ଲୋକଭବନରେ ଆୟକର ଅଧିକାରୀଙ୍କୁ ଦୁର୍ବ୍ୟବହାର ! ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ ଡିଜି

କଟକ: ଲୋକଭବନରେ ଦୁଇ ଆୟକର ଅଧିକାରୀଙ୍କୁ ଦୁର୍ବ୍ଯବହାର ଘଟଣାକୁ ଅତି ଗୁରୁତର ଭାବେ ନେଇଛି ଓଡିଶା ପୋଲିସ। ଏହି ଘଟଣାରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆ।ପୁଲିସ ମହାନିର୍ଦେଶକ ୱାଇ.ବି.ଖୁରାନିଆ କହିଛନ୍ତି ‘‘ପୋଲିସ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛି। ଘଟଣାର ତଦନ୍ତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେଵେ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସ୍ପଷ୍ଟ ଜଣା ପଡିବ’’ ।
ମାତ୍ର ଉଭୟ ଅଧିକାରୀଙ୍କୁ ଲୋକସେବା ଭବନ ଲବିରେ ଅତ୍ୟନ୍ତ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଦୁଇ ଅଧିକାରୀ ଆୟକର କମିଶନରଙ୍କ ପ୍ରତ୍ୟକ୍ଷ ମାଗଦର୍ଶନରେ କାର୍ଯ୍ୟ ତୁଲାଉଥିଲା ବେଳେ ଲୋକଭବନରେ ବେଆଇନ ପ୍ରବେଶକାରୀ ଭାବେ ଚିତ୍ରଣ କରାଯାଇ ରାଜ୍ୟପାଳଙ୍କ ଏଡିସିଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ଭ୍ୟାନ୍‌ରେ ବସାଇ କ୍ୟାପିଟାଲ ଥାନାକୁ ନିଆଯାଇଥିଲା। ଏପରିକି ଉଭୟଙ୍କ ବିରୋଧରେ ମଦ୍ୟପାନ ଅଭିଯୋଗ ଅଣାଯାଇଥିଲା ଯାହା କି ପରଵର୍ତ୍ତୀ ସମୟରେ ଥାନାରେ ଭିତ୍ତିହୀନ ପ୍ରମାଣିତ ହୋଇଥିଲା। ଏହି ଘଟଣାକୁ ନେଇ ମୁଖ୍ୟ ଆୟକର କମିସନର ଡି.ସୁଧାକର ରାଓ ଅସନ୍ତୋଷ ବ୍ୟକ୍ତ କରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଏପରି ଆଚରଣ ବିଭାଗୀୟ ମର୍ଯ୍ୟାଦା ପ୍ରତି ଆଞ୍ଚ ଆଣିଛି ବୋଲି ଅଭିଯୋଗ କରିଥିଲେ । ଏ ନେଇ ସେ ରାଜ୍ୟପାଳଙ୍କ ସଚିବଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ଗୁରୁବାର ଦିନ ରାଜ୍ୟପାଳଙ୍କ ସହ ଆୟକର ବିଭାଗ ଅଧିକାରୀଙ୍କ ଏକ ପ୍ରତିନିଧି ଦଳର ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହି ଗସ୍ତ ସମୟରେ ସମନ୍ବୟ ରକ୍ଷା ଦାୟିତ୍ବ ଆୟକର ବିଭାଗର ଦୁଇ ଆଇଆର୍‌ଏସ୍ ଅଧିକାରୀ ମନିଷ କୁମାର ଓ ସତ୍ୟ ପ୍ରକାଶ ମିଶ୍ରଙ୍କୁ ମିଳିଥିଲା। ସୌଜନ୍ୟମୂଳକ ସାକ୍ଷାତ ପାଇଁ ୫ ଜଣ ଅଧିକାରୀଙ୍କୁ ଅନୁମତି ମିଳିଥିଲା । ହେଲେ ଏହି ଦୁଇ ଅଧିକାରୀଙ୍କ ପାଇଁ କୌଣସି ଅନୁମତି ନଥିଲା। ସେମାନେ ବିନା ଅନୁମତିରେ ପ୍ରବେଶ କରିବା ପରେ ସେଠାରେ ଦାୟିତ୍ବରେ ଥିବା ନାଭାଲ୍ ଅଧିକାରୀ ପ୍ରଶ୍ନ କରିଥିଲେ।

ଯାହାକୁ ନେଇ ଦୁଇ ଅଧିକାରୀ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ସ୍ଥିତି ବିଗିଡ଼ିବାରୁ ନାଭାଲ୍ ଅଧିକାରୀ ଜଣଙ୍କ ପିସିଆର୍ ଭ୍ୟାନ୍‌କୁ ଡାକି ଘଟଣା ସମ୍ପର୍କରେ ଜଣାଇବା ପରେ ଉଭୟଙ୍କୁ ଥାନାକୁ ନିଆଯାଇଥିଲା।

  • Related Posts

    ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ – ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ବୋଲି କଟକ ଜିଲ୍ଲାର ସୁନ୍ଦରଗ୍ରାମରେ ଅବସ୍ଥିତ ସୁନ୍ଦରଗ୍ରାମ ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ…

    Continue reading
    ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ