ଦଳର ସଭାପତିଙ୍କ ପ୍ରତି ବିଜେଡି ବିଧାୟକ ଅନୁଗତ: ଗଣେଶ୍ୱର

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି । ବିଶେଷ କରି ବିଜେଡି ବିଧାୟକଙ୍କ ମତିଗତି ଉପରେ ସମସ୍ତଙ୍କ ନଜର ରହିଛି । କ୍ଷମତାରୁ ଯିବା ପରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଥିବା ବିଜେଡି ସଭାପତିଙ୍କ ଲାଗି ରାଜ୍ୟସଭା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ନିର୍ବାଚନକୁ ମାତ୍ର ୪ ଦିନ ଥିବାବେଳେ ବିଧାୟକଙ୍କ ଲାଗି ତାଲିମ ବ୍ୟବସ୍ଥା କରିଛନ୍ତି ବିଜେଡି ସଭାପତି । ସେପଟେ ବିଜେପିର ଘୋଡ଼ା ବେପାରରେ ବିଧାୟକ ପ୍ରଭାବିତ ହେବେନାହିଁ ବୋଲି ବିଜେଡି ଦାବି କରିଛି ।

ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, “ବିଜେଡି ଆଦୌ ଭୟଭୀତ ନୁହେଁ । ଦୁର୍ବଳ ଲୋକ ଭୟ କରେ । ଆମେ ଦୁର୍ବଳ ନୋହୁଁ । ଆମେ ଦୃଢ଼ । ଆମର ଅସୁବିଧା ନଥିବାରୁ ଆମେ ଆଶ୍ୱସ୍ତ । ବିଭିନ୍ନ ପ୍ରକାର ଚାପ ବିରୋଧୀ ବିଧାୟକଙ୍କ ଉପରେ ହେଉଛି । ଘୋଡ଼ା ବେପାର ପାଇଁ ଉଦ୍ୟମ କରାଯାଉଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିରୋଧୀଙ୍କ ସଂଖ୍ୟା ରହିଛି, ତେଣୁ ଆମେ ନିର୍ବାଚନରେ ଲଢେଇ କରୁଛୁ । କିନ୍ତୁ ବିଜେପି ପାଖରେ ଯଥେଷ୍ଟ ସଂଖ୍ୟା ନାହିଁ, କିନ୍ତୁ ସେମାନେ ଲଢେଇ କରୁଛନ୍ତି । ବିଜେଡି ବିଧାୟକ ନଛୋଡବନ୍ଧା । ଦଳର ସଭାପତିଙ୍କ ପ୍ରତି ସମସ୍ତେ ଅନୁଗତ । ବିଜେଡି ବିଧାୟକଙ୍କୁ କେହି ଯୋଗାଯୋଗ କରୁନାହାନ୍ତି । ଗୋଟିଏ ଭୋଟ ଯେମିତି ଏପଟ ସେପଟ ନହେବ, ସେଥିପାଇଁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ଭୋଟ ଦେବାପାଇଁ ତାଲିମ ନେବାକୁ ପଡିବ । ଯେତେ ଶିକ୍ଷିତ ହେଲେ ମଧ୍ୟ ସାମାନ୍ୟ ଭୁଲ ହୋଇଯାଏ । ଗୋଟିଏ ଗୋଟିଏ ଭୋଟର ମୂଲ୍ୟ ଆମ ପାଇଁ ବହୁତ ଅଧିକା । ସେଥିପାଇଁ ତାଲିମ ୩ ଦିନ ହେବ । ସବୁ ଦଳ ଟେନିଂ ଦେବେ ।”

  • Related Posts

    ବିଜେଡି ଛିଡୁଛି, ବିଜେପି ବଢ଼ୁଛି

    ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବିଜେଡି ଗଡ଼ ଭୁଶୁଡି ଚାଲିଛି । କେତେବେଳେ ନେତା ଦଳ ଛାଡୁଛନ୍ତି ତ ଆଉ କେତେବେଳେ ନେତାଙ୍କୁ ଦଳ ବାହାର ରାସ୍ତା ଦେଖାଉଛନ୍ତି । ପରବର୍ତ୍ତି ସମୟରେ ସେହି ନେତାମାନେ ବିଜେପିରେ ମିଶୁଛନ୍ତି । ଯାହାଫଳରେ ଗୋଟିଏ…

    Continue reading
    ତେଜିବ ବିଜୁ ଲିଗାସୀ ରାଜନୀତି

    ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁକୁ ନେଇ ରାଜ୍ୟ ରାଜନୀତିରେ ଆଉ ଏକ ନୂଆ ସମୀକରଣ ପ୍ରସ୍ତୁତି ଚାଲିଛି । ଆସନ୍ତା ୧୭ ତାରିଖ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ସାମ୍ନାକୁ ଆସିବ ରାଜ୍ୟ ରାଜନୀତିର ନୂଆ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ