ଆଜିଠୁ ରତ୍ନଭଣ୍ଡାର ମରାମତି ସ୍ଥଗିତ

ପୁରୀ : ବୁଧବାରଠାରୁ ଆସନ୍ତା ମାସ ଅର୍ଥାତ୍‌ ଜାନୁଆରୀ ୨ ତାରିଖ ଯାଏ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ୟ୍ୟ । ଆଗକୁ ପଡ଼ୁଥିବା ସରକାରୀ ଛୁଟି ଏବଂ ଆସୁଥିବା ନୂଆ ବର୍ଷର ଭିଡ଼କୁ ନିୟନ୍ତ୍ରଣ ସହ ଠାକୁରଙ୍କ ଶୃଙ୍ଖଳିତ ନୀତି ପରିଚାଳନା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ୩ ତାରିଖରୁ ପୁନଶ୍ଚ ରତ୍ନଭଣ୍ଡାର କାମ ସରକାରଙ୍କ ଦ୍ୱାରା ଜାରି ଏସ୍‌ଓପି ମୁତାବକ ଏଏସ୍‌ଆଇ କରିବ ।

ସୂଚନା ମୁତାବକ, ବଡ଼ଦିନ ଛୁଟି ଥିବା ବେଳେ ୨୬ରେ ସଫଳା ଏକାଦଶୀ, ୨୮ ତାରିଖ ଚତୁର୍ଥ ଶନିବାର, ୨୯ ତାରିଖ ରବିବାର, ୩୦ ତାରିଖ ବକୁଳ ଅମାବାସ୍ୟା, ୩୧ ତାରିଖ ଚଳିତ ବର୍ଷ ଶେଷ ଦିନ ଓ ୨୦୨୫ ପହିଲା ନୂଆବର୍ଷ ଆରମ୍ଭ । ତେଣୁ ବଡ଼ଦିନ ଛୁଟି ଓ ନୂଆବର୍ଷ ପାଳନ ନିମନ୍ତେ ପୁରୀକୁ ଯାତ୍ରୀଙ୍କ ଭିଡ଼ ବଢ଼ିବ । ଯାତ୍ରୀମାନେ ପୁରୀ ବୁଲିବା ସହ ଶ୍ରୀମନ୍ଦିରକୁ ଠାକୁର ଦର୍ଶନ ନିମନ୍ତେ ଆସିବେ । ଯେହେତୁ ପ୍ରତିଦିନ ରତ୍ନଭଣ୍ଡାର ମରାମତି ନିମନ୍ତେ ଦ୍ୱିତୀୟ ଭୋଗ ମଣ୍ଡପପରଠାରୁ ପ୍ରାୟତଃ ଦିନ ୧ଟାଠାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ୟ୍ୟନ୍ତ ଏଏସ୍‌ଆଇକୁ ସମୟ ଦିଆଯାଉଛି ତେଣୁ ଭିତରକାଠ ଦର୍ଶନ ବ୍ୟବସ୍ଥା ବନ୍ଦ ରହୁଛି । କାମ ସରିବା ପରେ ପରବର୍ତ୍ତୀ ନୀତି ମଧ୍ୟ ଆରମ୍ଭ ହେଉଛି । ତେଣୁ ଭିଡ଼ ଦିନମାନଙ୍କରେ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାଛଡ଼ା ୨୭, ୨୮ ତାରିଖରେ ନାଟମଣ୍ଡପରେ ନୂଆ ବ୍ୟାରିକେଡ୍‌ ଓ ରାମ୍ପ ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷା ମୂଳକ ଭାବେ କରାଯିବାକୁ ସ୍ଥିର ହୋଇଛି । ତେଣୁ ସାମଗ୍ରିକ ସ୍ଥିତିକୁ ଦେଖି ପ୍ରଶାସନ ସାମୟିକ ରତ୍ନଭଣ୍ଡାର ମରାମତିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ