ନୂଆବର୍ଷରେ ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭୁବନେଶ୍ୱର: ନୂଆବର୍ଷରେ ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌କୁ ଧକ୍କା ଦେଲେ ଘରୋଇ ବସ। ଦୁର୍ଘଟଣାରେ ବାଇକ୍ ଚାଳକ ଆହତ ବେଳେ ମହିଳା ଆରୋହୀ ଗୁରୁତର ଆହତ ହୋଇଛନ୍ତି। ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋ‌ଗେ ମେଡିକାଲକୁ ପଠାଯାଇଥିବା ଜଣାପଡିଛି। ବସ୍‌ଟି ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପାଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଟ୍ରାଫିକ୍ ଜାମ୍ ଲାଗି ରହିଛି। ମଞ୍ଚେଶ୍ବର ପୋଲିସ ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ କରିବା ତଦନ୍ତ ଆରମ୍ଭ କରିଛି।

ଆଜି ଦିନ ପ୍ରାୟ ୧୧ଟା ବେଳେ କଟକରୁ ମହିଳା ଜଣଙ୍କ ଓଲା ବାଇକ୍ ଯୋଗେ ସହିଦ ନଗର ଆସୁଥିଲେ। ପଳାଶୁଣି ଛକ ନିକଟରେ ଏକ ଘରୋଇ ବସ୍ ଧକ୍କା ଦେଇଥିଲା। ଦୁର୍ଘଟଣା ଫଳ‌ରେ ବାଇକ୍ ଚାଳକ ଛିଟିକି ପଡିଥିଲେ। ତାଙ୍କ ଗୋଡ଼ ମାଡ଼ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସେହିଭଳି ମହିଳା ଜଣକ ବାଇକ୍‌ରୁ ଖସିପଡିବାରୁ ତାଙ୍କ ମୁଣ୍ଡ ଡାହାଣ କାନ ମାଡ଼ ହେବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟଲୋକ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମେଡିକାଲ ପଠାଇଥିବା ଜଣାପଡିଛି। ଘଟଣାସ୍ଥଳରେ ମଞ୍ଚେଶ୍ବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

  • Related Posts

    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading
    ମହିଳାଙ୍କୁ ଦଳିଦେଲା ଦନ୍ତା

    କୁଚିଣ୍ଡା : ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କୁ ଗୋଡାଇ ଗୋଡାଇ ଦଳିଦେଲା ଦନ୍ତା । ମୃତ ମହିଳା ଜଣଙ୍କ ହେଲେ କୁଚିଣ୍ଡା ବନାଞ୍ଚଳ ସଇଡା ଗ୍ରାମର ଅଞ୍ଜଳି କୁସୁମ(୪୬ ବର୍ଷ) । ଗତକାଲି ଠାରୁ ଏକ ୬ ଟିକିଆ ହାତୀପଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ