ବିଏମସିକୁ ମିଳିଲା ଗ୍ଲୋବାଲ ସଷ୍ଟେନେବିଲିଟି ଆଣ୍ଡ ଇନୋଭେସନ୍ ପୁରସ୍କାର 2026

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)କୁ ମିଳିଲା ଗ୍ଲୋବାଲ ସଷ୍ଟେନବିଲିଟି ଆଣ୍ଡ ଇନୋଭେସନ ପୁରସ୍କାର-2026 । ଜଳବାୟୁ ଅନୁକୂଳ ନବୀକରଣଯୋଗ୍ୟ ଜଳ ଭିତ୍ତିଭୂମି କ୍ଷେତ୍ରରେ ଉତ୍କର୍ଷତା ଏବଂ ମଳପଙ୍କ ପ୍ରକ୍ରିୟାକରଣରୁ ସମ୍ବଳ ପୁନଃଉଦ୍ଧାର କରିବା କ୍ଷେତ୍ରରେ ଅଭିନବ ପଦକ୍ଷେପ ପାଇଁ ଏହି ପୁରସ୍କାର ମିଳିଛି । ସ୍ୱୀକୃତିପ୍ରାପ୍ତ ସ୍ଥାୟୀ ଭିତ୍ତିଭୂମି ଏବଂ ଦକ୍ଷ ବର୍ଜ୍ୟ ଜଳ ପରିଚାଳନାରେ ବିଏମ୍ ସିର ପ୍ରଗତିଶୀଳ ଆଭିମୁଖ୍ୟ ପାଇଁ ଏହି ସମ୍ମାନ ଜନକ ପୁରସ୍କାର ମିଳିଛି । ଆଜି ସଂଧ୍ୟା 6 ଘଟିକା ସମୟରେ ନୂଆଦିଲ୍ଲୀ ଶାମଭେଟ୍ ଅଡିଟୋରିୟମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଏମ୍ ସିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ପ୍ରଦତ୍ତ ଏହି ପୁରସ୍କାରକୁ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର,ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ, ସହକାରୀ କମିଶନର ଶ୍ରୀ ଲୋକନାଥ ବେଜ୍, ଓରେଡା ର ଉପ ନିର୍ଦେଶକ ଶ୍ରୀ ବ୍ରହ୍ମାନନ୍ଦ ତରାଇ ପ୍ରମୁଖ ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ବିଶ୍ୱସ୍ତରରେ ଏହି ପୁରସ୍କାର ମିଳୁଥିବାରୁ ମାନନୀୟା ମେୟର ଓ କମିଶନର ଖୁସି ବ୍ୟକ୍ତ କରିବା ସହ ଏହା ବିଏମ୍ ସିବାସୀଙ୍କର ବିଜୟ ଓ ଶ୍ରେୟ ସେହିମାନଙ୍କୁ ଯାଉଛି ବୋଲି କହିଛନ୍ତି । ଟିମ୍ ବିଏମ୍ ସି ସହ ସମସ୍ତ ଅଧିକାରୀ, କର୍ମଚାରୀ, କର୍ପୋରେଟର, ସ୍ୱଚ୍ଛକର୍ମୀ ଓ ସ୍ୱଚ୍ଛସାଥୀଙ୍କ ସହ ଏହି ଶ୍ରେୟ ଭୁବନେଶ୍ୱରବାସୀଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ପୁରଷ୍କାର ଗ୍ରହଣ କରିବା ଅବସରରେ ସେମାନେ ମତବ୍ୟକ୍ତ କରିଛନ୍ତି ।
ଭୁବନେଶ୍ବର ବାସୀଙ୍କ ସହଯୋଗ ଆମ ବିକାଶ ପ୍ରକ୍ରିୟାକୁ ଆଗେଇ ନେଉଛି , ଏହିଭଳି ସମ୍ମାନ ଆମ ଭୁବନେଶ୍ବରର ବାସପୋଯୋଗୀତା ମୂଲ୍ୟ ବୃଦ୍ଧି କରୁଛି ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ କମିଶନର ଶ୍ରୀ ଚଞ୍ଚଳ ରାଣା ।
ସୂଚନା ଯୋଗ୍ୟ କି ବିଏମ୍ ସି ଅଂଚଳରେ ସମୁଦାୟ 30 ଗୋଟି ସୋଲାର ଓ୍ୱାଟର କିଓସ୍କ ଚାଲିଛି । ଯାହାକି ଜଳବାୟୁ ତଥା ପରିବେଶ ଅନୁକୂଳ । କେବଳ ସେତିକି ନୁହେଁ, ବାସୁଆଘାଇଠାରେ ମଳପଙ୍ଗ ପ୍ରକ୍ରିୟାକରଣ କରି ସେଥିରୁ ବାହାରୁଥିବା ଜଳକୁ ପୁନଃ ବ୍ୟବହାର ଉପଯୋଗୀ କରାଯାଇ ପାରୁଛି ଏବଂ ମଳପଙ୍କକୁ ମଧ୍ୟ ଖତ ରୂପେ ବ୍ୟବହାର କରାଯାଉଛି । ସବୁଠାରୁ ବଡକଥା ହେଲା ଯେ, ମଣିଷର ମଳମୂତ୍ରକୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରାଯାଉଛି । ଯାହା ଫଳରେ ମଳମୁତ୍ର ଅନ୍ୟ ଜଳଶ୍ରୋତରେ ମିଶି ଜଳ କିମ୍ବା ବାୟୁ ପ୍ରଦୂଷଣ କରୁନାହିଁ । ଏହାକୁ ପ୍ରକ୍ରିୟାକରଣ କରିବା ପାଇଁ ନିୟୋଜିତ ତୃତୀୟ ଲିଙ୍ଗର କର୍ମୀମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଗୁରୁତର ସହ ଧ୍ୟାନ ଦେଇଆସୁଛି ବିଏମ୍ ସି ।
ଭୁବନେଶ୍ୱରକୁ ଦୀର୍ଘ ମିଆଦି ସୂତ୍ରରେ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ପାଇଁ ବିଏମ୍ ସି ପକ୍ଷରୁ ଏହି ପ୍ରକ୍ରିୟା ଜାରି ରହିଛି । ଏ ସବୁକୁ ସାମଗ୍ରୀକ ଭାବେ ବିଚାରକୁ ନେଇ ଆର୍ଥ ଓ୍ୱାଟର ଫାଉଣ୍ଡେସନ ପକ୍ଷରୁ ବିଏମ୍ ସିକୁ ଏହି ସମ୍ମାନଜନକ ଗ୍ଲୋବାଲ ପୁରସ୍କାର ପାଇଁ ଚୟନ କରାଯାଇଛି ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ