ସାଥୀଙ୍କୁ କିପରି କରିବେ ଖୁସି: ପଢିଲେ ଜାଣିବେ ନିବିଡ଼ ସମ୍ପର୍କର ମୂଳମନ୍ତ୍ର

ପ୍ରେମ ସବୁଠୁ ଅମୂଲ୍ୟ । ପ୍ରତ୍ୟେକ ମଣିଷର ଜୀବନରେ ପ୍ରେମ ଏକ ନୂଆ ଅନୁଭବ ଆଣିଥାଏ। ହେଲେ ସମ୍ପର୍କକୁ ସୁମଧୁର କରିବା ପାଇଁ ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ଜରୁରୀ।

ବିଶ୍ୱାସ: ପ୍ରେମରେ ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ। ଯଦି ପ୍ରେମରେ ବିଶ୍ୱାସ ନ ରୁହେ ତେବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଉଭୟ ଉଭୟଙ୍କୁ ବିଶ୍ୱାସ କରିବା ଦ୍ୱାରା ସମ୍ପର୍କ ନିବିଡ଼ ହୋଇଥାଏ।

ସମ୍ମାନ: ପ୍ରେମରେ ଉଭୟ ଉଭୟଙ୍କୁ ସମ୍ମାନ ଦେବା ବି ଦରକରା। ସାଥୀଙ୍କୁ ସର୍ବଦା ପରିହାସ କରିବା କିମ୍ବା ଆସମ୍ମାନ କରିବା ଦ୍ୱାରା ସମ୍ପର୍କ ତିଷ୍ଠି ପାରେନି। ତେଣୁ ନିବିଡ଼ ସମ୍ପର୍କ ପାଇଁ ସାଥୀଙ୍କୁ ସମ୍ମାନ ଦେବା ଆବଶ୍ୟକ।

ଖୁସି: ପ୍ରେମରେ ଖୁସି ରହିବା ବି ଦରକାର। କାରଣ ଯଦି ଆପଣଙ୍କ ପ୍ରେମକୁ ନେଇ ଖୁସି ନାହାନ୍ତି ତେବେ ସମ୍ପର୍କ ଭଙ୍ଗିଯିବାର ସମ୍ଭାବନା ଥାଏ। ତେଣୁ ପ୍ରେମିକା କିମ୍ବା ଜୀବନ ସାଥୀ ସହ ଖୁସି ରହିବାକୁ ଚେଷ୍ଟା କରନ୍ତୁ।

ଗୁରୁତ୍ୱ: ପ୍ରେମରେ ଉଭୟ ଉଭୟଙ୍କୁ ଗୁରୁତ୍ୱ ଦେବା ଆବଶ୍ୟକ। ଏହାସହ ଆପଣ ସାଥୀଙ୍କ ପସନ୍ଦ ଓ ନାପସନ୍ଦକୁ ଜାଣିବାକୁ ଚେଷ୍ଟା କରି ସେହି ଅନୁସାରେ କାମ କରନ୍ତୁ।

ସ୍ୱାଧୀନତା: ପ୍ରତ୍ୟେକ ମଣିଷ ଚହାନ୍ତିଁ ସ୍ୱାଧୀନ ଭାବେ ବଞ୍ଚିବାକୁ। ତେଣୁ ପ୍ରେମରେ ମଧ୍ୟ ନିଜ ସାଥୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବା ଆବଶ୍ୟକ। ସବୁ କଥାରେ ସାଥୀଙ୍କୁ ବାରଣ କରନ୍ତୁ ନାହିଁ।

ସେକ୍ସ: ସମ୍ପର୍କରେ ସେକ୍ସର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। ଉଭୟଙ୍କ ସହମତିରେ ସେକ୍ସ ହେବା ଆବଶ୍ୟକ। ସାଥୀଙ୍କ ଇଛା ବିରୋଧରେ ସେକ୍ସ କରିବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ତେଣୁ ସେକ୍ସ କରିବା ସମୟରେ ସାଥୀଙ୍କ ପସନ୍ଦ ଓ ନାପସନ୍ଦ ଜାଣି ରଖନ୍ତୁ ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ