ଭୁବନେଶ୍ୱର: ଐତିହାସିକ ବରଗଡ଼ ଧନୁଯାତ୍ରା-୨୦୨୫ ହେବ ଆହୁରି ଲୋକପ୍ରିୟ। ଏହି ପାରମ୍ପରିକ ମହାକୁମ୍ଭର ପ୍ରଚାର ପ୍ରସାର, କଳାକାରମାନଙ୍କ ସମ୍ମାନ ସହ ଏହାକୁ ଆହୁରି ଭବ୍ୟ କରିବା ପାଇଁ ରାଜ୍ୟ ସରକାର ଅନୁଦାନ ରାଶି ବଢ଼ାଇଛନ୍ତି। ଏହି ରାଶି ୧୦ ଲକ୍ଷରୁ ବଢ଼ାଇ କୋଟିଏ କରିବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ।
ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍
ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…




