ପଶ୍ଚିମବଙ୍ଗ ନିର୍ବାଚନ : ହଟିଲେ ମୁଖ୍ୟ ସଚିବ ଓ ପୁଲିସ ଡିଜି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ରବିବାର ତାରିଖ ଘୋଷଣା ହେବା ପରେ ନିର୍ବାଚନ ଆୟୋଗ ରାଜ୍ୟର ମୁଖ୍ୟ ସଚିବଙ୍କ ସମେତ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିଛନ୍ତି । ମୁଖ୍ୟ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ୧୯୯୩ ବ୍ୟାଚର ଆଇଏଏସ୍ ଦୁଷ୍ୟନ୍ତ ନାରିୟାଲା ନୂଆ ମୁଖ୍ୟ ସଚିବ ନିଯୁକ୍ତ ହୋଇଛନ୍ତି । ଗୃହ ସଚିବ ଜଗଦୀଶ ପ୍ରସାଦ ମୀଣାଙ୍କର ମଧ୍ୟ ବଦଳି ହୋଇଛି । ତାଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ସଂଘମିତ୍ରା ଘୋଷ ଗୃହ ସଚିବ ହୋଇଛନ୍ତି । ଏଥିସହ ପୁଲିସ ବିଭାଗରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି । ପୀୟୂଷ ପାଣ୍ଡେଙ୍କ ସ୍ଥାନରେ ସିଦ୍ଧନାଥ ଗୁପ୍ତାଙ୍କୁ ଡିଜିପି କରାଯାଇଛି ।

ସୁପ୍ରତିମ ସରକାରଙ୍କ ସ୍ଥାନରେ ଅଜୟ କୁମାର ନନ୍ଦ କୋଲକାତା ପୁଲିସ କମିଶନର ପଦରେ ଅବସ୍ଥାପିତ ହୋଇଛନ୍ତି । ନଟରାଜନ ରମେଶ ବାବୁଙ୍କୁ ସୁଧାର ସେବା ମହାନିର୍ଦ୍ଦେଶକ କରାଯାଇଛି । ଅଜୟ ମୁକୁନ୍ଦ ରାଣାଡେଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏବଂ ଆଇଜିପି(ଆଇନଶୃଙ୍ଖଳା)ର ପଦ ମିଳିଛି । ନିର୍ବାଚନ ଆୟୋଗଙ୍କ ଅନୁସାରେ, ଏହି ନିର୍ଦ୍ଦେଶ ତତ୍କାଳ ଲାଗୁ ହେବ । ଯେଉଁ ଅଧିକାରୀମାନଙ୍କୁ ବଦଳି କରାଯାଇଛି ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏ ନିର୍ବାଚନ ସହ ଜଡି଼ତ କୌଣସି ପଦରେ ମୁତୟନ କରାଯିବ ନାହିଁ ।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ