ଆଡଭାଇଜରି ଜାରି: ଏହି ୯ଦେଶର ଏୟାରସ୍ପେଶ୍ ଦେଇ ଉଡ଼ାଣ ମନା

ନୂଆଦିଲ୍ଲୀ: ୨୧ ଦିନରେ ଥମୁନି ମଧ୍ୟପ୍ରାଚ୍ୟ ମହାଯୁଦ୍ଧ । ଯୁଦ୍ଧ ଘନଘଟା ଭିତରେ ଏୟାରଲାଇନ୍ସକୁ ପରମର୍ଶ ଦେଇଛି ଡିଜିସିଏ । ୯ଟି ଦେଶର ଏୟାରସ୍ପେଶ୍ ଦେଇ ଯାତ୍ରା ନ କରିବାକୁ ଆଡଭାଇଜରି ଜାରି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ । ବାହାରିନ୍, ଇରାନ୍, ଇରାକ୍, ଇସ୍ରାଏଲ୍, ଜୋର୍ଡାନ, କୁଏତ, କତାର ଏବଂ ୟୁଏଇ ଏୟାରସ୍ପେଶ୍ ଦେଇ ଯାତ୍ରା ମନା । ବିଭିନ୍ନ ଏୟାରଲାଇନ୍ସକୁ ଡିଜିସିଏ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । ଯଥା ସମ୍ଭବ ଏହି ୯ଟି ଦେଶର ଏୟାରଲାଇନ୍ସ ଦେଇ ଯାତ୍ରା ଅଣଦେଖା କରିବାକୁ କୁହାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି । ସାଉଦି ଆରବ ଓ ଓମାନ ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛି ଡିଜିସିଏ ।
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବୃଦ୍ଧି ପାଇବାରେ ଲାଗିଛି । ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି, ଯାହା ପରିସ୍ଥିତିକୁ ଆହୁରି ଖରାପ କରୁଛି । ଏହି ବିପଦକୁ ଦୃଷ୍ଟିରେ ରଖି, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରଲାଇନ୍ସକୁ ଏକ ଚେତାବନୀ ଜାରି କରିଛି । ୧୧ଟି ବିପଦପୂର୍ଣ୍ଣ ଏୟାରସ୍ପେସ୍‌କୁ ଏଡାଇବାକୁ ପରାମର୍ଶ ଦିଆଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ( ଡିଜିସିଏ) କହିଛି ଯେ, ମଧ୍ୟପ୍ରାଚ୍ୟ ଏବଂ ପାରସ ଉପସାଗର ଉପରେ ଉଡ଼ାଣ କରିବା ବର୍ତ୍ତମାନ ଅସୁରକ୍ଷିତ । ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ପରାମର୍ଶ ମାର୍ଚ୍ଚ ୨୮ ତାରିଖ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହେବ ।
ଡିଜିସିଏ ଆଡଭାଇଜରୀରେ, ୧୧ ଉଚ୍ଚ ବିପଦପୂର୍ଣ୍ଣ ଏୟାରସ୍ପେସ୍‌ ବିଷୟରେ କହିଛି । ଏଥିରେ ଇରାନ, ଇସ୍ରାଏଲ, ଲେବାନନ, ସାଉଦି ଆରବ, ବାହାରିନ, ଓମାନ, ଇରାକ, ଜୋର୍ଡାନ, ୟୁଏଇ, କତାର ଏବଂ କୁୱେତ ଭଳି ପ୍ରମୁଖ ଦେଶଗୁଡ଼ିକର ଏୟାରସ୍ପେସ୍ ଅନ୍ତର୍ଭୁକ୍ତ । ଆନ୍ତର୍ଜାତୀୟ ସୁରକ୍ଷା ମାପ ଅନୁଯାୟୀ, ସାଧାରଣ ପରିସ୍ଥିତିରେ ଏହି ପ୍ରଭାବିତ ଆକାଶମାର୍ଗରେ ଉଡ଼ାଣ ନ କରିବାକୁ ସମସ୍ତ ଭାରତୀୟ ବିମାନ ସେବା ନିର୍ଦ୍ଦେଶାଳୟ ( ଡିଜିସିଏ) ନିର୍ଦ୍ଦେଶ ଦେଇଛି । ଏହି ନୂଆ ପରାମର୍ଶ ମାର୍ଚ୍ଚ ୨୮ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହେବ, ଏହା ପରେ ଏହାକୁ ଆହୁରି ବିସ୍ତାର କିମ୍ବା ସମାପ୍ତ କରିବା ପାଇଁ ସମୀକ୍ଷା କରାଯିବ।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ