ସ୍ୱାମୀ ଉପରେ ରାଜ କରିବାକୁ ଚାହୁଁଛନ୍ତି କି ? ବିବାହ ପୂର୍ବରୁ ଜାଣିରଖନ୍ତୁ ଏହି କଥା

ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି ତେବେ ମନରେ ଡ଼ର ଥିବ ନିଶ୍ଚୟ । ନୂଆ ଘର ନୂଆ ଲୋକ କେମିତି ଚଳିବେ । ସମୟକ୍ରମରେ ସବୁକିଛି ଠିକ ହୋଇଯିବାର ଭାବନା ନେଇ ଝିଅ ବାପ ଘର ଛାଡ଼ି ଚାଲିଯାଏ ଶାଶୁଘର । ଉତ୍ସାହିତ ଥାଆନ୍ତି ସ୍ୱାମୀଙ୍କୁ ନେଇକି ଯେ, ସେ ଏବେ ତାଙ୍କ ଜୀବନର ଗୋଟିଏ ଅଂଶ । ଯଦି ଆପଣ ଭାବୁଛନ୍ତି କି ବାହାଘର ପୂର୍ବରୁ ଯେମିତି ସେ ଆପଣଙ୍କ ସହିତ ମିଠା ମିଠା କଥା ହେଉଛନ୍ତି ଏମିତି ବାହାଘର ପରେ ମଧ୍ୟ ଜୀବନ ସାରା ଏମିତି ରହିବେ ତେବେ ଏହା ଭାବିବା ଭୁଲ୍‌ । ବାହାଘର ପୂର୍ବରୁ ପ୍ରେମ ହେଉ କି ନୂଆ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କ ଗପ ବାହାଘର ପରେ କିଛିଦିନ ପରେ ବଦଳିଯାଇଥାଏ । ଯଦିବା ସମ୍ପର୍କଟିକୁ କିପରି ଆଗକୁ ନେଇ ବଢ଼ିବା, ସେ ସବୁର ଅତ୍ୟଧିକ ଦାୟିତ୍ୱ ଗୋଟିଏ ସ୍ତ୍ରୀ ଠାରେ ଥାଏ । ତେଣୁ ଯଦି ଆପଣଙ୍କ ବାହାଘର ଏଇ କିଛି ଦିନ ମଧ୍ୟରେ ହେବାକୁ ଯାଉଛି ତେବେ ଆସନ୍ତୁ ଜାଣିବା ସମ୍ପର୍କକୁ କିପରି ମଜବୁତ କରିବା ସେ ବିଷୟରେ….

ସମସ୍ୟା ଥିଲେ ଖୋଲିକି କହିବା ଆବଶ୍ୟକ:
ଯଦି ଆପଣ କିଛି କଥାକୁ ନେଇକି ଅତ୍ୟଧିକ ଚିନ୍ତାରେ ଅଛନ୍ତି ତେବେ ଆପଣ ସଙ୍ଗେସଙ୍ଗେ ଏହାକୁ ଆପଣଙ୍କ ଜୀବନସାଥୀଙ୍କୁ କହିବା ଆବଶ୍ୟକ । ଭୁଲ ବୁଝାମଣାକୁ ନିଜ ବୈବାହିକ ଜୀବନ ମଧ୍ୟରେ ଆଣିବା ଠିକ୍‌ ନୁହେଁ । ଏହାର ସଠିକ ସମାଧାନ କରିବା ସହିତ ଆପୋଷ ବୁଝାମଣା କରିବା ଉଚିତ୍‌ । ଯଦି ଆପଣ ଭାବୁଛନ୍ତି କି କିଛି ଶବ୍ଦ ପ୍ରୟୋଗ ଆପଣଙ୍କ ସ୍ୱାମୀ-ସ୍ତ୍ରୀ ଭିତରେ କିଛି ଫାଟ ସୃଷ୍ଟି କରିପାରିବ ତେବେ ଏହାକୁ ସଠିକ ଶବ୍ଦ ବ୍ୟବହାର କରି କୁହନ୍ତୁ ।

ସମ୍ପର୍କରେ ଜିତିବା ହାରିବା ନଥାଏ:
ବିବାହିତ ଜୀବନରେ ଜିତିବା ହାରିବା ଭଳି କୌଣସି ଜିନିଷ ନଥାଏ । ଏପରି କୌଣସି ଧାରଣା ମନ ଭିତରେ ଆଣିବା ହିଁ ଭୁଲ୍‌ । ଏହା ହେଉଛି ନିଜର ଘର । କୌଣସି ଅଫିସ ନୁହେଁ ଯେ, ସହକର୍ମୀଙ୍କ ସହ କମ୍ପିଟିସନ କରାଯିବ । ଘରେ ନିଜ ଜୀବନସାଥୀଙ୍କର ଓ ପରିବାରର କଥା ବୁଝିବା ନିଜର କର୍ତ୍ତବ୍ୟ ବୋଲି ମନେକରିବା ଆବଶ୍ୟକ ।

ଡେଟରେ ଯିବା
ବାହାଘରର ଅର୍ଥ ନୁହେଁକି କେବଳ ଦୁହେଁ ଘରେ ହିଁ ରହିବ କି ଘର ଲୋକଙ୍କ ସହିତ ଖାଦ୍ୟ ଖାଇବ । ମଝିରେ ମଝିରେ ଦୁହେଁ ବାହାରକୁ ମଧ୍ୟ ଯିବା ଉଚିତ । ନିଜ ସମ୍ପର୍କରେ ଭଲପାଇବାକୁ ବଢ଼ାଇବା ପାଇଁ କର୍ମ ବହୁଳ ଜୀବନରୁ ସମୟ ବାହାର କରି ନିଜ ଜୀବନସାଥୀ ସହ ମଧ୍ୟ ସମୟ ବିତେଇବା ଆବଶ୍ୟକ ।

ଦୁହେଁ ଦୁହିଁଙ୍କୁ ୱିଶ୍‌ କରନ୍ତୁ:
ବିବାହ ପରେ ଦୁହେଁ ଦୁହିଁଙ୍କୁ ୱିଶ କରିବାକୁ ଭୁଲନ୍ତୁ ନାହିଁ । କିଛି ଲୋକଙ୍କର ଧାରଣା ଥାଏ କି ବିବାହ କରିବା ପରେ ତ ଆମେ ସମ୍ପର୍କରେ ବନ୍ଧା ହୋଇଗଲେ କୌଣସି ପର୍ବ ହେଉ କି ଜନ୍ମଦିନ ୱିଶ କରିବା କୌଣସି ଆବଶ୍ୟକ ନଥାଏ । ଏପରି କରିବା ଦ୍ୱାରା ଭଲପାଇବା ଓ ସମ୍ପର୍କଠାରୁ ଆମେ ଦୂରେଇ ଯାଇଥାଉ । ତେଣୁ ସର୍ବଦା ଦୁହେଁ ଦୁହିଁକୁ ୱିଶ୍‌ କରିବା ଆବଶ୍ୟକ ହୋଇଥାଏ ।

ପରସ୍ପରକୁ ସମୟ ଦିଅନ୍ତୁ:
ବ୍ୟସ୍ତବହୁଳ ଜୀବନ ଭିତରେ ସ୍ୱାମୀ-ସ୍ତ୍ରୀ କରନ୍ତି କେବଳ ନିଜର କର୍ତ୍ତବ୍ୟ । ସେମାନେ ପରସ୍ପରକୁ ସମୟ ଦେବାକୁ ଭୁଲି ଯାଆନ୍ତି । ସ୍ୱାମୀ ଅଫିସରେ ଓ ସ୍ତ୍ରୀ ପରିବାରର ଜଞ୍ଜାଳ ଭିତରେ ଫସି ସବୁକିଛି ଭୁଲି ଯାଆନ୍ତି । ତେବେ ପରସ୍ପରକୁ ସମୟ ଦେବା ମଧ୍ୟ ଗୋଟିଏ ସମ୍ପର୍କରେ ଏକାନ୍ତ ଆବଶ୍ୟକ ।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ