ଦେଶର ୬ ଷ୍ଟାଡିୟମଙ୍କୁ ଏନଜିଟି ଛାଟ, ବାରବାଟୀ ବି ରହିଛି

ଭୁବନେଶ୍ୱର: ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ ବାରବାଟୀ ସହିତ ଦେଶର ୬ ଷ୍ଟାଡିୟମଙ୍କୁ ଏନଜିଟି ଛାଟ। ବିନା ଏନଓସିରେ ପିଚ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳର ଅପବ୍ୟବହାର ହେଉଥିବା କହିଛନ୍ତି ନ୍ୟାସନାଲ୍ ଗ୍ରୀନ୍ ଟ୍ରିବୁନାଲ୍। ଜଳ ସଂରକ୍ଷଣ ସମ୍ବନ୍ଧୀୟ ନିର୍ଦ୍ଦେଶ ପାଳନ ନ କରିବା ଓ ଆବଶ୍ୟକ ସୂଚନା ନଦେବା ଅଭିଯୋଗରେ ଗତ ୧୬ ତାରିଖରେ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଜାରି ହୋଇଥିବା ୬ଟି ଷ୍ଟାଡିୟମ ହେଉଛି- କଟକ ବାରବାଟୀ ଷ୍ଟାଡିୟମ, ଦିଲ୍ଲୀ ଅରୁଣ ଜେଟଲି ଷ୍ଟାଡିୟମ୍, ରାୟପୁରର ସହିଦ ବୀର ନାରାୟଣ ସିଂହ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍, ଜୟପୁରରେ ସୱାଇ ମାନସିଂହ ଷ୍ଟାଡିୟମ୍, ନଭିମୁମ୍ବାଇର ଡକ୍ଟର ଡି.ୱାଇ. ପାଟିଲ୍ ଷ୍ଟାଡିୟମ୍ ଓ ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍ ।
ଏହି ଷ୍ଟାଡିୟମ୍ ଗୁଡ଼ିକର ସମସ୍ତ କାର୍ୟ୍ୟକଳାପ କାହିଁକି ବନ୍ଦ କରାଯିବ ନାହିଁ ତାହାର ଜବାବ ରଖିବାକୁ ଏନଜିଟି ନୋଟିସ୍ କରିଛନ୍ତି । ଆବେଦନକାରୀଙ୍କ ଯୁକ୍ତି ଅନୁସାରେ, ଏହି ଛଅଟି ଷ୍ଟାଡିୟମ୍ ରେ ସମସ୍ତ କାର୍ୟ୍ୟକଳାପ ବନ୍ଦ କରିବା ଉଚିତ୍ ଏବଂ ସେଠାରେ କୌଣସି କ୍ରୀଡ଼ା କାର୍ୟ୍ୟକଳାପକୁ ଅନୁମତି ଦିଆନଯାଉ ।
କାରଣ ସେମାନେ ପିଚ୍ ଏବଂ ଗ୍ରାଉଣ୍ଡ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳ ବ୍ୟବହାର କରୁଛନ୍ତି । ପ୍ରତିକ୍ରିୟାକୃତ ଜଳ ବ୍ୟବହାର କିମ୍ବା ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରୁନାହନ୍ତି । ଫଳରେ ପାନୀୟ ଜଳ ଗୁରୁତର ଭାବେ ପ୍ରଭାବିତ ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଥିବା ୨୬ଟି ଷ୍ଟାଡିୟମ୍ ମଧ୍ୟରୁ ୨୪ଟିରେ ବୋରୱେଲ୍ ରହିଥିବା ବେଳେ ମାତ୍ର ଚାରିଟିରେ ଆବଶ୍ୟକ ଏନଓସି ରହିଛି।

  • Related Posts

    ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି: ଅରୁଣ

    ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯେଉଁଥିରେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହେବ । ତେବେ ବିଧାନସଭାର ଏହି…

    Continue reading
    ଏସି ଭିତରୁ ବାହାରିଲା ଢ଼ମଣା ସାପ

    ହରଭଙ୍ଗା: ଏସି ଭିତରେ ଢମଣା ସାପ । ଦୁଇ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ସାପ । ହରଭଙ୍ଗା ବ୍ଲକ ତିଲେଶ୍ୱର ଗାଁର ଫିଲୁନ ପ୍ରଧାନଙ୍କ ଘରେ ଲାଗିଥିଲା ଏହି ଏସି। ଭିତରେ ସାପ ଥିବା ଜାଣି ପରିବାର ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର