ଆତଙ୍କବାଦୀଙ୍କ ବର୍ବରତା: ଦୁଇ ଶ୍ରମିକଙ୍କୁ ଗୁଳି

ନୂଆଦିଲ୍ଲୀ:  ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ଆତଙ୍କବାଦୀମାନେ ବଡଗାମରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି। ଶେଷ ଖବର ଅନୁଯାୟୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ନାମ ଉସମାନ ଏବଂ ସଞ୍ଜୟ, ଉଭୟ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ଦୁହେଁ ଜଳ ଜୀବନ ମିଶନ ଅଧୀନରେ ଚାଲିଥିବା ଏକ ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କରୁଥିଲେ।

ଗତ ଦୁଇ ସପ୍ତାହ ମଧ୍ୟରେ କାଶ୍ମୀର ଉପତ୍ୟକାରେ ପ୍ରବାସୀ ଶ୍ରମିକଙ୍କ ଉପରେ ଏହା ଚତୁର୍ଥ ଆତଙ୍କୀ ଆକ୍ରମଣ। ଅକ୍ଟୋବର ୨୦ରେ ଗନ୍ଦେରବାଲସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ୟ୍ୟ ଚାଲିଥିବା ସମୟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଆଖିବୁଜା ଗୁଳିମାଡ଼ରେ ସାତ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଜଣେ ଡାକ୍ତରଙ୍କ ସମେତ ଛଅ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଥିଲେ। ପାକିସ୍ତାନର ଲଶ୍କର-ଏ-ତୋଏବା ଏହି ଘଟଣା ଘଟାଇଥିବା ଦାବି କରିଥିଲା।

  • Related Posts

    ରାଜନୀତିରେ ଏଣ୍ଟ୍ରି ମାରିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

    ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓ ଶନିବାର ବାରାଣସୀଠାରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏମ୍‌ ନାଗେଶ୍ୱର ରାଓ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି…

    Continue reading
    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ