
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପତାଣ୍ଡ ଗାଁରେ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯିବାରୁ ୨ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକା ସାଙ୍ଗ ଥିଲେ। ସେମାନେ ସପ୍ତମ ଶ୍ରେଣୀରେ ପଢୁଥିଲେ।
ଆଜି ଏହି ଦୁଇ ନାବାଳିକା ଗାଁ ପୋଖରୀକୁ ଗାଧୋବାକୁ ଯାଇଥିବା ବେଳେ କୌଣସି କାରଣରୁ ବୁଡ଼ି ଯାଇଥିଲେ। ଏହା ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।
ପ୍ରାୟ ୨ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ଦିଗବହଣ୍ଡି ଡାକ୍ତରଖାନା ନେଇଥିଲା ଅଗ୍ନିଶମ ବାହିନୀ। ସେଠାରେ ଡାକ୍ତର ସେମାନଙ୍କୁ ଯାଞ୍ଚ କଲା ପରେ ମୃତ ଘୋଷଣା କରିଥିଲେ। ଖବର ପାଇ ଦିଗପହଣ୍ଡି ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।




