ଡିଲିମିଟେଶନ୍‌ ବିରୋଧରେ ଭୋଟ ଦେବେ ବିପକ୍ଷ

ନୂଆଦିଲ୍ଲୀ/ଚେନ୍ନାଇ: ସଂସଦରେ ଗୁରୁବାରଠାରୁ ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳଗୁଡ଼ିକର ନେତାମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଏକାଠି ହୋଇଛନ୍ତି। ବୈଠକ ଶେଷରେ ସ୍ଥିର ହୋଇଥିବା ରଣନୀତି ସମ୍ପର୍କରେ ଖାର୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖାର୍ଗେ କହିଛନ୍ତି, ବିରୋଧୀ ମହିଳା ସଂରକ୍ଷଣକୁ ବିରୋଧ କରୁନାହାନ୍ତି। କିନ୍ତୁ ଏହାକୁ ଆଳକରି ସରକାର ଆଣିବାକୁ ଯାଉଥିବା ସମ୍ବିଧାନ ସଂଶୋଧନ ବିଧେୟକର ଡିଲିମିଟେଶନ୍‌ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି। ତେଣୁ ଉକ୍ତ ବିଲ୍‌ ବିରୋଧରେ ମିଳିତ ଭାବେ ମତଦାନ କରିବେ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି।
ଉକ୍ତ ବୈଠକରେ ଇଣ୍ଡିଆ ବ୍ଲକ୍‌ର ଅନେକ ଦଳର ନେତା ସାମିଲ ହୋଇଥିଲେ। ଏନେଇ ଖାର୍ଗେ ଆହୁରି କହିଛନ୍ତି, ସରକାର ଉକ୍ତ ବିଲ୍‌କୁ ଯେପରି ଢଙ୍ଗରେ ଆଣୁଛନ୍ତି ତାକୁ ନେଇ ଆମର ଆପତ୍ତି ରହିଛି। ମହିଳା ସଂରକ୍ଷଣ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। କେବଳ ବିରୋଧୀଙ୍କୁ ଦମନ କରିବା ପାଇଁ ସରକାର ଏସବୁ କରୁଛନ୍ତି। ଭାଜପା ନେତୃତ୍ୱାଧୀନ ସରକାର ଡିଲିମିଟେଶନ୍‌ ଉପରେ ଟ୍ରିକ୍‌ କରୁଛନ୍ତି। ତେଣୁ ସମସ୍ତ ଦଳ ଏହାକୁ ମିଳିତ ଭାବେ ବିରୋଧ କରିବାକୁ ଏକାଠି ହୋଇଛୁ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଡିଲିମିଟେଶନ୍‌ କମିଶନ ଯେପରି ଭାବେ କାର୍ୟ୍ୟ କରୁଛନ୍ତି, ସେଥିରୁ କମିଶନ ଶାସକ ଦଳର ହାସବାରିସି ସାଜିଥିବା ସ୍ପଷ୍ଟ ହେଉଛି। ମହିଳା ସଂରକ୍ଷଣ କାର୍ୟ୍ୟକାରୀ ହେବା ଉଚିତ। କିନ୍ତୁ ସୀମା ପୁନଃ ନିର୍ଦ୍ଧାରଣକୁ ଆମେ ସମ୍ପୂର୍ଣ୍ଣ ବିରୋଧ କରୁଛୁ।
ବୈଠକରେ ଖାର୍ଗେଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଡିଏମ୍‌କେର ଟି.ଆର୍‌. ବାଲୁ, ଆର୍‌ଜେଡିର ତେଜସ୍ବୀ ଯାଦବ, ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ସାଗରିକା ଘୋଷ, ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ୍‌ ଓ ଅରବିନ୍ଦ ସାଓ୍ବନ୍ତ, ଏନ୍‌ସିପି-ଏସ୍‌ସିପିର ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସିପିଆଇ ନେତା ଏ. ରାଜା, ସିପିଆଇଏମ୍‌ର ନୀଳୋତ୍ପଳ ବସୁ, ଆପ୍‌ ନେତା ସଞ୍ଜୟ ସିଂ, ସ୍ବାଧୀନ ଏମ୍‌ପି କପିଲ ସିବଲ, ଆଇୟୁଏମ୍‌ଏଲ୍‌ର ଇ.ଟି. ମହମ୍ମଦ ବଶିର ଏବଂ ଆର୍‌ଏସ୍‌ପିର ଏନ୍‌.କେ. ପ୍ରେମଚନ୍ଦ୍ରନ୍‌ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

  • Related Posts

    SIM CARD ଆଜିଠାରୁ ସିମ୍ କାର୍ଡ ନିୟମ ପରିବର୍ତ୍ତନ

    ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଛୋଟ ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ, ସମସ୍ତଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି । ତେଣୁ, ସମସ୍ତଙ୍କ ପାଖରେ ସିମ୍ କାର୍ଡ ବି ଅଛି । ପ୍ରାୟତଃ, ବାପା ମାଆ…

    Continue reading
    fire in hospital ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ:3 ନବଜାତ ଶିଶୁଙ୍କ ମୃତ୍ୟୁ

    ମହାରାଷ୍ଟ୍ର: ଆଜି ସକାଳେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଶିଶୁ ବିଭାଗ (NICU)ରେ ଅଗ୍ନିକାଣ୍ଡ ଘଟି 3 ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଶିଶୁ ନିଆଁରେ ପୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ