ସିବିଏସ୍‌ଇ ଦଶମ ପାସ୍‌ ହାର ୯୩.୭୦%

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ସର୍ବ ଭାରତୀୟସ୍ତରରେ ଦଶମ ପାସ୍‌ ହାର ୯୩.୭୦% ରହିିଥିବାବେଳେ ଭୁବନେଶ୍ୱର ରିଜିଅନ(ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼)ରେ ପାସ୍‌ ହାର ୯୪.୬୭% ରହିଛି। ଚଳିତ ବର୍ଷ ଦଶମ ପାସ୍‌ ହାର ଗତବର୍ଷ ତୁଳନାରେ ୦.୦୪% ଅଧିକ ରହିଛି। ସେହିପରି ଏଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅମାନେ ଆଗରେ ରହିଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୯୪.୯୯% ରହିଥିବାବେଳେ ଛାତ୍ରଙ୍କ ପାସ୍‌ହାର ୯୨.୬୯% ଏବଂ ଟ୍ରାନ୍ସଜେଣ୍ଡର ୮୭.୫୦% ରହିଛି। ଦଶମ ବୋର୍ଡ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିବା ମୋଟ ୨୪ ଲକ୍ଷ ୮୩ ହଜାର ୪୭୯ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୪ ଲକ୍ଷ ୭୧ ହଜାର ୭୭୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୩ ଲକ୍ଷ ୧୬ ହଜାର ୮ ଜଣ ଛାତ୍ରୀଛାତ୍ର ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୦୨୫ରେ ଦଶମ ବୋର୍ଡ ପରୀକ୍ଷା ପାଇଁ ୨୩ ଲକ୍ଷ ୮୫ ହଜାର ୭୯ ଜଣ ଛାତ୍ରୀଛାତ୍ର ପଞ୍ଜୀକୃତ କରିଥିଲେ। ସେଥିମଧ୍ୟରୁ ୨୩ ଲକ୍ଷ ୭୧ ହଜାର ୯୩୯ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୨ ଲକ୍ଷ ୨୧ ହଜାର ୬୩୬ ଜଣ ଛାତ୍ରୀଛାତ୍ର ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲ, ଯାହାର ପାସ୍‌ ହାର ୯୩.୬୬ ରହିଥିଲା। ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମସ୍ଥାନରେ କେରଳର ତ୍ରିଭେନ୍ଦ୍ରମ୍‌ ରିଜିଅନ ଏବଂ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ରିଜିଅନ ରହିଛି। ଉଭୟ ରିଜିଅନରେ ପାସ୍‌ ହାର ୯୯.୭୯% ରହିଛି। ସେହିପରି ତାଲିମନାଡୁର ଚେନ୍ନାଇ ରିଜିଅନ ୯୯.୫୮% ମାର୍କ ରଖି ତୃତୀୟସ୍ଥାନରେ ରହିଛି। ୯୮.୯୧% ସହ ଚତୁର୍ଥସ୍ଥାନରେ ବେଙ୍ଗାଲୁରୁ, ୯୭.୪୫% ସହ ପଞ୍ଚମରେ ଦିଲ୍ଲୀ ଓ୍ବେଷ୍ଟ ରହିଛି। ତେବେ ଷଷ୍ଠରେ ଦିଲ୍ଲୀ ଇଷ୍ଟ ୯୭.୩୩% ରଖିଥିବାବେଳେ ୯୬.୬୬%ରେ ସପ୍ତମରେ ପୁନେ ରହିଛି। ତେବେ ୧୧ତମ ସ୍ଥାନରେ ଭୁବନେଶ୍ୱର ରିଜିଅନ ଥିବାବେଳେ ପାସ୍‌ ହାର ୯୪.୬୭% ରହିଛି। ଚଳିତ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ(କେଭି)୯୯.୫୭% ମାର୍କ ରଖି ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଜବାହର ନବୋଦୟ ବିଦ୍ୟାଳୟ(ଜେଏନ୍‌ୟୁ) ୯୯.୪୨% ମାର୍କ ରଖି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟାନ୍ୟ ସ୍କୁଲ ବର୍ଗ ମଧ୍ୟରେ ଏସ୍‌ଟିଏସ୍‌ଏସ ୯୭.୪୨%, ସରକାରୀ ସ୍କୁଲ ୯୧.୪୩ % , ସରକାରୀ ସହାୟତା ପ୍ରାପ୍ତ ସ୍କୁଲ ୯୧.୦୧ % ରଖିଥିବା ବେଳେ ବେସରକାରୀ ସ୍କୁଲ ୯୩.୭୭ % ମାର୍କ ରଖି ରେକର୍ଡ କରିଛି।

  • Related Posts

    SIM CARD ଆଜିଠାରୁ ସିମ୍ କାର୍ଡ ନିୟମ ପରିବର୍ତ୍ତନ

    ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଛୋଟ ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ, ସମସ୍ତଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି । ତେଣୁ, ସମସ୍ତଙ୍କ ପାଖରେ ସିମ୍ କାର୍ଡ ବି ଅଛି । ପ୍ରାୟତଃ, ବାପା ମାଆ…

    Continue reading
    fire in hospital ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ:3 ନବଜାତ ଶିଶୁଙ୍କ ମୃତ୍ୟୁ

    ମହାରାଷ୍ଟ୍ର: ଆଜି ସକାଳେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଶିଶୁ ବିଭାଗ (NICU)ରେ ଅଗ୍ନିକାଣ୍ଡ ଘଟି 3 ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଶିଶୁ ନିଆଁରେ ପୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ