ଏପ୍ରିଲ୧୦,ଭୁବନେଶ୍ବର:ଆଜି କାଲି ଅନେକ ଲୋକ ଖରାରୁ ରକ୍ଷା ପାଇବା ପାଇଁ ଦୁଇଚକିଆ ବଦଳରେ ଚାରିଚକିଆ ଯାନ ମୁଖ୍ୟତଃ କାର ବ୍ୟବହାର କରିବାକୁ ଗୁରୁତ୍ୱ ଦେଉଛନ୍ତି । ତେବେ ଖରାଦିନରେ କାର ବ୍ୟବହାର କରିବା ସମୟରେ କାରର ଯତ୍ନ ପ୍ରତି ମଧ୍ୟ ସଜାଗ ରହିବା ଜରୁରୀ । କାରର ଯତ୍ନ ପ୍ରତି ସଚେତନ ହେଲେ ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଅନେକ ସମସ୍ୟାରୁ ରକ୍ଷା କରିବ । କାର୍ ଭିତରର ଦୁର୍ଗନ୍ଧକୁ ଦୂରେଇବା ପାଇଁ ଅନେକ ଚାଳକ ପରଫ୍ୟୁମ୍, ଡିଓଡ୍ରେଣ୍ଟ ରଖିବାକୁ ପସନ୍ଦ କରିଥାନ୍ତି ଯାହା ବାସ୍ତବରେ ଆଦୌ ସୁରକ୍ଷିତ ନୁହେଁ । ଯଦି ଆପଣ ଏହି ଗରମ ଦିନରେ ନିଜ ଗାଡିକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଗାଡି ଭିତରେ ଭୁଲରେ ବି ରଖନ୍ତୁ ନାହିଁ ଡିଓଡ୍ରାଣ୍ଟ୍ ଯାହା ଆପଣଙ୍କ କାର୍କୁ ସମ୍ପୂର୍ଣ୍ଣ ରୂପେ ଜଳାଇ ଦେବାର ଆଶଙ୍କା ରହିଛି । ସାଧାରଣତଃ ପରଫ୍ୟୁମରେ ଆଲକହଲର ରହିଥାଏ ଯାହା ଗରମ କାରଣରୁ ସଂପ୍ରସାରି ହୋଇଯାଏ । ବିଶେଷଜ୍ଞଙ୍କ କହିବାନୁସାରେ, ପରଫ୍ୟୁମକୁ ୫୦ ଡିଗ୍ରୀ ତାପମାତ୍ରା ତଳକୁ ରଖିବା ହିଁ ସୁରକ୍ଷିତ ହୋଇଥାଏ । ଯେହେତୁ ଆଲକହଲ୍ ଏକ ଜ୍ୱଳନଶୀଳ ପଦାର୍ଥ ଯଦି ଏହା ଗରମ କାରଣରୁ କାର୍ ଭିତରେ ଲିକ୍ ହୁଏ ତା’ହେଲେ କାରରେ ନିଆଁ ଲାଗିବାର ଆଶଙ୍କା ବଢ଼ିଯାଏ । ତେବେ ଅନେକ ବିଶେଷଜ୍ଞ ମଧ୍ୟ କାର୍ ଭିତରେ ସାନିଟାଇଜର୍ ଏବଂ ଲାଇଟର୍ ରଖିବାକୁ ମଧ୍ୟ ମନା କରନ୍ତି । ଯଦି ଆପଣ ପୁରୁଣା ଟାୟାରକୁ ବ୍ୟବହାର କରି କାର୍ ଚଳାଉଛନ୍ତି ତା’ହେଲେ ବେଳ ଥାଉ ଥାଉ ଟାୟାର ବଦଳାଇ ଦିଅନ୍ତୁ । କାରଣ ଖରା ଦିନେ ପୁରୁଣା ଟାୟାର୍ ଏୟାର୍ ପ୍ରେସରକୁ ସମ୍ଭାଳି ପାରେନା ଏବଂ ଗରମରେ ଅଧିକ ପ୍ରେସର୍ କାରଣରୁ ପୁରୁଣା ଟାୟାର୍ ଫାଟିବା ଭଳି ସମସ୍ୟା ଉପୁଜିପାରେ । ଯଦି ଆପଣଙ୍କ ଟାୟାରର କୌଣସି ସ୍ଥାନରେ ଖରାପ କିମ୍ବା କଣା ହେଲା ଭଳି ଦେଖାଯାଏ ତା’ହେଲେ ବିଳମ୍ବ ନ କରି ତୁରନ୍ତ ତାହାକୁ ବଦଳାଇ ଦିଅନ୍ତୁ । ଖରା ବଢିବା କାରଣରୁ କାର୍ ଭିତରେ ଗରମ ପବନର ହାଇ ପ୍ରେସର ବଢିବାରେ ଲାଗିଥାଏ । ଏଭଳି ସ୍ଥିତିରେ ଯଦି ଆପଣଙ୍କ ଗାଡି ଖରାରେ ଛିଡା ହୋଇଛି ତେବେ ଏହାର ଗ୍ଲାସରେ ଫାଟ ସୃଷ୍ଟି ହେଲା ଭଳି ସମସ୍ୟା ଉପୁଜିପାରେ । ଏଭଳି ସମସ୍ୟାର ସମାଧାନ ପାଇଁ କାର୍ ଝରକାକୁ ଅଳ୍ପ ଖୋଲା ରଖନ୍ତୁ । ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଏବଂ ଆପଣଙ୍କ ଗାଡି ଖରାଦିନେ ସୁରକ୍ଷିତ ରହିବ ।
ଭାରତରେ ହୋମିଓପାଥି ଚିକିତ୍ସା
୧୦ ଏପ୍ରିଲ, ଭୁବନେଶ୍ୱର: ଆଜି ବିଶ୍ୱ ହୋମିଓପାଥି ଦିବସ ପାଳନ କରାଯାଉଛି। ହୋମିଓପାଥିର ପ୍ରତିଷ୍ଠାତା ଡକ୍ଟର ହାନିମାନଙ୍କ ଜନ୍ମବାର୍ଷିକୀକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ହୋମିଓପାଥି ଦିବସ ୨୦୨୬ ର ବିଷୟବସ୍ତୁ ହେଉଛି ସ୍ଥାୟୀ ସ୍ୱାସ୍ଥ୍ୟ…


