ପୁରୀରେ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର,୨୧/୦୪/୨୦୨୬: ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ ‘ବାଚସ୍ପତି କମିଟି ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରୱେକରଙ୍କ ଅଧ୍ୟକ୍ଷତାରେ ଓ ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ବୈଠକରେ କର୍ଣ୍ଣାଟକର ବାଚସ୍ପତି ୟୁ.ଟି. ଖାଦିର ଫରିଦ୍‌, ନାଗାଲାଣ୍ଡର ବାଚସ୍ପତି ସାରିଙ୍ଗେନ୍‌ ଲଙ୍ଗକୁମେର ଯୋଗ ଦେଇଥିଲେ । ଏହି ଅବସରରେ ଅଧ୍ୟକ୍ଷତା କରି ବାଚସ୍ପତି ଶ୍ରୀ ନରୱେକର ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବିଷଦ ଭାବେ ବ୍ୟାଖ୍ୟା କରିବା ସହ ଏହାର ପ୍ରଭାବ ଓ ଭବିଷ୍ୟତର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ନିଜର ମତ ଉପସ୍ଥାପନ କରି ଓଡ଼ିଶାର ବାଚସ୍ପତି ଶ୍ରୀମତୀପାଢ଼ୀ କହିଲେ, ସମ୍ବିଧାନ ବିଶେଷଜ୍ଞ ତଥା ଆଇନର ବିଷାରଦମାନଙ୍କୁ ନେଇ କମିଟି ଗଠନ କରାଯାଇ ଏସବୁ ଆହ୍ୱାନର ମୁକାବିଲା ଦିଗରେ ସୁଚିନ୍ତିତ ପରାମର୍ଶ ଓ ପଦକ୍ଷେପ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରିବା ଉଚିତ। ଆଗାମୀ ଦିନରେ ଏହାକୁ କିପରି ଗଣତାନ୍ତ୍ରିକ ପରମ୍ପରାରେ ସୁରକ୍ଷିତ ରଖାଯାଇ ପାରିବ ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ ।

  • Related Posts

    ନୂଅ ଦଳ ଗଠନ ନେଇ ଘୋଷଣା କଲେ ଆନ୍ନାମଲାଇ:ନାମ ‘ଆମେ ନେତା’

    ନୂଆଦିଲ୍ଲୀ: ତାମିଲନାଡୁ ଭାଜପାର ପୂର୍ବତନ ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶୁକ୍ରବାର (ଜୁନ ୫) ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଘୋଷଣା କରିବା ସହିତ ଏକ ନୂତନ ରାଜନୈତିକ ଯାତ୍ରା ଆରମ୍ଭ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଏକ…

    Continue reading
    ବିଜେପି ଛାଡ଼ିଲେ କେ ଅନ୍ନାମଲାଇ

    ଚେନ୍ନାଇ: କେ ଅନ୍ନାମଲାଇ ବିଜେପି ଛାଡ଼ିବା ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେପି ଶୁକ୍ରବାର ତାମିଲନାଡୁରେ ଦଳର ପୂର୍ବତନ ମୁଖ୍ୟ କେ ଆନ୍ନାମଲାଇ ଇସ୍ତଫା ଦେଇଥିବା କହିଛି। ବିଜେପି ଏକ ବିଜ୍ଞପ୍ତିରେ କହିଛି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ