ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଗିରଫ

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ହେବା ପରେ ବାଲେନ ଶାହ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ଗଠନ କରିବା ପରେ ସେ ତୁରନ୍ତ ବିରୋଧୀଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜେନ-ଜେଡ୍ ପ୍ରତିବାଦ ସମୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଉଭୟଙ୍କୁ ଗିରଫ କରାଯାଇଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ଗୃହମନ୍ତ୍ରୀଙ୍କ ଗିରଫଦାରୀ ପରେ ନେପାଳର ରାଜନୀତି ସରଗରମ ହୋଇଛି। କ୍ଷମତା ଗ୍ରହଣ କରିବା ପରେ ବାଲେନ ଶାହଙ୍କ କାର୍ୟ୍ୟକୁ ଦାୟିତ୍ୱ ପ୍ରତିଷ୍ଠା ଦିଗରେ ଏକ ପ୍ରମୁଖ ସଙ୍କେତ ଭାବରେ ଦେଖାଯାଉଛି। ତାଙ୍କ ସରକାର ପ୍ରତିବାଦ ସମୟରେ ଛାତ୍ରଙ୍କ ମୃତ୍ୟୁ ପାଇଁ ଓଲି ଏବଂ ଲେଖକଙ୍କୁ ଦାୟୀ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ବାଲେନ ଶାହ ଏକ କ୍ୟାବିନେଟ ବୈଠକ ଡାକିଥିଲେ ଯେଉଁଥିରେ ତଦନ୍ତ କମିଶନଙ୍କ ରିପୋର୍ଟ ପ୍ରକାଶ କରାଯାଇଥିଲା।

  • Related Posts

    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading
    ଗୋଟିଏ ଘରୁ ୪ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଲୋମ ଟାଙ୍କୁରା ଘଟଣା ଘଟିଛି। ସିବିଲ ଲାଇନ୍ ଥାନା ସରବଟ ମଦନୀଆ କଲୋନୀରେ ଗୋଟିଏ ଘରୁ ୪ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଇରସାଦ(୩୨), ତାଙ୍କ ପତ୍ନୀ ନୁରିନ୍ (୨୮), ୨…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ