ମଇ ୯ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର,୨୦/୦୪/୨୦୨୬: ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମଇ ମାସ ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ସଚିବ ଶ୍ରୀମତୀ ସଲୋମୀ ସାହୁ ପ୍ରକାଶ କରିଛନ୍ତି । ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା ରଫାଯୋଗ୍ୟ ଫୌଜଦାରୀ ମାମଲା, ପ୍ଲି ବାରଗେନିଙ୍ଗ, ଚେକ୍‌ ବାଉନ୍ସ, ଋଣ ଆଦାୟ, ଦୁର୍ଘଟଣାଜନିତ ମାମଲା, ରଫାଯୋଗ୍ୟ ଟ୍ରାଫିକ୍‌ ଚାଲାଣ, ଶ୍ରମ ବିବାଦ, ଜନଉପଯୋଗୀ ମାମଲା, ବିଦ୍ୟୁତ, ଜଳ, ବୈବାହିକ ବିବାଦ, ପାରିବାରିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ଓ ଅବସର ସମ୍ପର୍କିତ ପେନ୍‌ସନ୍‌ ମାମଲା, ରାଜସ୍ୱ, ଆଇପିଆର୍‌ କେସ୍‌, ଖାଉଟି ମାମଲା, ଅନ୍ୟାନ୍ୟ ଦେୱାନି ମାମଲା ସହିତ ଫୌଜଦାରୀ ମାମଲାଗୁଡ଼ିକ ବିଭିନ୍ନ ଜିଲ୍ଲା ଓ ଉପଖଣ୍ଡ କୋର୍ଟମାନଙ୍କରେ ଆଗତ କରାଯାଇ ଆପୋଷ ବୁଝାମଣା ଜରିଆରେ ମାମଲାର ସମାଧାନ କରାଯାଇପାରିବ ।
ସେହିପରି ପ୍ରାକ୍‌ ମୋକଦ୍ଦମା ବା କୌଣସି ଅଦାଲତରେ ମାମଲା ନଥାଇ ମଧ୍ୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବା ତାଲୁକ୍‌ ଆଇନ ସେବା କମିଟିଙ୍କ ମାଧ୍ୟମରେ ଜନସାଧାରଣମାନେ ଋଣ ଅନାଦେୟ ମାମଲା, ସକ୍‌ସେସନ୍‌ କେସ୍‌, ଟ୍ରାଫିକ୍‌ ଚାଲାଣ (ଭର୍ଚୁଆଲ୍‌ କୋର୍ଟ/ ଇ-ଚାଲାଣ), ଶ୍ରମ ଓ ନିଯୁକ୍ତି, ବଦ୍ୟୁତ ଓ ଜଳ, ରାଜସ୍ୱ ଓ ଜମି ଅଧିଗ୍ରହଣ, ସ୍ଥାୟୀ ଲୋକ ଅଦାଲତରେ ଜନଉପଯୋଗୀ ମାମଲା, ବୈବାହିକ, ମଧ୍ୟସ୍ଥତା ଜାରିଆରେ ବୈବାହିକ ଓ ଘରୋଇ ହିଂସା ମାମଲାର ସମାଧାନ, ବାଣିଜ୍ୟିକ ମାମଲାର ସମାଧାନ, ଆବ୍ରିଟେସନ୍‌, ଖାଉଟି ବିବାଦ ଏବଂ ଅନ୍ୟାନ୍ୟ ଜମିବାଡ଼ି ବିବାଦର ଆପୋଷ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାର ଯଥେଷ୍ଟ ପୂର୍ବରୁ ବିଭାଗୀୟ ଅଦାଲତ କିମ୍ବା ଆଇନ ସେବା ବିଭାଗ ପାଖରେ ନିଜ ନିଜର ମାମଲା ଆଗତ କରାଇ ଏହାର ଫଇସଲା କରିବା ପାଇଁ ଯତ୍ନବାନ ହେବାକୁ ଆଇନ୍‌ ସେବା ପ୍ରାଧିକରଣ, ଭୁବନେଶ୍ୱର ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହାର ସୁଫଳ ନେବାକୁ ପରାମର୍ଶ ସେ ପରାମର୍ଶ ଦେଇଛନ୍ତି । ମାମଲାଗୁଡ଼ିକ ଲୋକ ଅଦାଲତରେ ଫଇସଲା କରିବା ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େନାହିଁ । ଏହାର ରାୟ ଚୂଡ଼ାନ୍ତ ଓ ବୈଧ ଅଟେ ।

  • Related Posts

    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading
    ନିଟ୍ ପୁନଃ ପରୀକ୍ଷା: ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

    ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ବିବାଦ ପରେ ଜୁନ୍ ୨୧ ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରକ୍ରିୟାର ପ୍ରତ୍ୟେକ ପର୍ୟ୍ୟାୟରେ ସୁରକ୍ଷା କଡ଼ାକଡ଼ି କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦିଲ୍ଲୀସ୍ଥିତ ବାସଭବନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ