ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମିଳିଲା ମୃତଦେହ

ପୁରୀ: ରାମ ନବମୀରେ ପୁରୀରେ ସମୁଦ୍ର ସ୍ନାନ ବେଳେ ଯୁବକ ବୁଡ଼ି ଯାଇ ନିଖୋଜ ଘଟଣା। ସମୁଦ୍ରକୂଳ ସେକ୍ଟର- ୪ରେ ମିଳିଲା ମୃତଦେହ। ମୃତ ଯୁବକ ଜଣକ ଯାଜପୁର ରୋଡ୍ ଥାନା ଅନ୍ତର୍ଗତ କୋପଣ୍ଡା ଗ୍ରାମର ଶୁଭେନ୍ଦ୍ର ପ୍ରଧାନ(୧୮)। ଏନେଇ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମେଡିକାଲକୁ ପଠାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଛୁଟି ଥିବାରୁ ଶୁଭେନ୍ଦ୍ର ସମୁଦ୍ର ସ୍ନାନ ସହ ପୁରୀର ବିଭିନ୍ନ ସ୍ଥାନ ବୁଲିବା ନିମନ୍ତେ ୫ ଜଣ ଯୁବକଙ୍କ ସହ ଆସିଥିଲେ । ଦିଗବାରିଣୀ ଛକ ନିକଟ ତଥା ପୁରୀ ହୋଟେଲ ସମ୍ମୁଖ ସମୁଦ୍ରରେ ଏହି ସାଙ୍ଗମାନେ ସମୁଦ୍ର ସ୍ନାନ କରୁଥିଲେ । ଏଠାରେ ଭିତର ସ୍ରୋତ ପ୍ରଖର ଥିବାରୁ ସମୁଦ୍ର ସ୍ନାନ ବାରଣ ଥିଲା । ମାତ୍ର ଉକ୍ତ ଯୁବକମାନେ ଏହାକୁ ଅଣଦେଖା କରି ସମୁଦ୍ର ସ୍ନାନ କରିଥିଲେ । କୂଳ ଠାରୁ ସମୁଦ୍ରର କିଛି ଭିତରକୁ ଯାଇ ସମସ୍ତେ ମଉଜ କରୁଥିବା ବେଳେ ଜଣେ ହଠାତ୍ ଲହଡ଼ି ସହ ଭିଡ଼ି ହୋଇ ଚାଲି ଯାଇଥିଲେ । ସାଙ୍ଗମାନେ ଖୋଜାଖୋଜି କରି ଶୁଭେନ୍ଦ୍ରଙ୍କ ସନ୍ଧାନ ନ ପାଇବାରୁ ଲାଇଫ୍ ଗାର୍ଡଙ୍କୁ ଜଣାଇଥିଲେ । ଲାଇଫ୍ ଗାର୍ଡମାନେ ସମୁଦ୍ର ସ୍ରୋତ ଭିତରେ ବୁଡ଼ି ଉକ୍ତ ଯୁବକଙ୍କୁ ଖୋଜିଥିଲେ । ହେଲେ ତାଙ୍କର ସନ୍ଧାନ ମିଳିନଥିଲା । ଏନେଇ ତାଙ୍କ ସହ ଆସିଥିବା ସାଙ୍ଗ ଯାଜପୁର ମୁଣ୍ଡମାଲ୍ର ଅମୂଲ୍ୟ ପାତ୍ର ଓ ଅନ୍ୟମାନେ ଲାଇଫ୍ ଗାର୍ଡ ଅଫିସ୍ ଓ ସମୁଦ୍ରକୂଳ ଥାନାକୁ ସୂଚନା ଦେଇଥିଲେ । ତେବେ ଆଜି ସକାଳେ ଶୁଭେନ୍ଦୁ ପ୍ରଧାନଙ୍କ ମୃତଦେହ ସମୁଦ୍ର କୂଳ ଲାଗିଥିଲା।ସମୁଦ୍ରକୂଳ ସେକ୍ଟର- ୪ରେ ମିଳିଲା ମୃତଦେହ। ଏନେଇ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମେଡିକାଲକୁ ପଠାଇଥିବା ସୂଚନା ମିଳିଛି।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

    ରାଜନଗର : କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର। ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡକୋଲହା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଘର ପାଖ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ନାବାଳିକା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ