ନୂଆବର୍ଷରେ ଶୀଘ୍ର ଦର୍ଶନ ଦେବେ ଶ୍ରୀଜୀଉ

ନୂଆବର୍ଷରେ ସଅଳ ଦର୍ଶନ ଦେବେ ଶ୍ରୀଜୀଉ। ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଆଜି ରାତି ସାଢ଼େ ୧୨ ସୁଦ୍ଧା ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହେବ। ଏନେଇ ଆଶାବାଦୀ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ରାତି ୧୦ରୁ ସାଢ଼େ ୧୦ ଭିତରେ ପହୁଡ଼ ନୀତି ସଂପନ୍ନ ହେବ। ଶୀଘ୍ର ପହୁଡ଼ ଓ ଦ୍ୱାର ଫିଟା ନୀତି ହେଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ସହଜ ହେବ।ବର୍ତ୍ତମାନ ସୁଦ୍ଧା ସମସ୍ତ ନୀତିକାନ୍ତି ଠିକ୍ ଭାବେ ଚାଲିଛି। ଶ୍ରଦ୍ଧାଳୁଙ୍କୁ ମାର୍କେଟ୍ ଛକ ଠାରୁ ଧାଡ଼ିରେ ଆସିବାକୁ ପରାମର୍ଶ ଦିଆଯାଇଛି। ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ।

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ