ଖରାଦିନେ ତ୍ଵଚାରେ ନ୍ୟାଚୁରାଲ୍‌ ଗ୍ଲୋ ପାଇଁ ନିଶ୍ଚୟ ଖାଆନ୍ତୁ…

ଗ୍ରୀଷ୍ମ ଋତୁର ଆଗମନ ସହିତ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖରାଦିନେ ସାଧାରଣତଃ ତ୍ଵଚାରେ ଟ୍ୟାନିଂ ଭଳି ସମସ୍ୟା ଦେଖାଦେଇଥାଏ। ଆଉ ଏହି ଟ୍ୟାନିଂକୁ ଏଡାଇବା ଲାଗି ଲୋକମାନେ ବଜାରରୁ ବିଭିନ୍ନ ପ୍ରକାରର ମହଙ୍ଗା ସୌନ୍ଦର୍ଯ୍ୟ ଉପକରଣମାନ କିଣିଥାନ୍ତି। କିନ୍ତୁ ଆପଣମାନେ କ’ଣ ଜାଣନ୍ତି କି ଏମିତି କିଛି ଫଳ ଅଛି, ଯାହା ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ବଜାୟ ରଖିବାରେ ସାହାଯ୍ୟ କରେ? ଆଜି, ଆମେ ଆପଣଙ୍କୁ ଏପରିକିଛି ଖରାଦିନିଆ ଫଳ ବିଷୟରେ କହିବୁ, ଯାହା ଆପଣଙ୍କ ତ୍ୱଚାକୁ ଏକ ପ୍ରାକୃତିକ ଚମକ ଦେବ।

୧-ପଇଡ ପାଣି : ଏହା ଆମ ଶରୀରକୁ ହାଇଡ୍ରେଟ୍ ରଖିବା ସହ ଚର୍ମକୁ ଉଜ୍ଜ୍ୱଳ ଏବଂ କୋମଳ ରଖିବାରେ ସାହାଯ୍ୟ କରେ। ଗ୍ରୀଷ୍ମ ଋତୁରେ ପ୍ରତିଦିନ ଗୋଟିଏ ପଇଡ ପାଣି ପିଇବା ଦ୍ୱାରା ଆପଣଙ୍କ ପେଟ ଏବଂ ଚର୍ମ ଉଭୟ ସୁସ୍ଥ ରହିପାରିବ।

୨-ତରଭୁଜ: ଏଥିରେ ଭିଟାମିନ୍ ସି, ଫାଇବର ଏବଂ ପାଣି ଭରପୁର ମାତ୍ରାରେ ରହିଥାଏ। ଭିଟାମିନ୍ ସି ଟ୍ୟାନିଂ ଦୂର କରିବାରେ ସାହାଯ୍ୟ କରେ। ଯଦି ଆପଣ ଗ୍ରୀଷ୍ମ ଋତୁରେ ଟ୍ୟାନିଂ ବିଷୟରେ ଚିନ୍ତିତ, ତେବେ ଆପଣଙ୍କ ଖାଦ୍ୟରେ ତରଭୁଜକୁ ସାମିଲ କରନ୍ତୁ। ତରଭୁଜ ଚମକଦାର ତ୍ଵଚା ସହ ଶରୀରର ତାପମାତ୍ରା ବଜାୟ ରଖେ।

୩-କାକୁଡି- ଏହା କେବଳ ସାଲାଡର ଏକ ଅଂଶ ନୁହେଁ। ବରଂ ଏହା ପେଟ ଏବଂ ଚର୍ମ ଉଭୟ ପାଇଁ ବହୁତ୍ ଉପଯୋଗୀ। କାକୁଡି ପୁରା ଶରୀରକୁ ହାଇଡ୍ରେଟ୍ କରେ। ଏବଂ ଶୁଷ୍କତା ହ୍ରାସ କରିବାରେ ସାହାଯ୍ୟ କରେ।

୪-ଖରାଦିନେ ଆମ୍ବ ମଧ୍ୟ ତ୍ୱଚା ପାଇଁ ଲାଭଦାୟକ। ଆମ୍ବରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ହଜିଯାଇଥିବା ଚମକ ଫେରାଇ ଆଣିବାରେ ସାହାଯ୍ୟ କରେ।

୫-କମଳା-ଏହା ଭିଟାମିନ୍ ସି ରେ ଭରପୂର। ଏହା ଚୋପା ମଧ୍ୟ ଚର୍ମ ପାଇଁ ଲାଭଦାୟକ। କମଳା କେବଳ ମୁହଁକୁ ଗଭୀର ଭାବରେ ପୋଷଣ ଦିଏ ନାହିଁ ବରଂ କଳା ଦାଗକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ଫେସ୍ ପ୍ୟାକ୍ ରେ ମଧ୍ୟ କମଳା ଚୋପା ବ୍ୟବହାର କରାଯାଏ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ