ମୁଁ ଲୋକଙ୍କ ସମସ୍ୟା ଉଠାଉଥିଲି । ମୁଁ କିଛି ଭୁଲ୍ କରିଛି କି ?

ନୂଆଦିଲ୍ଲୀ; ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି ଭିତରେ ପୁଣି ଥରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେଇଛି । ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଗୃହରେ ଦଳର ଉପନେତା ପଦରୁ ବହିଷ୍କାର କରିବାକୁ ଆପ୍ ଅନୁରୋଧ କରିବା ପରେ ଦଳ ଭିତରେ ଉତ୍ତେଜନା ବୃଦ୍ଧି ପାଇଛି । ତାଙ୍କୁ ବହିଷ୍କାର କରିବା ପରେ, ଚଢା ଏକ ଟ୍ୱିଟ୍ ମାଧ୍ୟମରେ ଦଳକୁ ପୁଣି ଥରେ ଆକ୍ଷେପ କରି କହିଛନ୍ତି, “ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ପରାସ୍ତ ହୋଇନାହିଁ । ମୁଁ ଲୋକଙ୍କ ସମସ୍ୟା ଉଠାଉଥିଲି । ମୁଁ କିଛି ଭୁଲ୍ କରିଛି କି ? ମୁଁ ଏହା ପଚାରୁଛି କାରଣ ଆପ୍ ରାଜ୍ୟସଭା ସଚିବାଳୟକୁ ରାଘବ ଚଢାଙ୍କ ସଂସଦ ଅଭିଭାଷଣ ବନ୍ଦ କରିବାକୁ କହିଛି ।”
​​​​​​​ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ୨ମିନିଟ୍‌ ୧୮ ସେକେଣ୍ଟର ଏକ ଏକ ଭିଡିଓ ପୋଷ୍ଟ କରିଛନ୍ତି ଆପ୍‌ ନେତା ରାଘବ ଚଢା । କ୍ୟାପ୍ସନରେ ଲେଖାଅଛି କହିଛନ୍ତି, ଚୁପ୍ ଅଛି ହାରିନାହିଁ । ‘ଆମ୍‌ ଆଦମୀ’କୁ ମୋର ମେସେଜ୍‌ । ଭିଡିଓରେ ରାଘବ କହିଛନ୍ତି, ସଂସଦରେ ସେ ଏପରି ପ୍ରସଙ୍ଗ ଉଠାଇଛନ୍ତି ଯାହା ସାଧାରଣତଃ ସଂସଦରେ ଉଠାଯାଏ ନାହିଁ । ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇନାହିଁ । ମୁଁ ଜନତାଙ୍କ ମୁଦ୍ଦା ଉଠାଏ । ତେବେ ଏପରି ପ୍ରସଙ୍ଗ ଉଠାଇବା କ’ଣ ଅପରାଧ ? ଜନତାଙ୍କ ସମସ୍ୟା ଉଠାଇବା କ’ଣ ଅପରାଧ ? ଏ ପ୍ରଶ୍ନ ମୁଁ ଏଥିପାଇଁ ପଚାରୁଛି ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସେକ୍ରେଟାରୀକୁ କହିଛି କି ରାଘବ ଚଡ୍ଡାଙ୍କୁ ପାର୍ଲାମେଣ୍ଟରେ କହିବା ଉପରେ ରୋକ୍ ଲଗାଯାଉ । ମୋ କହିବା ଉପରେ ଜଣେ କାହିଁକି ରୋକ ଲଗାଇବାକୁ ଛାହୁଁଛନ୍ତି ? ମୁଁ ଯେବେ ବି କୁହେଁ ସାଧାରଣ ଲୋକଙ୍କ କଥା କୁହେ । ଏୟାରପୋର୍ଟରେ ମିଳୁଥିବା ମହଙ୍ଗା ଖାଦ୍ୟ କଥା କହିଥିଲି, ଜମାଟୋ, ବ୍ଲିକିଟ୍ ଡେଲିଭରୀ ରାଇଡର୍ସଙ୍କ କଥା କହିଥିଲି, ଖାଦ୍ୟରେ ଅପମିଶ୍ରମଣ କଥା କହିଥିଲି, ଟୋଲ୍ ପ୍ଲାଜାରୁ ନେଇ ବ୍ୟାଙ୍କ ଚାର୍ଜ ଲୁଟ, ମଧ୍ୟବିତ୍ତଙ୍କ ଉପରେ ଟ୍ୟାକ୍ସ ବୋଝ, ଟେଲିକମ ରିଚାର୍ଜ ସମସ୍ୟା ଉପରେ କହିଥିଲି । ଏହି ମୁଦ୍ଦା ଉଠାଇବାକୁ ଦେଶର ସାଧାରଣ ଲୋକଙ୍କୁ ଫାଇଦା ମିଳିଲା ହେଲେ ଆମ୍ ଆଦମୀ ପାର୍ଟିର କଣ କ୍ଷତି ହେଲା ବୋଲି ପ୍ରଶ୍ନ କରିଛନ୍ତି ରାଘବ । ଯେଉଁମାନେ ମୋତେ କହିବାକୁ ରୋକିଛନ୍ତି ତାଙ୍କୁ କହିବାକୁ ଚାହିଁବି ମୋ ନୀରବାତକୁ ହାରିବା ଭାବିବନି ।
​​​​​​​ରାଜ୍ୟସଭା ଉପନେତା ପଦରୁ ହଟାଇଥିଲା- ଆପ୍ ଆମ୍ ଆଦମୀ ପାର୍ଟି (ଆପ୍) ଗୁରୁବାର ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଥିଲା । ତାଙ୍କ ସ୍ଥାନରେ ଦଳ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ବାଛିଛି । ରାଜ୍ୟସଭା ସଚିବାଳୟକୁ ପତ୍ର ଲେଖି ଆପ୍ ଏହା ଜଣାଇଥିଲା ।

  • Related Posts

    ଚନ୍ଦ୍ରବାବୁଙ୍କ ଘୋଷଣା: ‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ

    ନୂଆଦିଲ୍ଲୀ; ‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ । ସ୍ଥାୟୀ ରାଜଧାନୀ ଭାବେ ଆଇନଗତ ସ୍ୱୀକୃତି ମିଳିଛି । ସଂସଦରେ ପାରିତ ହେବା ପରେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ…

    Continue reading
    ୯ ପୁଲିସ୍‌ କର୍ମଚାରୀଙ୍କୁ ମିଳିଲା ଫାଶୀ ଦଣ୍ଡ

    ତାମିଲନାଡୁର ମଦୁରାଇ ଜିଲ୍ଲାର ଗୋଟିଏ କୋର୍ଟ ଆଜି ଐତିହାସିକ ରାୟ ଦେଇଛନ୍ତି। ବାପ-ପୁଅଙ୍କୁ ହାଜତରେ ପିଟିପିଟି ମାରିବା ଘଟଣାରେ ତାମିଲନାଡୁର ୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ କୋର୍ଟ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।୬ ବର୍ଷ ତଳେ ବ୍ୟବସାୟୀ ପି ଜୟରାଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ