ପାଞ୍ଚଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର: ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା ହୋଇଛି ବିଧାନସଭାର ବଜେଟ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ବ୍ୟସ୍ତ ବହୁଳ, ପ୍ରସଙ୍ଗ ଯୁକ୍ତ ଓ ଚର୍ଚ୍ଚିତ ଅଧିବେଶନ ଆଗୁଆ ଶେଷ ହୋଇଛି । ସେହିପରି ପ୍ରତ୍ୟାହୃତ ହୋଇଛି ବିଧାୟକ, ମନ୍ତ୍ରୀ, ବାଚସ୍ପତି ଓ ଉପବାଚସ୍ପତିଙ୍କ ବର୍ଦ୍ଧିତ ଦରମା, ଭତ୍ତା ଓ ପେନସନ ବିଲ୍ ।
ବଜେଟ ଅଧିବେଶନ ଆରମ୍ଭ ଫେବୃଆରୀ ୧୭ ତାରିଖରେ ଆରମ୍ଭ ହୋଇଥିଲା । ଅଧିବେଶନ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ପାଇଁ ପ୍ରସ୍ତାବ ରଖିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ । ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଶାସକ ଦଳ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।
ବଜେଟ ଅଧିବେଶନରେ ୨୮ ଟି କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଥିଲା । କିନ୍ତୁ ୨୩ ଟି କାର୍ଯ୍ୟ ଦିବସରେ ଶେଷ ହୋଇଛି । ସେଥିରେ ୨୨ଟି ବୈଠକ ଦିବସ ଥିବା ବେଳେ ଗୋଟେ ସରକାରୀ କାର୍ଯ୍ୟ ଦିବସ ରହିଥିଲା । ୬ ଜଣ ପୂର୍ବତନ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇ ପାରିତ ହୋଇଛି । ତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ ୩୧୪୨ ଟି ହୋଇଥିବା ବେଳେ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ୩୬ଟି ରହିଥିଲା । ଅଣତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ ୪୫୭୮ ଟି ଥିବା ବେଳେ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଉପସ୍ଥାପନ ହୋଇଛି ୬୧୦୪ । ସେହିପରି ୧୦ଟି ମୁଲତବୀ ପ୍ରସ୍ତାବ ନୋଟିସ ଗ୍ରହଣ ଓ ୫ଟି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଛି ।

ସେହିପରି ଚଳିତ ବଜେଟ ଅଧିବେଶନରେ କାଗଜ ଉପସ୍ଥାପନ ବା ପୁନଃଉପସ୍ଥାପନ ୩୦ଟି ହୋଇଥିବା ବେଳେ ବାର୍ଷିକ ରିପୋର୍ଟ ଉପସ୍ଥାପନ ହୋଇଛି ୧୧ଟି । ଅର୍ଥ କମିଶନଙ୍କ ଗୋଟେ ରିପୋର୍ଟ ଉପସ୍ଥାପନ ହୋଇଛି । ବିଧାନସଭାର ୪୩ କମିଟି ରିପୋର୍ଟ ଉପସ୍ଥାପନ ମଧ୍ୟ ହୋଇଛି । ବିଭିନ୍ନ ପ୍ରସଙ୍ଗରେ ୫ଟି ବିବୃତି ଉପସ୍ଥାପନ ଚଳିତ ଅଧିବେଶନରେ ହୋଇଛି । ଅଧ୍ୟାଦେଶ ଉପସ୍ଥାପନ ଗୋଟେ, ସରକାରୀ ବିଧେୟକ ପ୍ରସ୍ଥାପନ ୨ ଓ ସରକାରୀ ବିଧେୟକ ପାରିତ ଦୁଇଟି ରହିଛି । ସେମିତି ସରକାରୀ ବିଧୟକ ପ୍ରତ୍ୟାହାର ୪ ଓ ୨୧ ଟି ବିଭାଗର ଖର୍ଚ୍ଚ ଦାବୀ ଆଲୋଚନା ହୋଇ ପାରିତ ହୋଇଛି । ୫ଟି ସି.ଏ.ଜି. ରିପୋର୍ଟ ଉପସ୍ଥାପନ ହୋଇଛି ।

ଗତ ଅଧିବେଶନରେ ଆଗତ ହୋଇ ଚଳିତ ବଜେଟ ଅଧିବେଶନରେ ପ୍ରତ୍ୟାହୃତ ହୋଇଛି ବିଧାୟକ, ମନ୍ତ୍ରୀ, ବାଚସ୍ପତି ଓ ଉପବାଚସ୍ପତିଙ୍କ ବର୍ଦ୍ଧିତ ଦରମା, ଭତ୍ତା ଓ ପେନସନ ବିଲ । ଆର୍ଥିକ ବର୍ଷ ୨୦୨୬/୨୭ ର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିଥିଲା । ଫେବୃଆରୀ ୨୦ ତାରିଖରେ ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ । ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ଅଧିବେଶନ ରହିଥିଲା । ସେହିପରି ମାର୍ଚ୍ଚ ୯ ତାରିଖରୁ ବିଧାନସଭାର ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା । ସେହିଦିନ ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ଉପସ୍ଥାପନ ହୋଇଛି । ମାର୍ଚ୍ଚ ୧୦ ତାରିଖରୁ ବିଭାଗୀୟ ବଜେଟ ଅନୁଦାନ ଉପରେ ଆଲୋଚନା ହୋଇ ପାରିତ ହୋଇଛି ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ