ବର୍ଷକୁ ଥରେ ରତ୍ନସିଂହାସନ ଛୁଏଁ ମନ୍ଦାର ଫୁଲ

ଶ୍ରୀକ୍ଷେତ୍ରର କଳା ସଂସ୍କୃତି ପରମ୍ପରା ଖୁବ ନିଆରା। ଶ୍ରୀମନ୍ଦିର ଗର୍ଭଗୃହକୁ ମନ୍ଦାର ଫୁଲ ପ୍ରବେଶ ନିଷେଧ । କିନ୍ତୁ ରାବଣ ପାଇଁ ମହାପ୍ରଭୁ ନିୟମ କୋହଳ କରିଦିଅନ୍ତି । ରାବଣଙ୍କୁ ଆଜ୍ଞାମାଳ ପ୍ରଦାନ କରିବାକୁ ବର୍ଷକେ ଥରେ ମନ୍ଦାର ଫୁଲ ରତ୍ନସିଂହାସନ ସ୍ପର୍ଶ କରିଥାଏ । ସାହିଯାତର ରାବଣବଧ ନୀତି ଦିବସରେ ମନ୍ଦାର ଫୁଲ ଗର୍ଭଗୃହ ମଧ୍ୟରେ ପ୍ରବେଶ କରେ । ବର୍ଷବର୍ଷ ଧରି ଶ୍ରୀମନ୍ଦିରରେ ଏହି ପରମ୍ପରା ଚାଲିଆସୁଛି । ପ୍ରାୟତଃ ଅଧିକାଂଶ ସ୍ଥାନରେ ରାବଣଙ୍କୁ ଭିନ୍ନଦୃଷ୍ଟିରେ ଦେଖାଯାଉଥିଲେ ମଧ୍ୟ ଶ୍ରୀକ୍ଷେତ୍ରରେ ରାବଣଙ୍କର ସ୍ଥାନ ସ୍ୱତନ୍ତ୍ର । ସାହିଯାତରେ ମୁଖ୍ୟ ଆକର୍ଷଣ ପାଲଟିଥାନ୍ତି ରାବଣ । ସ୍ୱତନ୍ତ୍ର ରୀତିନୀତିରେ ରାବଣ ପୂଜା କରାଯାଏ । ରାମଲୀଳାରେ ସେତୁବନ୍ଧ ପ୍ରତିଷ୍ଠା ପାଇଁ ମହାଜ୍ଞାନୀ ବେଦଜ୍ଞ ରାବଣଙ୍କୁ ପ୍ରଭୁ ଶ୍ରୀରାମ ଅଗ୍ରାଧିକାର ଦେଇଥାନ୍ତି । ସେହିଭଳି ସାହିଯାତ ସମୟରେ ରାମଙ୍କ ସହ ଯୁଦ୍ଧରେ ଲଢ଼ିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ରାବଣଙ୍କୁ ଆଜ୍ଞାମାଳ ଦେଇଥାନ୍ତି ।
ନୀତି ମୁତାବକ, ବାଲିସାହି ଆଖଡ଼ା ପକ୍ଷରୁ ଭୋର ସମୟରେ ରାବଣ ବାହାରି ପ୍ରଥମେ ସାହି ପରିକ୍ରମା କରିବେ । ରାମଙ୍କୁ ଯୁଦ୍ଧରେ ପରାସ୍ତ କରିବା ପାଇଁ ସାହି ବାସିନ୍ଦାଙ୍କ ସହଯୋଗ କାମନା କରି ରାବଣ ଦିନ ସମୟରେ ଏହି ପରିକ୍ରମା କରିଥାନ୍ତି । ପରିକ୍ରମା ସାରିବା ପରେ ରାବଣ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କଠାରୁ ଯୁଦ୍ଧ ପାଇଁ ଆଜ୍ଞା ଆଣିଥାନ୍ତି । ରାବଣ ଶକ୍ତି ଉପାସକ ଥିଲେ । ଶକ୍ତି ଉପାସନାରେ ମନ୍ଦାର ଫୁଲର ଭୂମିକା ମୁଖ୍ୟ । ଏଣୁ ରାବଣଙ୍କର ଆଗ୍ରହକୁ ସମ୍ମାନ ଜଣାଇ ମହାପ୍ରଭୁ ଆଜ୍ଞାମାଳ ସଦୃଶ୍ୟ ମନ୍ଦାର ଫୁଲର ମାଳ ଦେଇଥାନ୍ତି । ଏହି ଗୋଟିଏ ଦିନ ହିଁ ରତ୍ନ ସିଂହାସନ ଛୁଏଁ ମନ୍ଦାର ଫୁଲ । ଅନ୍ୟ ଦିନମାନଙ୍କରେ ମନ୍ଦାର ଫୁଲ ଶ୍ରୀବିଗ୍ରହଙ୍କ ପୂଜାରେ ବର୍ଜନୀୟ ।
ମହାପ୍ରଭୁଙ୍କ ଆଜ୍ଞାମାଳ ଆଣିସାରିବା ପରେ ପ୍ରଭୁ ରାମଙ୍କୁ ପରାସ୍ତ କରିବ ବୋଲି ଖୁସି ହୋଇ ରାବଣ ନିଜ ସାହିକୁ ଫେରିଥାନ୍ତି । ସନ୍ଧ୍ୟାରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୁୂଏ । ଯୁଦ୍ଧକୁ ଯିବା ପୂର୍ବରୁ ରାବଣ ଯମ୍ବେଶ୍ୱରଙ୍କ ମନ୍ଦିରରେ ଥିବା ନିକୁମ୍ବିଲା ବଟମୂଳେ ଯଜ୍ଞ କରିଥାନ୍ତି । ରାମାୟଣରେ ବର୍ଣ୍ଣନା ଅନୁଯାୟୀ ରାବଣ ଯୁଦ୍ଧକୁ ଯିବା ପୂର୍ବରୁ ନିକୁମ୍ବିଲା ବଟ ତଳେ ଯଜ୍ଞ କରିଥିଲେ । ଯଜ୍ଞ ସାରିବା ପରେ ଶ୍ରୀମନ୍ଦିର ପାର୍ଶ୍ୱ ଗଡ଼ଛକ ନିକଟ ଭଗବତୀ କୋଟରେ ପଣା ଗ୍ରହଣ କରିଥାନ୍ତି । ଲୋକକଥାନୁଯାୟୀ ଏହି ପଣା ପିଇବା ପରେ ରାବଣଙ୍କର ଶକ୍ତି ହ୍ରାସ ହୁଏ । ଫଳରେ ସେ ପ୍ରଭୁ ରାମଙ୍କଠାରୁ ଯୁଦ୍ଧରେ ଆଗ୍ରହକୁ ସମ୍ମାନ ଜଣାଇ ମହାପ୍ରଭୁ ଆଜ୍ଞାମାଳ ଭଗବତୀଙ୍କୁ ଶକ୍ତି ଓ ନିଶୁଣି ଆଣିଥାନ୍ତି । ଏହି ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ରାବଣକୁ ଭଗବତୀ ମନ୍ଦିର ତରଫରୁ ନିଶୁଣି ଯୋଗାଇ ଦିଆଯାଇଥାଏ ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ