ପଶ୍ଚିମରୁ ଉପକୂଳ ଯାଏ ଭୀଷଣ ତାତି

ଭୁବନେଶ୍ୱର: ଶନିବାର ୧୫ ସହରରେ ତାତି ୪୦ ଡିଗ୍ରୀ ଛୁଇଁଥିଲା । ଦିନ ୧୦ଟାରୁ ଦେହ ପୋଡ଼ି ପକାଉଥିଲା । ଶରୀରରୁ ଗମ୍ ଗମ ଝାଳ ବୋହୁଥିଲା । ଆଗକୁ ଏହି ସ୍ଥିତି ଆହୁରି ଅସମ୍ଭାଳ ହେବ । ସବୁଠୁ ଅଧିକ ସିଝିବ ପଶ୍ଚିମ ଓଡ଼ିଶା । ଏଠାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ପଶ୍ଚିମ ତୁଳନାରେ ଉପକୂଳ ଓଡ଼ିଶାରେ ତାତି କମିଲେ ବି ଆର୍ଦ୍ରତା ଅଧିକ ରହିବ । ପାଣିପାଗ ବିଭାଗର ଆକଳନ କହୁଛି, ରବିବାର ପଶ୍ଚିମ ଓଡ଼ିଶାରେ ଭୀଷଣ ତାତି ଅନୁଭୂତ ହେବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ବହିପାରେ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ୨୦ ତାରିଖ (ସୋମବାର) ସୁନ୍ଦରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ବଲାଙ୍ଗିର, କଳାହାଣ୍ଡି ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ସୁନ୍ଦରଗଡ଼, ବଲାଙ୍ଗିର ଓ ସମ୍ବଲପୁରରେ ରାତି ତାପମାତ୍ରା ବି ଅଧିକ ରହିବା ଯୋଗୁ ଭୀଷଣ ଗରମ ଅନୁଭୂତ ହେବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭୀଷଣ ଗୁଳୁଗୁଳି ରହିବ । ପଶ୍ଚିମ ଓଡ଼ିଶାରେ ୨୨ ତାରିଖ ଯାଏ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବନି ।
୧୯ ତାରିଖରୁ ୨୪ ତାରିଖ ଯାଏ ରାଜ୍ୟର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ଆଶଙ୍କା ଅଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୁଆପଥର ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି, ଶୁଷ୍କ ଉତ୍ତର-ପଶ୍ଚିମ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ କେନ୍ଦ୍ରୀୟ ଭାରତର ସମତଳ ଅଞ୍ଚଳରୁ ଆସୁଥିବା ଗରମ ବାୟୁର ପ୍ରଭାବ ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ବାୟୁ ପ୍ରଭାବରେ ଅଧିକ ଜଳୀୟବାଷ୍ପ ଆସିବା ଯୋଗୁ ‘ହିଟ୍ ଇଣ୍ଡେକ୍ସ’ ବଢୁଛି । ଏହା ପ୍ରଭାବରେ ଅସହ୍ୟ ଗୁଳୁଗୁଳି ସୃଷ୍ଟି ହେବ ।

ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୨ଡିଗ୍ରୀରୁ ଅଧିକ ରହିବ । ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୫ ଡିଗ୍ରୀ ଛୁଇଁପାରେ । ଉପକୂଳ ଓଡ଼ିଶାରେ ଅଧିକ ଆର୍ଦ୍ରତା ଯୋଗୁ ୪୮ ଡିଗ୍ରୀ ଭଳି ତାତି ରହିବ ।

  • Related Posts

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ଭୁବନେଶ୍ୱର,୨୧/୦୪/୨୦୨୬: ବଡ ଛୋଟ ସହର ହେଉ କି ଗାଁ ସବୁଆଡେ ଏବେ ରୋଷେଇ ଘରେ ପରିବର୍ତ୍ତନ ଅନୁଭବ କରି ହେଉଛି । ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ (ବିପିସିଏଲ୍‌) ସ୍ଥିର ଏବଂ ନିରନ୍ତର ଭାବରେ ରୋଷେଇ କ୍ଷେତ୍ରରେ ପାଇପ୍‌ଡ ନାଚ୍ୟୁରାଲ ଗ୍ୟାସ୍‌…

    Continue reading
    ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

    ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ମହତ୍ କାର୍ଯ୍ୟ ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର