ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଘଟିଥିବା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ସୁରକ୍ଷିତ ଥିବା ଜାଣି ସେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ସୁସ୍ଥତା ଏବଂ ସୁରକ୍ଷା ପାଇଁ ଶୁଭକାମନା ଜଣାଇବା ସହ ଏକ ବାର୍ତ୍ତାରେ କହିଛନ୍ତି ଯେକୌଣସି ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏପରି ଘଟଣାର କଡ଼ା ନିନ୍ଦା କରାଯିବା ଉଚିତ।

ମିଳିଥିବା ସୂଚନା ଅନୁଯାୟୀ ୱାଶିଂଟନ ହିଲଟନ ହୋଟେଲରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନେକ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ ଘଟିଥିଲା। ଗୁଳିକାଣ୍ଡର ଶବ୍ଦ ଶୁଣିବା ମାତ୍ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ବରିଷ୍ଠ ଆମେରିକୀୟ ଅଧିକାରୀମାନଙ୍କୁ ରାତ୍ରୀଭୋଜନରୁ ବାହାରକୁ ସ୍ଥାନାନ୍ତର କରାଯାଇଥିଲା। ଗୁଳି ଫୁଟିବା ଶବ୍ଦ ଶୁଣି ହିଲଟନ୍ ହୋଟେଲର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୁରକ୍ଷା କର୍ମଚାରୀମାନେ ଭୋଜି ହଲ୍ ଭିତରକୁ ଦୌଡ଼ି ଆସିଲେ। ସୁରକ୍ଷା ଅଧିକାରୀମାନେ ଲୋକଙ୍କୁ ନୀରବ ରହିବାକୁ ଅନୁରୋଧ କରୁଥିବା ସମୟରେ ଅତିଥିମାନେ ଟେବୁଲ ତଳେ ଲୁଚି ରହିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ଲୋକ କହିଛନ୍ତି ଯେ ସେମାନେ ପାଞ୍ଚରୁ ଆଠଟି ଗୁଳି ଫୁଟିବା ଶବ୍ଦ ଶୁଣିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାଷଣ ଅପେକ୍ଷା କରିଥିବା ଶହ ଶହ ସାମ୍ବାଦିକ, ଏବଂ ରାଜନେତାଙ୍କ ସହିତ ପରିପୂର୍ଣ୍ଣ ହଲ୍ କୁ ତୁରନ୍ତ ଖାଲି କରାଯାଇଥିଲା। ଆଖପାଖ ଅଞ୍ଚଳରେ ସୁରକ୍ଷା ଅତ୍ୟନ୍ତ କଡ଼ା ରହିଥିଲା।

  • Related Posts

    ନାଟୋକୁ ଟ୍ରମ୍ପଙ୍କ ଝଟକା : ଜର୍ମାନୀରୁ ୫୦୦୦ ସୈନ୍ୟ ପ୍ରତ୍ୟାହାର

    ୱାଶିଂଟନ: ୟୁରୋପରେ ନାଟୋକୁ ଆମେରିକା ଏକ ଝଟକା ଦେଇଛି। ଆମେରିକା ଶୁକ୍ରବାର ଘୋଷଣା କରିଛି ଯେ ସେ ତାର ନାଟୋ ସହଯୋଗୀ ଜର୍ମାନୀରୁ ୫୦୦୦ ସୈନ୍ୟ ପ୍ରତ୍ୟାହାର କରୁଛି। ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

    Continue reading
    ବିମାନ ଦୁର୍ଘଟଣାରେ ୫ଜଣ ଖେଳାଳି ମୃତ

    ୱାଶିଂଟନ୍: ଆମେରିକାର ଟେକ୍ସାସ ରାଜ୍ୟର ଏକ ହିଲ୍ କଣ୍ଟ୍ରି ଅଞ୍ଚଳରେ ଶୁକ୍ରବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣାର ସାମ୍ନା କରିଥିବା ବିମାନ ଖଣ୍ଡଖଣ୍ଡ ହୋଇଯାଇଛି। ଏହି ଦୁର୍ଘଟଣାରେ ୫ ଜଣ ଖେଳାଳିଙ୍କର ମୃତ୍ୟୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ