କ୍ୟାବିନେଟ: ପାର୍ବତୀ ଗିରି ମେଗା ଜଳ ପ୍ରକଳ୍ପକୁ ଗୁରୁତ୍ୱ

ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି । କ୍ୟାବିନେଟ ବୈଠକରେ ପାର୍ବତୀ ଗିରି ମେଗା ଜଳ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି ।
ଚାଷ ଉପଯୋଗୀ ଢିପ ଜମିଗୁଡ଼ିକର ଭୌଗୋଳିକ ସ୍ଥିତି ପାଇଁ ପାରମ୍ପରିକ ଜଳସେଚନ ପଦ୍ଧତି ଦ୍ବାରା ଜଳସେଚିତ କରିବା ସମ୍ଭବପର ହୋଇନଥାଏ । ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ଏହିପରି ୨,୬୩,୮୦୧ ହେକ୍ଟର ଜମିଗୁଡିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ “ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା” ପ୍ରଣୟନ କରିଛନ୍ତି ।ଏହି ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ କ୍ଲଷ୍ଟର–୩୭ ମାଧ୍ୟମରେ ୦୪ ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ଯାଜପୁର ଜିଲ୍ଲାର ଖରସୁଆଁ ନଦୀ ଓ ବ୍ରାହ୍ମଣୀ ନଦୀ ରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା (pressurized distribution_system) ମାଧ୍ୟମରେ ଯାଜପୁର ଜିଲ୍ଲାର ୫,୯୫୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ସହିତ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ରହିଛି ।
ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ ନିର୍ମାଣ କାର୍ଯ୍ୟ ନିମିତ୍ତ ୧୫୮,୮୬,୭୨,୩୮୯.୦୦ ଟଙ୍କା ଏବଂ ପନ୍ଦର ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ (O&M) ର ମୂଲ୍ୟ ୧୨,୭୦, ୯୩,୭୯୨.୦୦ ଟଙ୍କା ର ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଛତିଶ (୩୬) ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି ।ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହେବା ପରେ ଯାଜପୁର ଜିଲ୍ଲାର ୭୩ ଟି ଗ୍ରାମର କୃଷକମାନେ ଉପକୃତ ହେବେ ଏବଂ ଏହାର ଅଣୁ ଜଳସେଚନ (Micro irrigation) ସୁସଙ୍ଗତତା ହେତୁ ପାରମ୍ପରିକ ଶସ୍ୟ ଉତ୍ପାଦନ ପରିବର୍ତ୍ତେ ଅର୍ଥକାରୀ ଫସଲ ଚାଷ କରିବାକୁ ଉତ୍ସାହିତ ହେବେ । ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ।

“ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ କ୍ଲଷ୍ଟର–୩୦ ମାଧ୍ୟମରେ ୦୪ ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ତେଲ୍ ନଦୀ, ମହାନଦୀ (କପଶିରା ISS ପାଖ) ଏବଂ ତେଲ୍ ନଦୀ (ତେଲ୍ ଓ ସୁକତେଲ୍ ନଦୀ ସଙ୍ଗମସ୍ଥଳ) ଜଳଭଣ୍ଡାର ରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା (pressurized distribution system) ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାର ୬,୦୨୫ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ସହିତ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ରହିଛି ।
ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୧୭୦,୨୨,୦୪,୦୩୧.୬୦ (ଶହେ ସତୁରି କୋଟି ବାଇଶ ଲକ୍ଷ ଚାରି ହଜାର ଏକତିରିଶ ଟଙ୍କା ଏବଂ ଷାଠିଏ ପଇସା) (GST ବ୍ୟତୀତ) ଏବଂ ପନ୍ଦର ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ (O&M) ର ମୂଲ୍ୟ ୧୩,୬୧,୭୬,୩୨୩.୦୦ (ତେର କୋଟି ଏକଷଠି ଲକ୍ଷ ଛଅସ୍ତରି ହଜାର ତିନି ଶହ ତେଇଶ ଟଙ୍କା) (GST ବ୍ୟତୀତ) ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଛତିଶ (୩୬) ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି । ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାର ସତଚାଳିଶି (୪୭) ଟି ଗ୍ରାମର କୃଷକମାନେ ଉପକୃତ ହେବେ ଏବଂ ଏହାର ଅଣୁ ଜଳସେଚନ (Micro irrigation) ସୁସଙ୍ଗତତା ହେତୁ ପାରମ୍ପରିକ ଶସ୍ୟ ଉତ୍ପାଦନ ପରିବର୍ତ୍ତେ ଅର୍ଥକାରୀ ଫସଲ ଚାଷ କରିବାକୁ ଉତ୍ସାହିତ ହେବେ । ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ।

“ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ କ୍ଲଷ୍ଟର – ୨୭ ମାଧ୍ୟମରେ ୦୪ ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ହୀରାକୁଦ ଜଳଭଣ୍ଡାରରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା (pressurized distribution system) ଦ୍ଵାରା ସମ୍ବଲପୁର ଜିଲ୍ଲାର ୬,୨୧୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ସହିତ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ରହିଛି । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୨୦୪,୨୧,୮୮,୯୩୩/- (ଦୁଇ ଶହ ଚାରି କୋଟି ଏକୋଇଶ ଲକ୍ଷ ଅଠାଅଶୀ ହଜାର ନଅ ଶହ ତେତିଶ) ଟଙ୍କା (GST ବ୍ୟତୀତ) ଏବଂ ପନ୍ଦର ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ (O&M) ର ମୂଲ୍ୟ ୧୬,୩୩,୭୫,୧୧୫/- (ଷୋହଳ କୋଟି ତେତିଶ ଲକ୍ଷ ପଞ୍ଚସ୍ତରି ହଜାର ଏକ ଶହ ପନ୍ଦର ଟଙ୍କା) (GST ବ୍ୟତୀତ) ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଛତିଶ (୩୬) ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି । ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସମ୍ବଲପୁର ଜିଲ୍ଲାର ଚଉବନ (୫୪) ଟି ଗ୍ରାମର କୃଷକମାନେ ଉପକୃତ ହେବେ ଏବଂ ଏହାର ଅଣୁ ଜଳସେଚନ (Micro irrigation) ସୁସଙ୍ଗତତା ହେତୁ ପାରମ୍ପରିକ ଶସ୍ୟ ଉତ୍ପାଦନ ପରିବର୍ତ୍ତେ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ ହେବେ । ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ମଧ୍ୟ ସହାୟକ ହେବ ।
“ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା” ପ୍ରଣୟନ କରିଛନ୍ତି ।
“ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ କ୍ଲଷ୍ଟର-୩୮ ମାଧ୍ୟମରେ ୦୩ ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ କେନ୍ଦୁଝର ଜିଲ୍ଲାର କାନପୁର ମୁଖ୍ୟ କେନାଲ, ଆରାଦେଇ ନଦୀ ଏବଂ ମୟୂରଭଞ୍ଜ ଜିଲ୍ଲାର ବାଲିସୁଦ୍ର ନଦୀ ରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା (pressurized distribution system) ମାଧ୍ୟମରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୪, ୨୮୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ସହିତ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ରହିଛି ।
ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୯୨,୯୮,୪୨,୭୯୫,୦୦ (ବୟାନବେ କୋଟି ଅଠାନବେ ଲକ୍ଷ ବୟାଳିଶ ହଜାର ସାତ ଶହ ପଞ୍ଚାନବେ ଟଙ୍କା) ଟଙ୍କା ଏବଂ ପନ୍ଦର ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ (O&M) ନିମିତ୍ତ ୭,୪୮,୫୨,୩୪୫,୦୦ (ସାତ କୋଟି ଅଠଚାଳିଶ ଲକ୍ଷ ବାବନ ହଜାର ତିନି ଶହ ପଞ୍ଚଚାଳିଶ) (GST ବ୍ୟତୀତ) ଟଙ୍କା ର ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଚବିଶ (୨୪) ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି ।
ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କେନ୍ଦୁଝର ଜିଲ୍ଲାର ୨୫ ଟି ଓ ମୟୂରଭଞ୍ଜ ଜିଲ୍ଲାର ୮ ଟି ଗ୍ରାମର କୃଷକମାନେ ଉପକୃତ ହେବେ ଏବଂ ଏହାର ଅଣୁ ଜଳସେଚନ (Micro irrigation) ସୁସଙ୍ଗତତା ହେତୁ ପାରମ୍ପରିକ ଶସ୍ୟ ଉତ୍ପାଦନ ପରିବର୍ତ୍ତେ ଅର୍ଥକାରୀ ଫସଲ ଚାଷ କରିବାକୁ ଉତ୍ସାହିତ ହେବେ । ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ।

  • Related Posts

    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading
    ଆଇପିଏସ୍ଆ ଶୀଷ ସିଂଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇଦେଲା କେନ୍ଦ୍ର

    ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଆଶୀଷ କୁମାର ସିଂଙ୍କୁ କେନ୍ଦ୍ର ସରକାର ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେଇଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(ଆଇବି)ରେ ଡେପୁଟି ଡାଇରେକ୍ଟର ଭାବେ କାର୍ୟ୍ୟରତ ଥିବା ଶ୍ରୀ ସିଂଙ୍କୁ ତତ୍କାଳ ଅବ୍ୟାହତ ଦେଇ ଓଡ଼ିଶା କ୍ୟାଡ଼ରକୁ ଫେରିଯିବାକୁ ନିର୍ଦ୍ଦେଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ