ଭୁବନେଶ୍ୱର, ୨୦ ଏପ୍ରିଲ ୨୦୨୬: ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର କୃଷକମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ସେମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କୃଷି କ୍ଷେତ୍ରରେ ଆସୁଥିବା ପରିବର୍ତ୍ତନର ଉଲ୍ଲେଖ କରିଥିଲେ। ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ପି.ଏମ ଧନ-ଧାନ୍ୟ କୃଷି ଯୋଜନା’ରେ ଓଡ଼ିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଭଳି ଚାରିଟି ଆଦିବାସୀ ଜିଲ୍ଲା ସ୍ଥାନ ପାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ, ‘ବିଜ୍ ସେ ବାଜାର’ ପରିକଳ୍ପନା ଅନୁସାରେ ମଞ୍ଜିରୁ ବଜାର ପର୍ଯ୍ୟନ୍ତ ଏକ ସମନ୍ୱିତ ବ୍ୟବସ୍ଥା ଦେଶରେ ଗଢ଼ିଉଠିଛି। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ହେଉଛି ଭାରତୀୟ କୃଷି ଓ କୃଷକଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସାମିଲ କରିବା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସରେ ଓଡ଼ିଶାରେ ‘ଡବଲ ଇଞ୍ଜିନ’ ବିକାଶ ତ୍ୱରାନ୍ୱିତ ହୋଇଛି। କୃଷକଙ୍କ ଆୟ ବୃଦ୍ଧି ପାଇଁ ଉନ୍ନତ ବିହନ, ସଠିକ୍ ଜଳସେଚନ ଏବଂ ବଜାର ସଂଯୋଗୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ସରକାରଙ୍କ କୃଷି ଭିତ୍ତିଭୂମି ପାଣ୍ଠି ମାଧ୍ୟମରେ ରାଜ୍ୟରେ ଶୀତଳ ଭଣ୍ଡାର ଓ ଗୋଦାମ ଘର ନିର୍ମାଣ କାର୍ଯ୍ୟ ଗତି ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଆମ ରାଜ୍ୟର ଅର୍ଥନୀତି ଓ ପ୍ରଗତିର ମେରୁଦଣ୍ଡ ହେଉଛନ୍ତି ଆମର କୃଷକ ସମାଜ। ଆପଣମାନଙ୍କ ପରିଶ୍ରମରେ ଆମ ମାଟି ସୁଜଳା ସୁଫଳା ହୋଇଥାଏ। ଆପଣମାନଙ୍କ ସ୍ୱାର୍ଥ ରକ୍ଷା କରିବା ଏବଂ କୃଷି କାର୍ଯ୍ୟକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ସଦାସର୍ବଦା ଚେଷ୍ଟିତ। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ସାର କ୍ରୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଚାଷୀଙ୍କୁ ଅଧିକୃତ ବିକ୍ରେତାଙ୍କ ଠାରୁ ଆଧାର ଓ ଓଟିପି ମାଧ୍ୟମରେ ନିଜ ଜମି ଓ ଫସଲ ପାଇଁ ଆବଶ୍ୟକ ପରିମାଣର ସାର କିଣନ୍ତୁ। ସାର କିଣିବା ସମୟରେ ବିକ୍ରେତାଙ୍କୁ ପି.ଓ.ଏସ ମେସିନରୁ ବାହାରୁଥିବା ସ୍ଲିପ୍ ନିଶ୍ଚିତ ଭାବେ ମାଗନ୍ତୁ। ଏଥିରେ ଆପଣ କେଉଁ ସାର କେତେ ପରିମାଣରେ ଓ କେତେ ଦାମରେ କିଣିଲେ ତାର ସ୍ପଷ୍ଟ ସୂଚନା ରହିଥାଏ। ଆବଶ୍ୟକ ପରିମାଣର ସନ୍ତୁଳିତ ସାର ବ୍ୟବହାର କରନ୍ତୁ। ଆମ ମା’ ମାଟିକୁ ସୁରକ୍ଷିତ ରଖନ୍ତୁ। ସଚେତନ ଚାଷୀ ଭାବେ ସରକାରଙ୍କ ଏହି ସ୍ୱଚ୍ଛ ଅଭିଯାନରେ ସାମିଲ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ କଟକର ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ଜଗତସିଂହପୁରର ମାନ୍ୟବର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ , ନିଆଳିର ବିଧାୟକ ଶ୍ରୀ ଛବି ମଲ୍ଲିକ, ଚୌଦ୍ୱାର-କଟକର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିରଦୌସ, ମାହାଙ୍ଗା ବିଧାୟକ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହା ସହ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, କୃଷି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଏବଂ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (CRRI), କଟକର ନିର୍ଦ୍ଦେଶକ ଡଃ ଜିଏକେ କୁମାରଙ୍କ ପ୍ରମୁଖ ମଂଚାସୀନ ଥିଲେ।
ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂର: ଇରାନ
ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ଶାନ୍ତି ଆଲୋଚନା ଖୁବ୍ ଶୀଘ୍ର ହେବାର ଆଶା କରାଯାଉଛି। ଇରାନ କହିଛି ଯେ ଆମେରିକା ସହିତ ଶାନ୍ତି ଆଲୋଚନାରେ ଅଗ୍ରଗତି ହୋଇଛି। କିନ୍ତୁ ଏକ ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂରରେ…




