୧୦ ତାରିଖ ଯାଏ ଝଡ଼ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ । ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ପଶ୍ଚିମା ଝଡ଼ ଓ କାଳବୈଶାଖୀର ପ୍ରଭାବରେ ଅପରାହ୍ନରେ ବିଜୁଳି ଓ ଘଡ଼ଘଡ଼ି ସହ ପବନ ବହିବ । ସୋମବାର କାଳବୈଶାଖୀର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି ।

୭ ଓ ୮ ତାରିଖ ଦୁଇ ଦିନ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକକୁ ଏହି ସତର୍କତା ଜାରି କରାଯାଇଛି । ୯ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ଝଡ଼ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ଆକଳନ କରିଛି ।
ଓଡ଼ିଶାରେ ଏବେ ସ୍ଥାନୀୟ କାଳବୈଶାଖୀ ଓ କ୍ରମାଗତ ପଶ୍ଚିମା-ଝଡ଼ ପ୍ରଭାବ ରହିବ । ଆସନ୍ତା ୭ରୁ ୧୦ ଦିନ ଯାଏ ଏହା ପାଣିପାଗକୁ ନିୟନ୍ତ୍ରଣ କରିବ । ଏବେ ଛୋଟନାଗପୁର ମାଳଭୂମିର ଅତ୍ୟଧିକ ତାତି ପାଇଁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତୀବ୍ର କାଳବୈଶାଖୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ସକାଳ ବେଳା ପ୍ରବଳ ତାତି ଓ ଅପରାହ୍ନ ବେଳକୁ ହଠାତ୍ ଘଡ଼ଘଡ଼ି, ବିଜୁଳି ଓ ଘଣ୍ଟାପ୍ରତି ୪୦-୫୦ କିଲାମିଟର ବେଗରେ ପବନ ବହିବା ଭଳି ସ୍ଥିତି ରହିବ ।
ଉତ୍ତର ଭାରତରେ ପ୍ରଥମ ପଶ୍ଚିମା-ଝଡ଼ର ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ପରୋକ୍ଷ ଭାବରେ ରହୁଛି । ଏହା ବାୟୁମଣ୍ଡଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରି ବଙ୍ଗୋପସାଗରରୁ ପ୍ରଚୁର ଜଳୀୟବାଷ୍ପ ପୂର୍ଣ୍ଣ ଗରମ ବାୟୁକୁ ଓଡ଼ିଶା ଆଡ଼କୁ ଟାଣୁଛି । ବାୟୁମଣ୍ଡଳର ଉପର ଭାଗରେ ଥିବା ଏହି ଶୀତଳ ବାୟୁ ସ୍ଥାନୀୟ ଉଷ୍ମ ବାୟୁ ସହ ମିଶି କାଳବୈଶାଖୀକୁ ଆହୁରି ଶକ୍ତିଶାଳୀ କରୁଛି । ଏହି ପ୍ରକ୍ରିୟା ଏପ୍ରିଲ ୫ ରୁ ୭ ତାରିଖ ଯାଏ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ସର୍ବାଧିକ ପ୍ରଭାବ ପକାଇବ ।
ଏପ୍ରିଲ ୭ ଓ ୮ ତାରିଖ ବେଳକୁ ଉତ୍ତର ଭାରତରେ ଆଉ ଏକ ଦ୍ୱିତୀୟ ପଶ୍ଚିମା-ଝଡ଼ ପହଞ୍ଚିବାର ସମ୍ଭାବନା ଅଛି । ଏହା ଓଡ଼ିଶାର ବାୟୁମଣ୍ଡଳକୁ ସ୍ଥିର ହେବାକୁ ଦେବନି । ଏପ୍ରିଲ ୧୧ ତାରିଖ ଯାଏ ଏହି ଅସ୍ଥିର ପାଣିପାଗ ଜାରି ରହିପାରେ । ଏହା ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି ଓ ନୟାଗଡ଼ ଭଳି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାରେ ଆକାଶ ଅଧିକ ସମୟ ଧରି ମେଘୁଆ ରହିବ । ପୁଣି ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଯାଏ ବୃଦ୍ଧି ପାଇପାରେ ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ