ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ସମୀକ୍ଷା : ୨୦୨୫-୨୬ରେ ୮୯.୫ ପ୍ରତିଶତ ଅର୍ଥ

* ପୂର୍ବବର୍ଷର ସଫଳତାକୁ ଆଧାର କରି ଆହୁରି ଉଚ୍ଚ ଲକ୍ଷ୍ୟ ରଖନ୍ତୁ: ମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫-୨୬ ବର୍ଷର କାର୍ଯ୍ୟର ସଫଳତା ଏବଂ ୨୦୨୬-୨୭ ବର୍ଷ ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।

ବୈଠକ ଆରମ୍ଭରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ବିଭାଗୀୟ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୮୯.୪୫ ପ୍ରତିଶତ ଅର୍ଥ ବିନିଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ୮ମ ସ୍ଥାନରେ ଥିବା ବେଳେ, ନୂତନ ଜ୍ଞାନକୌଶଳ ଓ ସାମଗ୍ରୀ ବ୍ୟବହାର କରି ରାସ୍ତା ନିର୍ମାଣ କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। ମାନ୍ୟବର ମନ୍ତ୍ରୀ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।

ପୂର୍ବବର୍ଷର ସଫଳତାକୁ ଆଧାର କରି ଆହୁରି ଉଚ୍ଚ ଲକ୍ଷ୍ୟ ରଖିବା ସହିତ ଚଳିତ ବର୍ଷରେ ନିଜ ପ୍ରଦର୍ଶନକୁ ନିଜେ ଅତିକ୍ରମ କରିବା ପାଇଁ ଅଧିକ ସଂକଳ୍ପ ଓ ପ୍ରୟାସ ସହ କାମ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ନାଏକ ମତ ପ୍ରକାଶ କରିଥିଲେ। ସମୟର ଉପଯୁକ୍ତ ବ୍ୟବହାର ଏବଂ ବିଭାଗୀୟ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ବର୍ଷା ଦିନ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଶେଷ କରାଯାଉ , ଯେପରି ବର୍ଷା ଛାଡ଼ିବା ମାତ୍ରେ କାମ ଦ୍ରୁତ ଗତିରେ ଆରମ୍ଭ ହୋଇପାରିବ।

ଏହି ବୈଠକରେ ‘ମିଶନ ପାୱାର’ ମାଧ୍ୟମରେ ଅପହଞ୍ଚ ଗାଁଗୁଡିକୁ ପକ୍କା ରାସ୍ତାରେ ଯୋଡ଼ିବା ପାଇଁ ଆଲୋଚନା ମଧ୍ୟ କରାଯାଇଛି। କେଉଁ ଜିଲ୍ଲାରେ କେତେ ‘ଅନକନେକ୍ଟେଡ୍ ହାବିଟେସନ୍ସ’ ରହିଛି ତାହାର ସବିସ୍ତୃତ ସମୀକ୍ଷା କରାଯାଇଛି ଏବଂ ଲକ୍ଷ୍ୟ ହାସଲ ପାଇଁ ସମୟସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ଆଗାମୀ ମାସଗୁଡ଼ିକରେ ସଂଯୋଗ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଧ୍ୟାନ ଦେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା ହୋଇଛି। ଆବଶ୍ୟକତାମୂଳକ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ସହ ଉନ୍ନୟନର ଲାଭ ସମସ୍ତ ଅଞ୍ଚଳରେ ସମାନ ଭାବରେ ପହଞ୍ଚିବା ସୁନିଶ୍ଚିତ କରିବାକୁ ମାନ୍ୟବର ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ରାଜ୍ୟର ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକର ରକ୍ଷଣାବେକ୍ଷଣ ଯୋଜନା ଉପରେ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ନୂତନ ରାସ୍ତା ନିର୍ମାଣ ଭଳି ପୁରୁଣା ରାସ୍ତାର ମରାମତି ଓ ସୁଦୃଢ଼ିକରଣ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଉନ୍ନତ ଭିତ୍ତିଭୂମି ହିଁ ସରକାରଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିଥାଏ।

ବୈଠକରେ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ସର୍ବେଶ୍ଵର ସିଂହ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତିରେ ରାଜ୍ୟର ସମସ୍ତ ସର୍କଲ ଏବଂ ଡିଭିଜନ ହେଡ ନିଜ ନିଜ ଅଞ୍ଚଳର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ବୈଠକ ବିଭାଗୀୟ ପ୍ରକ୍ରିୟା ଏବଂ ଉନ୍ନତ କାର୍ଯ୍ୟ କୌଶଳ ସମ୍ପର୍କରେ ଜ୍ଞାନ ଓ ଧାରଣା ବିନିମୟ ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ