ଭୁବନେଶ୍ଵର,୨୧/୦୪/୨୦୨୬:ରାଜ୍ୟ ସରକାର ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ। ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ ଏହାର ଉପାଧ୍ୟକ୍ଷ ରହିବେ। ଏହି ବିଭାଗର ନିର୍ଦେଶକ ସଦସ୍ୟ ସଚିବ ରହିଛନ୍ତି। ସେହିପରି ବୋର୍ଡର ସଦସ୍ୟ ଭାବେ ରାଜ୍ୟ ପୁଲିସ ମହାନିର୍ଦେଶକ, ବିଭାଗର ଅତିରିକ୍ତ ସଚିବ ସଦସ୍ୟ ରହିବେ। ସେହିଭଳି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗ, ପଞ୍ଚାୟତ ରାଜ୍ ଓ ପାନୀୟ ଜଳ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରୁ ସଦସ୍ୟ ଭାବେ ରହିବେ। ଏଥି ସହିତ ସଦସ୍ୟ ଭାବେ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ଡକ୍ଟରେଟ୍ ପାଇଥିବା ଦୀପ୍ତି ମହାପାତ୍ର ଏବଂ ଟ୍ରାନ୍ସଜେଣ୍ଡର ଅଧିକାର କର୍ମୀ ସୌମ୍ୟ ଦାସ ରହିଛନ୍ତି।
ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ
ଭୁବନେଶ୍ୱର,୨୧/୦୪/୨୦୨୬:ବର୍ତ୍ତମାନ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଥିବା ଭୌଗୋଳିକ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପୁନର୍ବାର ନିଶ୍ଚିତ କରିଛି ଯେ, ସାରା ଓଡ଼ିଶାରେ ଏଲପିଜି, ପେଟ୍ରୋଲ ଓ ଡିଜେଲର ଯୋଗାଣ ସ୍ୱାଭାବିକ ଓ ସ୍ଥିର ରହିଛି। ସମଗ୍ର…

