ସୋଆ ବିଶ୍ୱ ବିଦ୍ୟାଳୟର ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ- 2026 ପାଳିତ

ଭୁବନେଶ୍ୱର – ତା 25.04.26 – ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ର ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ, ଓଡିଶା ପ୍ରାଣୀ ଚିକିତ୍ସା ପରିଷଦ ଏବଂ ଓଡିଶା ପ୍ରାଣୀ ଚିକିତ୍ସା ସମିତି ମିଳିତ ଆନୁକୂଲ୍ୟରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ -2026 ସୋଆ କ୍ୟାମ୍ପସ -4, ଅଡ଼ିଟୋରିଅମ ହଲ ରେ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ର ବାର୍ତ୍ତା ହେଲା – ‘”ପ୍ରାଣୀ ଚିକିତ୍ସକମାନେ : ଖାଦ୍ୟ ଓ ସ୍ୱାସ୍ଥ୍ୟର ଅଭିଭାବକ”।
ତେଣୁ ପ୍ରାଣୀଜ ଖାଦ୍ୟ ନିରାପତ୍ତା ଏବଂ ପ୍ରାଣୀ ଠାରୁ ମନୁଷ୍ୟକୁ ବ୍ୟାପୁଥିବା ବିଭିନ୍ନ ରୋଗ ଯଥା – ବାର୍ଡଫ୍ଲୁ, ଜଳାନ୍ତକ,ଆନ୍ତ୍ରାକ୍ସ, ଯକ୍ଷ୍ମା, ବୃ୍ସେଲ୍ଲା ଆଦିକୁ ରୋକିବା ଏବଂ ବିଭିନ୍ନ ପ୍ରାଣୀଜ ପୃଷ୍ଟିସାର ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ ବୃଦ୍ଧିରେ ପ୍ରାଣୀ ଚିକିତ୍ସକମାନଙ୍କ ଭୁମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜିର ଅତିଥିମାନେ ନିଜର ବକ୍ତବ୍ୟ ରଖି କହିଥିଲେ।
ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ସୋଆ ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ( ଡ଼ଃ )ପ୍ରଦୀପ୍ତ କୁମାର ନନ୍ଦ ଏହି ଉତ୍ସବକୁ ଉଦଘାଟନ କରି ସୁସ୍ଥ ମାନବ ସମାଜ ଗଠନରେ ପ୍ରାଣୀ ଚିକିତ୍ସକମାନଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡ଼ଃ ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସେହିପରି ସିଫା ର ନିର୍ଦେଶକ ଡ଼ଃ ପ୍ରମୋଦ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଆମ ଖାଦ୍ୟ ଓ ସ୍ୱାସ୍ଥ୍ୟ ଗଠନରେ ପ୍ରାଣୀ ଏବଂ ପ୍ରାଣୀ ଚିକିତ୍ସକମାନଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। କଲେଜ ତରଫରୁ ଆୟୋଜିତ କୁଇଜ଼ ଓ ବକୃତା ପ୍ରତିଯୋଗିତା ରେ କୃତୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ପ୍ରଥମ ଶ୍ରେଣୀରେ 3000 ଟଙ୍କା, ଦ୍ଵିତୀୟ ଶ୍ରେଣୀ ରେ 2000 ଟଙ୍କା ଓ ତୃତୀୟ ଶ୍ରେଣୀରେ 1000 ଟଙ୍କା ସହିତ ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା। ସେହିପରି ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ବିଭିନ୍ନ ଦିଗରେ ପାରଦର୍ଶିତା ଲାଭ କରିଥିବା 12 ଜଣ ବରିଷ୍ଠ ପ୍ରାଣୀ ଚିକିତ୍ସାବିତ ଏବଂ ଦୁଇ ଜଣ ପ୍ରାଣୀ ସମ୍ପଦ ଉଦ୍ୟୋଗୀ ମାନଙ୍କୁ ମେମୋଣ୍ଟ, ଉତ୍ତରୀୟ, ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଶେଷରେ ପ୍ରଫେସର ଡ଼ଃ ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ ର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସଂଗୀତ ଓ ଗ୍ରୁପ ନାଚ ପରିବେଷଣ କରାଯାଇଥିଲା।ଅପରାହ୍ନରେ ଏଠାରେ ଆୟୋଜିତ ଏକ ବୈଷୟିକ କର୍ମଶାଳାରେ ଜାତୀୟ ପ୍ରତିଷ୍ଠାନ -ଏଫ. ଏମ. ଡି ର ବରିଷ୍ଠ ବୈଜ୍ଞାନିକ ଡ଼ଃ ଲଷ୍ମୀନାରାୟଣ ଷଡ଼ଙ୍ଗୀ, ପ୍ରାଣୀ ଚିକିତ୍ସକ ମାନେ : ଖାଦ୍ୟ ଓ ସ୍ୱାସ୍ଥ୍ୟ ର ଅଭିଭାବକ – ରୋଗ ପର୍ଯ୍ୟବେକ୍ଷଣର ସୁଦୃଢ଼ୀ କରଣ ଏବଂ କ୍ଷେତ୍ର ସ୍ତରରୁ ଲାବୋରଟୋରୀ ପର୍ଯ୍ୟନ୍ତ ଜୈବ -ନିରାପତ୍ତାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଏହି ଉପଲକ୍ଷେ, ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ଭିଙ୍ଗାରପୁର ଠାରେ ପ୍ରାଣୀ ଚିକିତ୍ସା ଓ ସଚେତନତା ଶିବିର ଆୟୋଜିତ ହୋଇଥିଲା ଏବଂ ବହୁ ସଂଖ୍ୟା ରେ ଗାଈଗୋରୁ, ଛଡା, ବାଛୁରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଇମ୍ୟୁ୍ନୋଲୋଜିକାଲ ଏବଂ ରୋଟାରୀ କ୍ଲବ, ଭୁବନେଶ୍ୱର ସହାୟତା କରିଥିଲେ।

  • Related Posts

    ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ

    କଟକ,୨୫/୦୪/୨୦୨୬:କଟକର ଐତିହାସିକ ବାରବାରୀ ଷ୍ଟାଡିୟମକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି ନୋଟିସ। ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ ବାରବାଟୀ ସହିତ ଦେଶର ୬ଟି କ୍ରିକେଟ ଷ୍ଟାଡିୟମଙ୍କୁ ଏନଜିଟି ନୋଟିସ କରିଛନ୍ତି।ବିନା ଏନଓସିରେ ପିଚ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳର ଅପବ୍ୟବହାର…

    Continue reading
    କେନ୍ଦୁଝର ଜିଲ୍ଲାରେ ପାଟଣା ସାହାରପଡା ବ୍ଲକରେ ଡ଼ାଇରିଆ ଆତଙ୍କ

    କେନ୍ଦୁଝର,୨୫/୦୪/୨୦୨୬:କେନ୍ଦୁଝର ଜିଲ୍ଲାରେ ପାଟଣା ସାହାରପଡା ବ୍ଲକ ବାଇକଳା ପଞ୍ଚାୟତ ଲୁଙ୍ଗା ଗ୍ରାମରେ ଅନେକ ଲୋକ ଏବେ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଅତ୍ୟଧିକ ଗରମ ସମୟରେ ଦୂଷିତ ପାଣି ପିଇବା ଯୋଗୁ ଗ୍ରାମରେ ଡ଼ାଇରିଆ ବ୍ୟାପିଥିବା ଲୋକେ ଅନୁମାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର