
ଅନୁଗୋଳ :ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ମଧୁପୁର ଗ୍ରାମରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ। ଦୁଇ ମୃତକ ହେଲେ କନ୍ତପଡ଼ା ଗ୍ରାମର ମା ଓ ଝିଅ। ସେମାନେ ଭୁକିଲାପାଳର ମିହିର ପ୍ରଧାନ ପାଖରେ କାମ କରୁଥିଲେ। ମଧୁପୁର ଗାଁରେ ଦଣ୍ଡନାଚ ଦେଖି ରାତି ୨ଟା ସମୟରେ ନୂଆ କୁହ୍ଲସାହିକୁ ସ୍ୱାମୀ ସ୍ତ୍ରୀ ଓ ୩ବର୍ଷର ଝିଅ ଆସୁଥିଲେ। ଆସିବା ବାଟରେ ମଧୁପୁରର ନଳମାଳ ପାଖରେ ହାତୀ ଆକ୍ରମଣ କରିଥିଲା। ମୃତ ମହିଳାଙ୍କ ସ୍ୱାମୀ ଜୀବନ ବିକଳରେ ମଧୁପୁର ଗାଁକୁ ଦୌଡ଼ି ପଳାଇ ଗାଁରେ କହିଥିଲେ। ଗାଁ ଲୋକ ସମସ୍ତେ ଆସିଲା ବେଳକୁ ହାତୀ ମା ଓ ଝିଅଙ୍କୁ ମାରି ସାରିଥିଲା। ପରେ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ମୃତକ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ନେଇଛନ୍ତି।




