ଏପ୍ରିଲ ୨ରୁ ରାଜ୍ୟରେ ପିୟୁସିସି ଯାଞ୍ଚ୍ କଡ଼ାକଡ଼ି

କଟକ: ଆସନ୍ତା ଏପ୍ରିଲ ୨ତାରିଖରୁ ରାଜ୍ୟରେ ପୁଣି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ଯାଞ୍ଚ୍ କଡ଼ାକଡ଼ି କରାଯିବ । ଯେଉଁମାନେ ଗାଡ଼ିର ପିୟୁସିସି କରିନଥିବେ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସୂତ୍ରରୁ ଜଣାପଡ଼ିଛି।

ଅପରପକ୍ଷରେ ଯେଉଁମାନଙ୍କ ଗାଡ଼ି ଉପରେ ଟ୍ରାଫିକ୍ ଉଲ୍ଲଂଘନ ପାଇଁ ଜରିମାନା କରାଯାଇଥିଲା ସେମାନଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଓଟିଏସ୍ (ୱାନ୍ ଟାଇମ୍ ସେଟଲ୍ମେଣ୍ଟ) ସ୍କିମ୍ ଲାଗୁ କରାଯାଇଥିଲା । ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଜରିମାନାର ୫୦% ଅର୍ଥ ଦେବେ ସେଥିରେ ମୋଟ ଜରିମାନା ଅର୍ଥ କଟିଯିବ ବୋଲି କୁହାଯାଇଥିଲା । ଏହି ଅବଧି ମଧ୍ୟ ମଙ୍ଗଳବାର ଶେଷ ହୋଇଛି । ତେବେ ୫ମାସ ତଳୁ ଏହ ଓଟିଏସ୍ ସ୍କିମ୍ ଲାଗୁ ହୋଇଥିଲାବେଳେ ଇତିମଧ୍ୟରେ ମାତ୍ର ୨୫% ଜରିମାନା ଅର୍ଥ ଆଦାୟ ହୋଇପାରିଛି । ଅର୍ଥାତ ପ୍ରାୟ ୧୩୦୦ କୋଟି ଟଙ୍କାର ଜରିମାନା ଅର୍ଥରୁ ମାତ୍ର ଦେଢ଼ ଶହ କୋଟି ଟଙ୍କା ଆଦାୟ ହୋଇଛି । ତେଣୁ ଜରିମାନା ଅର୍ଥକୁ ଅଧିକରୁ ଅଧିକ ଆଦାୟ ପାଇଁ ଏସ୍ଟିଏ ପକ୍ଷରୁ ରାଜ୍ୟ ପରିବହନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି ।
ପ୍ରାୟ ଗୋଟିଏ ମାସ ପାଇଁ ପୁନର୍ବାର ଏହି ଅବଧି ବୃଦ୍ଧି ହେବ ବୋଲି ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜରିମାନା ପଇଠ କରିବାକୁ ଲୋକ ଆଗ୍ରହ ଦେଖାଉଛନ୍ତି । କିନ୍ତୁ ଜରିମାନା ଅର୍ଥ କେଉଁଠି, କାହାକୁ ଏବଂ କେଉଁ ପ୍ରକ୍ରିୟାରେ ଦିଆଯିବ ତାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି । ପରିବହନ ବିଭାଗ ଓ ପୁଲିସ ଦ୍ୱାରା ମାଧ୍ୟମରେ ଚାଲାଣ କଟାଯାଉଥିବାବେଳେ ଏହାର ପଇଠ ମାଧ୍ୟମ ଅଲଗା ହୋଇଥିବାରୁ ସମସ୍ୟା ହେଉଛି । ସେହିପରି ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟରେ ଗତ ୨୧ ତାରିଖରୁ ଚାଲିଥିବା ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଆଜି ଶେଷ ହେଉଥିଲା । କିନ୍ତୁ ପୁନର୍ବାର ଏହି ଅଭିଯାନକୁ ଆସନ୍ତା ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅଭିଯାନରେ ମୋଟର ଭେଇକିଲ୍ ନିୟମର ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କେବଳ ଦୁଇ ଚକିଆ ନୁହେଁ ବସ୍, ଟ୍ରକ୍ ଭଳି ଭାରୀଯାନଗୁଡ଼ିକୁ ମଧ୍ୟ ଯାଞ୍ଚ୍ କରାଯାଉଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ