ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ: ମନ୍ତ୍ରୀ

ଭୁବନେଶ୍ବର: ଚଳିତ ମାସ ୧୭ ତାରିଖ ଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ବଡ଼ଧରଣର ବର୍ଷା ହୋଇ ନଥିବା ବେଳେ ହାଲୁକାରୁ ମଧ୍ୟମଧରଣର ବର୍ଷା ଚାଷୀକୁଳଙ୍କୁ କ୍ଷତି ପହଞ୍ଚାଇଛି। ଫସଲ ଅମଳ ସମୟରେ ବର୍ଷା ଜାରି ରହିଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଚାଷୀମାନଙ୍କର ଧାନ ଏବେ ଖେତରେ ଥିବା ବେଳେ ଏଥିରେ ଗଜା ହେବାର ଆଶଙ୍କା ଉପୁଜିଛି। ଏହାରି ମଧ୍ୟରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବୟାନ ଚାଷୀମାନଙ୍କୁ ଆଶସ୍ତି ପ୍ରଦାନ କରିଛି। ଶ୍ରୀ ବଳସାମନ୍ତ କହିଛନ୍ତି ଯେ, ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀମାନଙ୍କୁ କ୍ଷତିପୂରଣ ମିଳିବ। ଫସଲହାନୀର ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟି ସ୍ପଟ୍କୁ ଯାଇ ତଦନ୍ତ କରିବ। ଫସଲହାନୀ ହୋଇଥିଲେ କ୍ଷତିପୂରଣ ମିଳିବ। ସବୁ ଚାଷୀମାନଙ୍କୁ ବୀମାଭୁକ୍ତ କରାଯାଇଛି। ବୀମା କଂପାନିଙ୍କ ଉପରେ ନଜର ରଖାଯାଇଛି। କୌଣସି କଂପାନି ଠକି ପାରିବେ ନାହିଁ। ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, କଟକ-ଭୁବନେଶ୍ବର ସମେତ ୯ ଜିଲ୍ଲାକୁ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଫଳରେ ଏହି ସମୟ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଗଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ରାୟଗଡ଼ା ଓ ପୁରୀରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଜାରି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଗଜପତି, ଖୋର୍ଦ୍ଧା, କଟକ, ରାୟଗଡ଼ା, ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର, ଭଦ୍ରକ ଓ କେନ୍ଦ୍ରାପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

  • Related Posts

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ଭୁବନେଶ୍ୱର:ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ର ନିଯୁକ୍ତ ହୋଇଛନ୍ତି । ୩ ବର୍ଷ…

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଭୁବନେଶ୍ୱର: ନିଲମ୍ବିତ ହେଲେ ନିହାର ରଂଜନ ମହାନ୍ତି । ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଲମ୍ବିତ କରିଛି । କ୍ରାଇମ୍ ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଏହି ବଡ଼ ପହକ୍ଷେପ ନେଇଛି ବିଭାଗ…

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଧାରଣାରେ ୫୫ ଆଦିବାସୀ ପରିବାର

    ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ନୂଆ ରେକର୍ଡ ରିଲ୍ସକୁ ମିଳିଲା ୧.୯ ବିଲିୟନ ଭ୍ୟୁ

    ୧୫ ହଜାର ଲାଞ୍ଚ ନେବାବେଳେ ଶିକ୍ଷା ବିଭାଗ କିରାଣିଙ୍କୁ ଧରିଛି ଭିଜିଲାନସ୍