୍ଥିତିରେ ସେ ଉଭୟ ଦୁର୍ବଳ ଓ ଅଧିକ ହିଂସ୍ର ହେବାରେ ଲାଗିଛି ବୋଲି ବନ୍ୟପ୍ରାଣୀପ୍ରେମୀ କହିଛନ୍ତି। ଏହାଦ୍ବାରା ସ୍ଥିତି ଯେକୌଣସି ମୁହୂର୍ତ୍ତରେ ବିଗିଡ଼ି ଯାଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
୧୩୦ଜଣ ବନ କର୍ମଚାରୀ ଏବେ ଜିନତର ଗତିବିଧି ଉପରେ ଲଗାତାର ନଜର ରଖିଛନ୍ତି। ସୁନ୍ଦରବନର ଅଭିଜ୍ଞ ଟିମ ତାକୁ ଧରିବା ପାଇଁ ସାଙ୍ଗରେ ଅଛନ୍ତି। ଜିନତ୍‌‌ ଭୋର୍‌ରେ ଚାଲୁଥିବା ବେଳେ ସକାଳ ୬ଟାରୁ ୯ ମଧ୍ୟରେ ବିଶ୍ରାମ କରି ପୁଣି ଆଗକୁ ଅଗ୍ରସର ହୋଇ ମଧ୍ୟାହ୍ନରେ ବିଶ୍ରାମ କରୁଛି। ଜିନତ୍‌ ଏବେ ଯେଉଁଠାରେ ରହିଛି, ସେଠାରୁ ବାଂଲାଦେଶ ସୀମା ସଡ଼କ ପଥରେ ୫୦୦ କିମି ହୋଇଥିବା ବେଳେ ସର୍ଟକଟ୍‌ରେ ୩୦୦ରୁ ୩୫୦ କିମି ହେବ। ତେଣୁ ଜିନତ୍‌‌କୁ ସୁରକ୍ଷିତ ଭାବେ ଶିମିଳିପାଳ ଫେରାଇ ଆଣିବା ପାଇଁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର ବନ ବିଭାଗ ଜୋରସୋର୍‌ରେ ଉଦ୍ୟମ ଚଳାଇଛନ୍ତି।
ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ୟ୍ୟ କହିଛନ୍ତି ଯେ ମହାରାଷ୍ଟ୍ରରୁ ଆସିଥିବା ଦୁଇ ବାଘୁଣୀଙ୍କ ମଧ୍ୟରୁ ଯମୁନା ନିଜକୁ ଖାପଖୁଆଇ ଶିମିଳିପାଳ ଭୌଗଳିକ ସୀମା ମଧ୍ୟରେ ବିଚରଣ କରୁଛି। ତେଣୁ ଜିନତକୁ ଫେରାଇ ଅଣାଯିବା ପରେ ତାକୁ ପୁନର୍ବାର ଏନ୍‌କ୍ଲୋଜର୍‌ରେ ରଖି ଶିମିଳିପାଳର ପରିବେଶ ସହ ଭଲ ଭାବରେ ପରିଚିତ କରାଯିବା ଉଚିତ। ପରେ ତାକୁ କୋର୍‌ ଅଞ୍ଚଳରେ ଛାଡ଼ିଲେ, ହୁଏତ ସେ ଶିମିଳିପାଳକୁ ନିଜ ସ୍ଥାୟୀ ବାସସ୍ଥାନ ଭାବରେ ଗ୍ରହଣ କରିପାରେ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ