ଦେବେଗୌଡା ଆମକୁ ପ୍ରେମ କଲେ,କିନ୍ତୁ ମୋଦି ସାହେବଙ୍କୁ ବାହା ହୋଇଗଲେ:ଖଡଗେ

ନୂଆଦିଲ୍ଲୀ: ହଙ୍ଗାମାରେ ଭରପୁର ସଂସଦରେ ବୁଧବାର କିନ୍ତୁ ଖୁବ୍ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଛି। ଯେତେବେଳେ ରାଜ୍ୟସଭାରେ ପ୍ରତିପକ୍ଷ ମଲିକାର୍ଜୁନ ଖଡଗେ ସାଂସଦ ଏଚଡି ଦେବେଗୌଡାଙ୍କ ବିଷୟରେ ଚର୍ଚ୍ଚା କରିଥିଲେ। ଖଡଗେ କହିଥିଲେ, ମୁଁ ଦେବେଗୌଡାଙ୍କୁ ୫୪ ବର୍ଷ ହେବ ଜାଣିଛି। ତାଙ୍କ ସହ କାମ କରିଛି, କିନ୍ତୁ କ’ଣ ମୋତେ ଜଣାନାହିଁ। ସେ ଆମକୁ ପ୍ରେମ କଲେ,କିନ୍ତୁ ମୋଦି ସାହେବଙ୍କୁ ବାହା ହୋଇଗଲେ। ଏହା ନିକଟରେ ଘଟିଛି। ଆପଣ କିଭଳି ଭାବିଲେ ଏହା ମୋତେ ଜଣାନାହିଁ।’ ତାଙ୍କର ଏହି ଟିପ୍ପଣୀ ପରେ ଗୃହର ସମସ୍ତ ସଦସ୍ୟ ଖୁବ୍ ଜୋରରେ ହସିବାରେ ଲାଗିଥିଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବି ହସିଥିଲେ।
ରାଜ୍ୟସଭାର ୩୭ ସାଂସଦଙ୍କ କାର୍ୟ୍ୟକାଳ ଶେଷ ହେଉଛି। ବୁଧବାର ସଂସଦର ଅଧିବେଶନ ବେଳେ ଏହି ସବୁ ସାଂସଦଙ୍କୁ ବିଦାୟ ଦିଆଯାଇଛି। ରାଜ୍ୟସଭାରେ ଏହି ସାଂସଦଙ୍କୁ ବିଦାୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟସଭାରେ ବିରୋଧି ନେତା ମାଲିକାର୍ଜୁନ ଖଡଗେଙ୍କ ସହ ବହୁ ବିରୋଧି ନେତା ନିଜର କଥା ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବରିଷ୍ଠ ସାଂସଦଙ୍କ କାର୍ୟ୍ୟକାଳକୁ ମନେପକାଇ କହିଛନ୍ତିଏ, ‘ ରାଜନୀତିରେ କେବେ ବି ଫୁଲ୍ ଷ୍ଟପ୍ ଲାଗେନି’। ସେଭଳି କଂଗ୍ରେସ ଅଧ୍ୟକ୍ଷ ଖଡଗେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ଏଚଡି ଦେବେଗୌଡାଙ୍କ ପାଇଁ କହିଥିଲେ ସେ ଆମକୁ ପ୍ରେମ କଲେ (କଂଗ୍ରେସ),କିନ୍ତୁ ମୋଦିଙ୍କୁ ବାହା ହେଲେ। ତାଙ୍କର ଏହି ପଦେ କଥା ଗୃହରେ ଖେଳାଇ ଦେଇଥିଲା ହସ।‘

ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଏଚ୍ ଡି ଦେବେଗୌଡା,ମଲ୍ଲିକାର୍ଜୁନ ଖଡଗେଏବଂ ଶରଦ ପାୱାରଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରଶଂସା କରିଥିଲେ। ଏହା ସହ କହିଥିଲେଏହି ବ୍ୟକ୍ତିଙ୍କ ଅଧା ବୟସସଂସଦୀୟ ଜୀବନରେ ଜୀବନ ବିତାଇଛନ୍ତି,ତେଣୁ ସମସ୍ତ ନୂତନ ସାଂସଦ ସେମାନଙ୍କଠାରୁ ଶିଖିବା ଉଚିତ। ରାଜନୀତିରେ କୌଣସି ପୂର୍ଣ୍ଣଚ୍ଛେଦ ନଥିବାରୁ ବର୍ତ୍ତମାନ ଅବସର ନେଉଥିବା କିଛି ସାଂସଦ ଗୃହକୁ ଫେରିବେ।ଭବିଷ୍ୟତ ଆପଣଙ୍କର ଅପେକ୍ଷା କରୁଛି ଓ ଆପଣଙ୍କ ଅନୁଭବ ସବୁବେଳେ ଆମର ରାଷ୍ଟ୍ରୀୟ ଜୀବନର ସ୍ଥାୟୀ ଅଂଶ ରହିବ। ସାଂସଦଙ୍କ ଅବସର ନେଇ ଖଡଗେ କହିଛନ୍ତି, ରାଜନୀତିରେ ରହୁଥିବା ଲୋକ କେବେ ରିଟାୟର ହୁଅନ୍ତି ନାହିଁ। ଦେଶର ସେବାର ମନୋଭାବ କେବେ କ୍ଲାନ୍ତ ହେବାକୁ ଦିଏ ନାହିଁ। ଅର୍ଥାତ ରିଟାୟର ବି ହୁଅନ୍ତି ନାହିଁ ଓ କ୍ଲାନ୍ତ ବି ହୁଅନ୍ତି ନାହିଁ।’

  • Related Posts

    ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

    ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି…

    Continue reading
    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ