ନବୀନ ଚିଠି ଲେଖା ନେତା: ପୃଥ୍ୱୀରାଜ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବିରୋଧୀ ନେତା ନବୀନ ପଟ୍ଟନାୟକ କେନ୍ଦୁଝରର ଜିତୁ ମୁଣ୍ଡା ପ୍ରସଙ୍ଗରେ ଚିଠି ଲେଖିବାକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି । ନବୀନ ଜଣେ ଚିଠି ଲେଖା ନେତା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହାଛଡ଼ା ଦାନ ମାଝୀ ଘଟଣା ସମୟରେ କ’ଣ ହୋଇଥିଲା ବୋଲି ସେ ନବୀନଙ୍କୁ ପ୍ରଶ୍ନ କରିଛନ୍ତି । ସେତେବେଳେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ସେ ଭୁଲିଯାଇଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଦାନ ମାଝୀ ଘଟଣାରେ ସମ୍ପୂର୍ଣ୍ଣଭାବେ ରାଜ୍ୟ ସରକାରଙ୍କ ଭୁଲ ଥିଲା । ସେତେବେଳେ କିଏ କାହାକୁ ଚିଠି ଲେଖିଥିଲା । ଚିଠି ଲେଖା ନେତା, ସୋସିଆଲ ମିଡିଆରେ ଗାଳି ଛଡ଼ା ଅଧିକ କିଛି କରିପାରିବେନି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ପ୍ରକାଶ ଯେ ଜିତୁ ମୁଣ୍ଡା ଘଟଣାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ଗତ ଏପ୍ରିଲ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପଶି ଶାଖାରେ ଘଟିଥିବା ଅମାନବୀୟ ଘଟଣାରେ ଆଲୋକପାତ କରିବା ପାଇଁ ବିରୋଧୀ ଦଳ ନେତା ଚିଠି ଲେଖିଛନ୍ତି। ବ୍ୟାଙ୍କ ଏହି ଅମାନବୀୟ ଆଚରଣକୁ ଯଥାର୍ଥ କରିବା ପାଇଁ ଆରବିଆଇ ନିର୍ଦ୍ଦେଶାବଳୀର ଆଳ ଦେଖାଉଛି। ଏହାଦ୍ଵାରା ବ୍ୟାଙ୍କ ଅଧିକାରୀମାନଙ୍କର ଦାୟିତ୍ୱବୋଧତାକୁ ଲୁଚେଇବା ପାଇଁ ଚେଷ୍ଟା କରାଯାଉଛି। ଗଣତନ୍ତ୍ରରେ ନିୟମ ନାଗରିକମାନଙ୍କୁ ଅପମାନିତ କରିବା ପାଇଁ ନୁହେଁ, ବରଂ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ନବୀନ କହିଛନ୍ତି।

ନବୀନ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଏହି ଭୟଙ୍କର ଘଟଣା ସମଗ୍ର ଓଡ଼ିଶାର ଜନଭାବନାକୁ ଆଘାତ ଦେଇଛି। ନ୍ୟୁୟର୍କ ପୋଷ୍ଟ ଏବଂ ବିବିସି ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ଘଟଣା ଦୃଷ୍ଟି ଆକର୍ଷଣ କରିଛି। ଏହି ଘଟଣାଟି ପୃଥକ ଭାବରେ ଆମକୁ ଏକ ଅଧିକ ମାନବିକ ବ୍ୟାଙ୍କିଂ ପ୍ରଶାସନ ପ୍ରତିଷ୍ଠା କରିବା ପାଇଁ ଏକ ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି। ବିଶେଷକରି ଦୂରବର୍ତ୍ତୀ ଆଦିବାସୀ ଅଞ୍ଚଳରେ। ଏହି ଆଶ୍ଚର୍ୟ୍ୟଜନକ ତ୍ରୁଟି ପାଇଁ ତୁରନ୍ତ ସ୍ପଷ୍ଟ ଦାୟିତ୍ୱ ସ୍ଥିର କରାଯାଉ। ଏହା ସମସ୍ତ ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ସହାନୁଭୂତି ସହିତ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ଗ୍ୟାରେଣ୍ଟି ଦେବା ପାଇଁ ଏକ ସ୍ପଷ୍ଟ ସଙ୍କେତ ଦେବ। ଘଟଣାରେ ଆପଣଙ୍କ ହସ୍ତକ୍ଷେପ ସହିତ, ନାଗରିକଙ୍କ ପ୍ରତି ଏହି ପ୍ରକାରର ଅମାନବୀୟ ବ୍ୟବହାର ଦେଶର ଅନ୍ୟ କୌଣସି ସ୍ଥାନରେ ପୁନରାବୃତ୍ତି ନହେଉ ବୋଲି ଲେଖିଛନ୍ତି ନବୀନ।

  • Related Posts

    ହେଲିକପ୍ଟର ପାଇଁ ବଦଳିଲେ କି ରାଜ୍ୟପାଳ?

    ଭୁବନେଶ୍ୱର, ୮ ।୧୦ : ବିଜେପି ସରକାର ଆସିବା ପରେ ମାତ୍ର ଅଢେ଼ଇ ବର୍ଷରେ ରାଜ୍ୟ ତିନି ରାଜ୍ୟପାଳଙ୍କୁ ଦେଖି ସାରିଲାଣି । ବିଜେପି ସରକାର ଅମଳରେ ପ୍ରଥମେ ରାଜ୍ୟପାଳ ଥିଲେ ରଘୁବର ଦାସ । ସେ ୨୦୨୩ ଅକ୍ଟୋବର ୩୧ରୁ…

    Continue reading
    ଉଚ୍ଚ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଜେପି ସରକାର ପ୍ରତିବଦ୍ଧ: ଅନୀଲ ବିଶ୍ୱାଳ

     କ୍ୟାମ୍ପସର ବିକାଶ, ଯୁବ ବର୍ଗଙ୍କ ନିଯୁକ୍ତି ବିଜେପି ସରକାରର ପ୍ରାଥମିକତା  କେବଳ ଡିଗ୍ରୀ ପ୍ରଦାନ ନୁହେଁ ବରଂ ଶିକ୍ଷା ସହ ଦକ୍ଷତା, ଗବେଷଣା ଓ ନିଯୁକ୍ତି ସୁଯୋଗକୁ ଯୋଡି ଓଡ଼ିଶାର ଯୁବପିଢ଼ୀ ପାଇଁ ଭବିଷ୍ୟତ ନିଶ୍ଚିତ କରାଯାଉଛି: ସୁଜାତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ