ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

ଭୁବନେଶ୍ୱର,୨୧/୦୪/୨୦୨୬: ବଡ ଛୋଟ ସହର ହେଉ କି ଗାଁ ସବୁଆଡେ ଏବେ ରୋଷେଇ ଘରେ ପରିବର୍ତ୍ତନ ଅନୁଭବ କରି ହେଉଛି । ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ (ବିପିସିଏଲ୍‌) ସ୍ଥିର ଏବଂ ନିରନ୍ତର ଭାବରେ ରୋଷେଇ କ୍ଷେତ୍ରରେ ପାଇପ୍‌ଡ ନାଚ୍ୟୁରାଲ ଗ୍ୟାସ୍‌ (ପିଏନ୍‌ଜି) ସଂଯୋଗ ନେଟୱର୍କକୁ ସଂପ୍ରସାରିତ କରିବାରେ ଲାଗିଛି ଯାହା ରୋଷେଇକୁ ଅଧିକ ସହଜ କରିବା ସହ ଲୋକଙ୍କ ଅଧିକ ନିର୍ଭରଯୋଗ୍ୟ ସେବା ପ୍ରଦାନ କରିବାରେ ସଫଳ ହୋଇଛି ।
ଏହି ନେଟୱର୍କ ଏବେ ମେଟ୍ରୋ ସିଟି ବା ବଡବଡ ସହରକୁ ପାରକରି ସାନ ସାନ ସହରଗୁଡିକରେ ପହଞ୍ଚିସାରିଲାଣି । ଉପଭୋକ୍ତାମାନେ ଏହି ପିଏନ୍‌ଜି ବ୍ୟବହାର ଫଳରେ ନିତିଦିନିଆ ରୋଷେଇ କେତେ ସୁଚାରୁ ରୂପରେ, ସହଜ ଏବଂ ସୁରୁଖୁରୁରୁ ହୋଇପାରୁଛି ତାହା ଆକଳନ କରିପାରୁଛନ୍ତି ।
ନିତିଦିନ ମିଳୁଥିବା ଏହି ସୁବିଧା ପ୍ରକୃତରେ ଜୀବନକୁ ପ୍ରଭାବିତ କରୁଛି । ଗତ ଦୁଇମାସ ହେବ ପିଏନ୍‌ଜି ବ୍ୟବହାର କରୁଥିବା କୁସୁମ ଭାଟିଆଙ୍କ ଜୀବନରେ ଏହାର ପ୍ରକୃତ ପ୍ରଭାବ ତୁରନ୍ତ ପଡିବା ଆରମ୍ଭ କରିଛି। କାଳେ ଗ୍ୟାସ ସରିଯିବ କି ? ଠିକ୍‌ ସମୟରେ ନୂଆ ସିଲିଣ୍ଡର ଟାଙ୍କି ପାଇବି କି ନାହିଁ, ଏଭଳି ଦୁଃଶ୍ଚିନ୍ତାରୁ ସବୁଦିନ ପାଇଁ ମୁକ୍ତି ଏବେ ଚିନ୍ତାର ଦିନ ଗଲା ବୋଲି କହନ୍ତି କୁସୁମ। ଅନେକ ପରିବାର ପାଇଁ ତ ରୋଷେଇ ସମୟରେ ଅନେକ ବାଧାରୁ ମୁକ୍ତି ଓ ଗ୍ୟାସ ଖର୍ଚ୍ଚରେ ଅଧିକ ନିୟନ୍ତ୍ରଣ ଆଣିଛି ପିଏନ୍‌ଜି ସଂଯୋଗ । ଏହି ପରିବର୍ତ୍ତନ ଖୁବ୍‌ ଛୋଟ ଜଣାପଡୁଥିଲେ ମଧ୍ୟ ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ବହୁତ। ସବୁବେଳେ ଗ୍ୟାସ୍‌ ଉପଲବ୍ଧ ହେବା ନିତିଦିନିଆ ଜୀବନକୁ ସରଳ କରିଛି ।
ଏହାର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଦିନ ରାତି ୨୪ ଘଣ୍ଟା ଘରେ ଗ୍ୟାସ ଉପଲବ୍ଧ ହେବା। ସଦାଫ୍‌ ଖାନ୍‌,ନୂଆ କରି ପିଏନଜି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ମତରେ ଏତେ ସହଜରେ ଗ୍ୟାସ ଉପଲବ୍ଧ ହେବା ଫଳରେ ତାଙ୍କର ରୋଷେଇର ସମ୍ପୂର୍ଣ୍ଣ ଶୈଳୀ ହିଁ ବଦଳି ଯାଇଛି । ଗ୍ୟାସ୍‌ କେଉଁଠି ଷ୍ଟୋର କରି ରଖିବା ଓ ଏହାର ସୁରକ୍ଷା ପାଇଁ କୌଣସି ଚିନ୍ତା ନାହିଁ । ୨୪ ଘଣ୍ଟା ଗ୍ୟାସ ହାତ ପାହାନ୍ତାରେ ଉପଲବ୍ଧ ହେବ ଓ ଆମେ କେବଳ ସେତିକି ଟଙ୍କା ଦେବୁ ଯେତିକି ଗ୍ୟାସ୍‌ ଖର୍ଚ୍ଚ କରିବୁ । ଏହାକୁ ସୁରକ୍ଷିତ ଭାବେ ରଖିବାର ଚିନ୍ତା ନାହିଁ । ବ୍ୟବହାର କରିବାରେ କୌଣସି କଟକଣା ନରହିବା ପିଏନ୍‌ଜିକୁ ଏକ ବ୍ୟବହାରିକ ବିକଳ୍ପରେ ପରିଣତ କରିଛି, ମୁଖ୍ୟତଃ ସହରାଞ୍ଚଳଗୁଡିକରେ ଯେଉଁଠାରେ ସ୍ଥାନ ଓ ସମୟ ଉଭୟ ଅନେକ ଗୁରୁତ୍ୱ ବହନ କରନ୍ତି ।
ଦୈନନ୍ଦିନ ବ୍ୟବହାର ପାଇଁ ନିର୍ଭରଯୋଗ୍ୟ
୧ ବର୍ଷରୁ ଅଧିକ ସମୟ ହେବ ପିଏନ୍‌ଜି ଗ୍ୟାସର ବ୍ୟବହାର କରାଯାଉଥିବା ଏମ୍ସ (ଏଆଇଆଇଏମ୍‌ଏସ୍‌) କ୍ୟାମ୍ପସରେ ଥିବା ଜଣେ ଉପଭୋକ୍ତା କହନ୍ତି ପିଏନ୍‌ଜି ବ୍ୟବହାର ଫଳରେ ନିତିଦିନିଆ ରୋଷେଇ କାମ ବଡ ସହଜ ହୋଇଯାଇଛି ।
୨୪ ଘଣ୍ଟା ଗ୍ୟାସ ମିଳୁଛି ତେଣୁ ହଠାତ୍‌ ଗ୍ୟାସ ସରିବାର ଚିନ୍ତା ନାହିଁ କି କାମ ବନ୍ଦ କରି ଅଧାରୁ ଓଜନିଆ ସିଲିଣ୍ଡର ଉଠାଇ ଆଣିବା ବ୍ୟବସ୍ଥା କରିବାକୁ ପଡୁନାହିଁ । ଉପଭୋକ୍ତାମାନଙ୍କୁ ପଏନ୍‌ଜି ଗ୍ୟାସ ବ୍ୟବହାର ସମ୍ପର୍କରେ ବିଚାର କରିବା ଆବଶ୍ୟକ । ଏଥିରେ ଗ୍ୟାସ ପାଇବା ଯେତିକି ସହଜ ଯେତିକି ପରିମାଣର ଗ୍ୟାସ୍‌ ଖର୍ଚ୍ଚ ହେବ କେବଳ ସେତିକି ଟଙ୍କା ଦେବାକୁ ପଡୁଥିବାରୁ ଆଗାମୀ ୧/୨ ମାସ ପାଇଁ ଗ୍ୟାସ୍‌ ବୁକ୍‌ ବାବଦ ଟଙ୍କା ଖର୍ଚ୍ଚରୁ ବି ମୁକ୍ତି ମିଳେ । ଏହା ନୂଆ ଉପଭୋକ୍ତାମାନଙ୍କୁ ବହୁତ ସୁବିଧା ପ୍ରଦାନ କରିବ। ନୂଆ ଉପଭୋକ୍ତାମାନଙ୍କ ପାଇଁ ଏହି ପରିବର୍ତ୍ତନ ଅତି ଉତ୍ସାହଜନକ ହେବ । ରୂପ୍‌ ଫରିଦା ହରୁସ୍‌କର, ନୂଆ କରି ଏହି ସଂଯୋଗ ନେଇ ଖୁସ୍‌ ସନ୍ତୁଷ୍ଟ ଥିବା କହିଛନ୍ତି । ରେଖା ଭଟ୍ଟ ସ୍ଥିର ନିୟମିତ ଓ ସୁରକ୍ଷିତ ଗ୍ୟାସ ଯୋଗାଣକୁ ନେଇ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ସେ କହନ୍ତି ଗ୍ୟାସ୍‌ ସ୍ଥିର ଓ ନିୟମିତ ଭାବେ ମିଳିବା ସହିତ ମୋ ଘର ଭିତରେ କୌଣସି ଗ୍ୟାସ ଭର୍ତ୍ତି ଟାଙ୍କି ରଖିବାକୁ ପଡୁନାହିଁ, ଏହା ମୋ ପାଇଁ ସବୁଠାରୁ ଭଲ କଥା । ଏହି ସମସ୍ତ ବ୍ୟକ୍ତିଙ୍କର ମତାମତ ହିଁ ଅଧିକରୁ ଅଧିକ ପରିବାରମାନଙ୍କୁ ପାଇପ୍‌ ଗ୍ୟାସ୍‌ ସଂଯୋଗ ନେବା ଓ ସେମାନଙ୍କ ନିତିଦିନିଆ ଜୀବନରେ ଏହାକୁ ବ୍ୟବହାର କରିବା ପ୍ରତି ଆକୃଷ୍ଟ କରୁଛି ।
ସହର ବାହାର ପର୍ଯ୍ୟନ୍ତ ସଂପ୍ରସାରଣ:
ବିପିସିଏଲ୍‌ର ପିଏନ୍‌ଜି ସଂପ୍ରସାରଣର ଏକ ପ୍ରମୁଖ ଅଂଶ ହେଉଛି ଲକ୍ଷ୍ମୀପୁର, ଖେରି, ସୀତାପୁର, ପୁରୁଲିଆ, ବାଙ୍କୁରା, ଆଲିପୁରଦୁଆର, କୁଚ୍‌ ବିହାର, ବିଦର, ସିଦ୍ଧି, ସିଙ୍ଗରାଉଲି, ସତନା, ଶାହଡୋଲ, କୋରିଆ ଏବଂ ଓଡ଼ିଶାର କିଛି ଅଂଶରେ ଥିବା ଛୋଟ ସହର ଏବଂ ଜିଲ୍ଲାଗୁଡ଼ିକରେ ଏହାର ଉପସ୍ଥିତି ନିରନ୍ତର ଭାବେ ବୃଦ୍ଧି ପାଇଛି। ଏହି ଅଞ୍ଚଳଗୁଡ଼ିକ ମଧ୍ୟରୁ ଅନେକ ସ୍ଥାନରେ ପାଇପ୍‌ ଗ୍ୟାସ୍‌ ଉପଲବ୍ଧତା ଏକ ନୂତନ ପ୍ରକାରର ସୁବିଧା ଆଣିଛି । ଏହା ଦୈନନ୍ଦିନ କାର୍ଯ୍ୟ ପାଇଁ ଇନ୍ଧନ ଯୋଗାଣ ଉପରେ ନିର୍ଭର କରୁଥିବା ଛୋଟ ବ୍ୟବସାୟ ଓ ସ୍ଥାନୀୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ସହଯୋଗ କରିଛି। ଏହି ସଂପ୍ରସାରଣ ସହରାଞ୍ଚଳ ଏବଂ ଅଣ-ସହରୀ ଭିତ୍ତିଭୂମି ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବାରେ ସାହାଯ୍ୟ କରିଛି, ଶକ୍ତି ବ୍ୟବହାର କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମୀର ପ୍ରବେଶ ଦ୍ୱାରା ଏହା ଲୋକଙ୍କର ଅଧିକ ନିକଟତର ହୋଇପାରିଛି ।
ଏକ ବର୍ଦ୍ଧିତ ନେଟୱାର୍କ, ଏକ ପରିବର୍ତ୍ତିତ ଅଭିଜ୍ଞତା
ବିଭିନ୍ନ ଅଞ୍ଚଳରେ ଏହାର ସେଂଯୋଗୀକରଣ ବୃଦ୍ଧି ପାଉଥିବା ବେଳେ ବିପିସିଏଲ୍‌ର ପିଏନ୍‌ଜ ନେଟୱାର୍କ ୧.୭୩ ଲକ୍ଷରୁ ଅଧିକ ସଂଯୋଗ ଅତିକ୍ରମ କରିଛି। ବିପିସିଏଲ୍‌ର ପିଏନ୍‌ଜ ନେଟୱାର୍କରେ ଅଧିକ ଅଞ୍ଚଳ ଅର୍ନ୍ତଭୁକ୍ତ ହେବା ସହିତ, ଲୋକମାନେ ଏଭଳି ଏକ ବ୍ୟବସ୍ଥା ଅଧିନକୁ ଅସିଛନ୍ତି ଯାହା ବ୍ୟବସ୍ଥିତ ଭାବରେ ନିରନ୍ତର ରନ୍ଧନ ଗ୍ୟାସ ଯୋଗାଣ, ସହଜ ବ୍ୟବହାର ଏବଂ ଦୈନନ୍ଦିନ ଜୀବନକୁ ଚିନ୍ତାମୁକ୍ତ କରିଛି ।

Related Posts

ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

Continue reading
ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ