ଗାଧୋଉଛନ୍ତି କି ରାତିରେ? ଜାଣନ୍ତୁ ଏହାଦ୍ୱାରା ମିଳେ ଜବରଦସ୍ତ ଫାଇଦା

ପ୍ରାତଃ ସ୍ନାନ ଶରୀର ପାଇଁ ହିତକର ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛେ। କିନ୍ତୁ ଆପଣ ଜାଣନ୍ତି କି ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ।

ରାତିରେ ସ୍ନାନ କରି ଶୋଇବା ଦ୍ୱାରା ରକ୍ତ ଚାପରେ ସୁଧାର ଆସିଥାଏ। ରାତିରେ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ। ଯାହା ଦ୍ୱାରା ଉକ୍ତ ରକ୍ତ ଚାପ ଜନିତ ସମସ୍ୟା ଦୂର ହୋଇଥାଏ।

ସେହିପରି ରାତିରେ ସ୍ନାନ କରିବା ଦ୍ୱାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଆମେରିକାନ ଡାଇବେଟିକ ଆସୋସିଏସନ୍ ଅନୁସାରେ, ରାତିରେ ନଖ ଉଷୁମ ପାଣିରେ ସ୍ନାନ କରିବା ଦ୍ୱାରା ଶରୀରରେ ବ୍ଲଡ୍ ସୁଗାର ଲେବଲ କମ୍ ରହିଥାଏ। ଏହାଦ୍ୱାରା ଟାଇପ୍-୨ ଡାଇବେଟିସ ହେବାର ଆଶଙ୍କା କମ୍ ରହିଥାଏ।

ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ଦ୍ୱାରା ଶରୀର ପରିଷ୍କାର ରହିଥାଏ। ଫଳରେ ତ୍ୱଚାରେ ସଂକ୍ରମଣଜନିତ ସମସ୍ୟା ଦେଖାଯାଇ ନଥାଏ। ତ୍ୱଚାର ଔଜ୍ଜ୍ୱଲ୍ୟ ବୃଦ୍ଧି ପାଇବା ସହ କ୍ଲାନ୍ତ ଓ ଅବସାଦ ମଧ୍ୟ ଦୂର ହୋଇଥାଏ।

ରାତିରେ ଯେଉଁମାନଙ୍କୁ ନିଦ ନହେବା ଭଳି ସମସ୍ୟା ରହିଛି ସେମାନେ ରାତିରେ ସ୍ନାନ କରିବା ଅଭ୍ୟାସ ଆରମ୍ଭ କରନ୍ତୁ । ସୁଫଳ ମିଳିବ।

  • Related Posts

    ଇଣ୍ଡକସନରେ ଖାଦ୍ୟ ବନାଇବା ପୂର୍ବରୁ ଏହି କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ

    ଅଧିକାଂଶ ଲୋକ ଏବେ ଇଣ୍ଡକସନ ବ୍ୟବହାର କରୁଛନ୍ତି। ଏହାସାହାଯ୍ୟରେ ଖାଦ୍ୟ ବନାଇବା ବହୁତ ସହଜ ହେବା ସହିତ ଆରାମଦାୟକ ମଧ୍ୟ। ଇଣ୍ଡକସନରେ ଫ୍ଲେମଲେସ୍‌ କୁକିଙ୍ଗ୍‌ ହୋଇଥାଏ। ଏମିତିରେ ଗ୍ୟାସ୍‌ ଏବଂ ହିଟର ତୁଳନାରେ ଏହା ଅଧିକ ନିରାପଦ ହୋଇଥାଏ। ଗରମ ଦିନରେ…

    Continue reading
    ଭାରତରେ ହୋମିଓପାଥି ଚିକିତ୍ସା

    ୧୦ ଏପ୍ରିଲ, ଭୁବନେଶ୍ୱର: ଆଜି ବିଶ୍ୱ ହୋମିଓପାଥି ଦିବସ ପାଳନ କରାଯାଉଛି। ହୋମିଓପାଥିର ପ୍ରତିଷ୍ଠାତା ଡକ୍ଟର ହାନିମାନଙ୍କ ଜନ୍ମବାର୍ଷିକୀକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ହୋମିଓପାଥି ଦିବସ ୨୦୨୬ ର ବିଷୟବସ୍ତୁ ହେଉଛି ସ୍ଥାୟୀ ସ୍ୱାସ୍ଥ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ