କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ଆଜି ସେମାନଙ୍କ ମହଙ୍ଗା ଭତ୍ତା ବା ଡିଏ ୨% ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ବସିଥିବା କ୍ୟାବିନେଟ ମହାଙ୍ଗା ଭତ୍ତା ବୃଦ୍ଧି ଉପରେ ମୋହର ମାରିଛି।

ମୁଦ୍ରାସ୍ଫୀତି ଓ ବର୍ଷକୁ ଦୁଇ ଥର ଡିଏ ସାଧାରଣତଃ ବୃଦ୍ଧି ପାଇଥାଏ। କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଜାନୁଆରୀ ଓ ଜୁଲାଇରେ ବୃଦ୍ଧି କରନ୍ତି। ଶିଳ୍ପାଞ୍ଚଳ ଶ୍ରମିକଙ୍କ ଗ୍ରାହକ ଦର ସୂଚକାଙ୍କକୁ ଆକଳନ କରି ସରକାର ଏପରି ପଦକ୍ଷେପ ନିଅନ୍ତି। କିନ୍ତୁ ଚଳିତ ବର୍ଷ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣାରେ ବିଳମ୍ବ ହୋଇଛି। ମହାଙ୍ଗା ଭତ୍ତା ବୃଦ୍ଧି ଘୋଷଣା ହୋଇ ନଥିବାରୁ ଏହାକୁ ନେଇ ଶ୍ରମିକ ସଂଗଠନ ଚିନ୍ତା ପ୍ରକଟ କରିଥିଲେ। ହେଲେ ଏବେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ବିଳମ୍ବ ହେଲେ ମଧ୍ୟ ଆଜି କେନ୍ଦ୍ର କ୍ୟାବିନେଟ ମହଙ୍ଗା ଭତ୍ତା ୨% ବୃଦ୍ଧି କରିଛନ୍ତି। ଫଳରେ କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କ ମୂଳ ଦରମାରେ ଅଧିକ ୨% ଟଙ୍କା ମହଙ୍ଗା ଭତ୍ତା ଆକାରରେ ପାଇବେ। ପୂର୍ବରୁ ସେମାନଙ୍କୁ ୫୮% ଡିଏ ମିଳୁଥିଲା। ଏହା ଏବେ ୬୦% ହୋଇଯାଇଛି।ସଂଶୋଧିତ ଡିଏ ପିଛିଲା ଭାବେ ଜାନୁଆରୀ ୨୦୨୬ରୁ ଲାଗୁ ହେବ। ଏହା କେବଳ ବେତନଭୋଗୀ ନୁହନ୍ତି, ବରଂ ପେନସନଧାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ।
ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରାୟ ୧ କୋଟି କର୍ମଚାରୀ ଓ ପେନସନଧାରୀଙ୍କୁ ଫାଇଦା ଦେବ।
ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ୩୦ ହଜାର ରହିଛି, ତା’ହେଲେ ତାଙ୍କୁ ଏଣିକି ମାସିକ ଅଧିକ ୬୦୦ ଟଙ୍କା ମିଳିବ। ପୂର୍ବରୁ ସେମାନଙ୍କୁ ୫୮% ଡିଏ ଅର୍ଥାତ ବର୍ଷକୁ ୧୭,୪୦୦ ଟଙ୍କା ମିଳୁଥିଲା। ଏବେ ଏହା ୬୦%ରେ ପହଞ୍ଚିଥିବାରୁ ସେମାନଙ୍କୁ ବର୍ଷକୁ ୧୮ ହଜାର ଟଙ୍କା ମିଳିବ। ଅର୍ଥାତ ସେମାନେ ଅଧିକ ୬୦୦ ଟଙ୍କା ପାଇବେ। ଆଉ କିଛି ମାସ ପରେ କେନ୍ଦ୍ର ସରକାର ଦ୍ୱିତୀୟ ପର୍ୟ୍ୟାୟ ମହଙ୍ଗା ଭତ୍ତା ସମ୍ପର୍କରେ ବି ଘୋଷଣା କରିବେ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ