ଭୁବନେଶ୍ଵର: ପ୍ରତି ବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ବ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଯକ୍ଷ୍ମା ବା ‘ଟିବି’ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ସଂକ୍ରମଣକୁ ରୋକିବା ଲାଗି ସମୟୋଚିତ ପଦକ୍ଷେପ ଗ୍ରହଣକୁ ଉତ୍ସାହିତ କରିବା। ୧୮୮୨ ମସିହା ଆଜି ଦିନରେ ଜର୍ମାନ୍ ଗବେଷକ ଡାକ୍ତର ରବର୍ଟ କୋଚ୍ ଏହି ସଂକ୍ରମଣ ଲାଗି ଦାୟୀ ‘ମାଇକୋବାକ୍ଟେରିଅମ୍ ଟ୍ୟୁବରକଲୋସିସ୍’ ବ୍ୟାକ୍ଟେରିଆକୁ ଆବିଷ୍କାର କରିଥିଲେ। ତେବେ ପ୍ରାୟ ତିନି ଲକ୍ଷ ବର୍ଷରୁ ଏହି ରୋଗ ମଣିଷକୁ ଆକ୍ରାନ୍ତ କରି ଆସୁଥିବାର ଆକଳନ କରାଯାଏ। ଏହାର ଚିକିତ୍ସା ଓ ନିବାରଣ ସମ୍ଭବ। ଏହି ରୋଗ ସାଧାରଣତଃ ମଣିଷ ଶରୀରର ଫୁସ୍ଫୁସ୍କୁ ଏକ ମାରାତ୍ମକ ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମିତ କରିଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ୨୦୨୪ ମସିହାରେ ପୃଥିବୀର ୧ କୋଟି ୭ ଲକ୍ଷ ଲୋକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ୧୨.୩ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ। ଏ ବର୍ଷ ‘ହଁ! ଆମେ ଟିବିକୁ ସମାପ୍ତ କରିପାରିବା! ଦେଶର ନେତୃତ୍ବ ନାଗରିକଙ୍କ ବଳ’ ଏହି ପ୍ରସଙ୍ଗ ରଖାଯିବାର ବାର୍ତ୍ତା ହେଉଛି ଜାତୀୟ ନେତୃତ୍ବ ତଥା ନାଗରିକଙ୍କ ସକ୍ରିୟତା ଦ୍ବାରା ଯକ୍ଷ୍ମାର ମୂଳୋତ୍ପାଟନ ସମ୍ଭବ। ‘ଟିବି’ର ମୁକାବିଲା ଲାଗି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ନିବେଶ, ନବପ୍ରବର୍ତ୍ତନର ବିନିଯୋଗ, ତ୍ବରିତ ପଦକ୍ଷେପ, ଅନ୍ତର୍ବିଭାଗୀୟ ସହଯୋଗିତା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ।
ଖାଇବା ସମୟରେ ଏହି ଲକ୍ଷଣ ଦେଇଥାଏ କ୍ୟାନ୍ସରର ସଙ୍କେତ
ଅନେକ ପ୍ରକାର କ୍ୟାନ୍ସରରେ ପ୍ରାରମ୍ଭିକ ପର୍ୟ୍ୟାୟରେ କୌଣସି ଗମ୍ଭୀର ଲକ୍ଷଣ ନଜର ଆସିନଥାଏ । କିନ୍ତୁ ଏମିତି କିଛି ସଙ୍କେତ ରହିଛି ଯେଉଁଥିରୁ କ୍ୟାନ୍ସର ହୋଇଛି ବୋଲି ଜାଣିହେବ ଏବଂ ସଠିକ୍ ସମୟରେ ଚିକିତ୍ସା କରିହେବ । ଯଦି ଆପଣ ଧ୍ୟାନ…




