ଇଣ୍ଡି ମେଣ୍ଟ ବୈଠକରେ ବିଜେଡି ସାଂସଦ

ଭୁବନେଶ୍ୱର: ଇଣ୍ଡି ମେଣ୍ଟ ସହ ବିଜେଡିର ହୋଇଛି କି ଅଘୋଷିତ ଡିଲ୍ ? ସାଂସଦ ମାନସ ମଙ୍ଗରାଜଙ୍କ ଫଟୋକୁ ନେଇ ବଢ଼ିଲା ଚର୍ଚ୍ଚା। ଇଣ୍ଡି ମେଣ୍ଟ ବୈଠକରେ ସାମିଲ ହୋଇଥିଲେ ମାନସ ମଙ୍ଗରାଜ। ସଂସଦରେ ନାରୀ ବନ୍ଦନ ଅଧିନିୟମ ଓ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଆଲୋଚନା ଭିତରେ ଇଣ୍ଡି ମେଣ୍ଟର ବୈଠକରେ ସାମିଲ ହୋଇଥିଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ। ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକର୍ଜୁନ ଖଡ଼ଗେ, ଜୟରାମ ରମେଶଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
ପୂର୍ବରୁ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ-ବିଜେଡି ରାଜ୍ୟରେ ମିଳିତ ପ୍ରାର୍ଥୀ ଦେଇଥିଲେ। ମହିଳା ସଂରକ୍ଷଣ ବିଲକୁ ମଧ୍ୟ ବିରୋଧ କରିଛି ବିଜେଡି। ଏଥିସବ ବିଭିନ୍ନ ପ୍ରସଙ୍ଗରେ ଉଭୟ ଦଳ ମଧ୍ୟ ଗୋଟିଏ ଷ୍ଟାଣ୍ଡ ରଖୁଥିବାରୁ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଆଉ ଏବେ ମାନସ ମଙ୍ଗରାଜ ଇଣ୍ଡି ମେଣ୍ଟ ବୈଠକରେ ସାମିଲ ହେବା ଚର୍ଚ୍ଚାକୁ ଖୋରକ୍ ଯୋଗାଇଛି। ଏନେଇ ମାନସ ମଙ୍ଗରାଜ କି ବିଜେଡିର ପ୍ରତିକ୍ରିୟା ମିଳିପାରିନି।

  • Related Posts

    ମୋଦୀଙ୍କୁ ଭେଟିଲେ ମନମୋହନ

    ଭୁବନେଶ୍ୱର: ମୋଦୀଙ୍କୁ ଭେଟିଲେ ମନମୋହନ । ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନ କାର୍ୟ୍ୟାଳୟରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଯାହର ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ମନମୋହନ ।…

    Continue reading
    ବିଜେପି ନେତୃତ୍ୱାଧୀନ ଏନଡିଏକୁ ଲାଗିଛି ବଡ଼ ଝଟକା

    ନୂଆଦିଲ୍ଲୀ: ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଲାଗିଛି ବଡ଼ ଝଟକା। ଲୋକସଭାରେ ଏନଡିଏ ସରକାର ମହିଳା ସଂରକ୍ଷଣ ବିଲ୍ ପାରିତ କରିବାରେ ବିଫଳ ହୋଇଛି। ୧୩୧ତମ ସମ୍ବିଧାନ ବିଲ୍ ଜରିଆରେ କେନ୍ଦ୍ର ସରକାର ତତ୍କାଳ ମହିଳା ସଂରକ୍ଷଣ ବିଲ ଲାଗୁ କରିବାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ