ମହିଳା ସଂରକ୍ଷଣ ବିଲକୁ ବିରୋଧ କରି ପାପ କରିଛନ୍ତି ବିରୋଧୀ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇଲା । ଶୁକ୍ରବାର ଭୋଟ୍ ହୋଇ ଫେଲ୍ ମାରିଥିବାବେଳେ ଶନିବାର ଦେଶବାସୀଙ୍କୁ ସମ୍ବୋଧନ କରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ମହିଳା ଆରକ୍ଷଣ ବିଲକୁ ବିରୋଧ କରି ବିରୋଧୀମାନେ ପାପ କରିଛନ୍ତି । ବିରୋଧୀମାନେ ନାରୀଙ୍କ ସ୍ବପ୍ନକୁ ପୂରଣ ହେବାକୁ ଦେଲେନାହିଁ । ରାଜନୈତିକ ସ୍ବାର୍ଥ ପାଇଁ ମହିଳାଙ୍କ କ୍ଷତି ହେଲା । ବିରୋଧୀମାନେ ଯେଉଁ ପାପ କରିଛନ୍ତି ପରିଣାମ ମିଳିବ ।

ପ୍ରଧାନମନ୍ତ୍ରୀ କହିଥିଲେ, “ଆମ ପାଇଁ, ଜାତୀୟ ସ୍ୱାର୍ଥ ସର୍ବୋପରି। କିନ୍ତୁ, ଯେତେବେଳେ ଦଳୀୟ ସ୍ୱାର୍ଥ କିଛି ଲୋକଙ୍କ ପାଇଁ ସବୁକିଛି ହୋଇଯାଏ, ଯେତେବେଳେ ଦଳୀୟ ସ୍ୱାର୍ଥ ଜାତୀୟ ସ୍ୱାର୍ଥ ଅପେକ୍ଷା ବଡ଼ ହୋଇଯାଏ, ସେତେବେଳେ ମହିଳା ଏବଂ ଦେଶକୁ ଏହାର କ୍ଷତି ସହିବାକୁ ପଡ଼ିଥାଏ। ଏଥର ମଧ୍ୟ ଏହା ଘଟିଛି। କଂଗ୍ରେସ, ଡିଏମକେ, ଟିଏମସି ଏବଂ ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକର ସ୍ୱାର୍ଥପର ରାଜନୀତିର କ୍ଷତି ଦେଶର ମହିଳାମାନଙ୍କୁ ସହିବାକୁ ପଡ଼ିଛି।” କଂଗ୍ରେସ, ସମାଜବାଦୀ ପାର୍ଟିକୁ କ୍ଷମା କରିବେନି ଲୋକେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ମହିଳାମାନେ ସବୁକିଛି ଭୁଲିଯାଆନ୍ତି କିନ୍ତୁ ନିଜର ଅପମାନକୁ କେବେ ଭୁଲନ୍ତି ନାହିଁ। ତେଣୁ, ସଂସଦରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ଆଚରଣର ଯନ୍ତ୍ରଣା ସର୍ବଦା ପ୍ରତ୍ୟେକ ମହିଳାଙ୍କ ହୃଦୟରେ ରହିବ। ସମାଜବାଦୀ ପାର୍ଟି କ’ଣ କରିଛି ତାହା ମହିଳାମାନେ କେବେ ଭୁଲିପାରିବେ ନାହିଁ।” “ମୁଁ ଆଶା କରିଥିଲି ଯେ କଂଗ୍ରେସ ତା’ର ଅତୀତର ଭୁଲ ସଂଶୋଧନ କରିବ ଏବଂ ତା’ର ପାପର ପ୍ରାୟଶ୍ଚିତ କରିବ, କିନ୍ତୁ ସେ ଏହି ସୁଯୋଗ ହାତଛଡ଼ା କରିଛି। ଏକ ପରଜୀବୀ ପରି, କଂଗ୍ରେସ ଆଞ୍ଚଳିକ ଦଳଗୁଡ଼ିକର ପିଠିରେ ଚଢ଼ି ବଞ୍ଚିବାକୁ ଚେଷ୍ଟା କରୁଛି।”

  • Related Posts

    ରାଜନୀତିରେ ଏଣ୍ଟ୍ରି ମାରିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

    ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓ ଶନିବାର ବାରାଣସୀଠାରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏମ୍‌ ନାଗେଶ୍ୱର ରାଓ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି…

    Continue reading
    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ