ପୂର୍ବୋଦୟ ମିଶନର ପାରାଦୀପ ହେବ ‘ବିକାଶ ଦ୍ୱୀପ’ : ଧର୍ମେନ୍ଦ୍ର

ପାରୀଦୀପ: ଶିଳ୍ପାଞ୍ଚଳ ପାରାଦୀପରେ ଯେଉଁ ସମ୍ଭାବନା ଅଛି, ତାହା ଆଗାମୀ ଦିନରେ ଓଡ଼ିଶାର ଆବଶ୍ୟକତାକୁ ପୂରଣ କରିବ। ପୂର୍ବୋଦୟ ମିଶନର ପାରାଦୀପ ‘ବିକାଶ ଦ୍ୱୀପ’ ହେବ ବୋଲି ସୋମବାର ପାରଦୀପ ନିର୍ବାଚନ ମଣ୍ଡଳୀର ଆୟୋଜିତ କାର୍ୟ୍ୟକର୍ତ୍ତା ସମ୍ମିଳନୀ’କୁ ସମ୍ବୋଧିତକରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଜଗତସିଂହପୁର ଜିଲ୍ଲାର ପାରାଦୀପ ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରଛି। ଏହି ଜିଲ୍ଲାରେ ଓଡ଼ଆ ସଂସ୍କୃତିର ପବିତ୍ର ପୀଠସ୍ଥଳ ମାଆ ସାରଳା ପୂଜା ପାଉଛନ୍ତି। ଓଡ଼ିଆ ଭାଷାର ଆଦିକବି ସାରଳା ଦାସ ଏହିଠାରୁ ଓଡିଆ ମହାଭାରତ ରଚନା କରଛିନ୍ତି। ହଜାର ହଜାର ବର୍ଷର ପୁରାତନ ଐତିହ୍ୟର ମୁକସାକ୍ଷୀ ଭାବେ ଏହି ଅଞ୍ଚଳରୁ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରି ଓଡିଶାକୁ ବୈଭବ ଆଣିଛନ୍ତି। ସେହିପରି ପୂର୍ବ ଭାରତ ତ୍ବରିତ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦୃଷ୍ଟି ସମ୍ପନ ଯୋଜନା ହେଉଛି ପୂର୍ବୋଦୟ। ଏହାର ପ୍ରମୁଖ ବିନ୍ଦୁ ହେଉଛି ଓଡିଶାର ବିକାଶ । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ପୂର୍ବୋଦୟ ପାରାଦ୍ୱୀପ ହେଉଛି ଏକ ‘ବିକାଶ ଦ୍ୱୀପ । ବିନା ପାରାଦୀପର ବିକାଶରେ ଓଡ଼ିଶା ଓ ଭାରତର ବିକଶିତ ହେବ ନାହିଁ। ପାରାଦୀପ ବନ୍ଦର କ୍ରମାଗତ ଭାବେ ୧୦୦ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରି ବୃହତ୍ତମ ବନ୍ଦର ଭାବେ ପରିଚୟ ପାଇବା ଆମ ଓଡ଼ିଶାର ଶିଳ୍ପ ଜଗତ ପାଇଁ ବଡ ଉପଲବ୍ଧି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ନିକଟତର ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ଇଣ୍ଡିଆନ ଅଏଲ ୪,୩୮୨ କେଟି ଟଙ୍କାର ଅର୍ଥ ମଞ୍ଜରୁ କରଛି । ଇଣ୍ଡିଆନ ଅଏଲ ଓ ଏମସିପିଆଇ ପ୍ରାଇଭେଟ ଲିମିଟେଡର ମିଳିତ ସହଭାଗୀତାରେ ଏହି ବୟନ ପାର୍କ ପ୍ରତିଷ୍ଠା ହେବ । ଏହି ପଦକ୍ଷେପ ଦ୍ୱାରା ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଭି୍ଭିୂଭୂମି ସୁଦୃଢ ହେବବ । ରାଜ୍ୟର ଅର୍ଥନୀତି ମଜବୁତ ହେବା ସହ ଯୁବକ ଯୁବତୀଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ । ମାତ୍ର ଏବେ ଡବଲ ଇଞ୍ଜିନ ସରକାରରେ ଓଡିଆ ଯୁବକମାନେ ବଡ ବଡ ଶିଳ୍ପ କାରଖାନାର ମାଲିକ ହେବେ । ଏଠାରେ ଆଗାମୀ ଦିନରେ ପେଟ୍ରୋ କେମିକାଲ କମ୍ପଲେକ୍ସ ତିଆରି ହେବ। ତିର୍ତେ୍ାଲ ପାଖରେ ବନ୍ଦ ହୋଇ ପଡିଥିବା ସୂତା କଳର ପୁନରୁଦ୍ଧାର ହେବ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ