ନବଉତ୍କଳର ନିର୍ମାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର :ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅପୂର୍ବ ନେତୃତ୍ୱ ପ୍ରଦାନ କରିଥିବା ନବଉତ୍କଳର ନିର୍ମାତା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର ଏକ ଅବିସ୍ମରଣୀୟ ପ୍ରତୀକ ଭାବେ ସଦା ସ୍ମରଣୀୟ। ତାଙ୍କର ଦୂରଦୃଷ୍ଟି, ପ୍ରଜାନୁରଞ୍ଜନ ଶାସନ ଓ ରାଜ୍ୟ ଗଠନରେ ଅବଦାନ ଓଡ଼ିଶାର ଇତିହାସକୁ ଏକ ଦୃଢ଼ ଭିତ୍ତି ପ୍ରଦାନ କରିଛି।ଏହି ଅବସରରେ ଆଜି ସକାଳ ୮ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ପରିବହନ ଭବନ ସମ୍ମୁଖ ଏଜି ଛକରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।ଏହି ମାଲ୍ୟାର୍ପଣ କାର୍ୟ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ଓ ସାଂସଦ, ବ୍ରହ୍ମପୁରପ୍ରଦୀପ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହାସହ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ସହକାରୀ ଅର୍ଥ ପରାମର୍ଶଦାତା ତଥା ଉପ ଶାସନ ସଚିବ ପୃଥ୍ୱୀରାଜ ପାଣି, ସହକାରୀ ନିର୍ଦ୍ଦେଶକ ଦୀପକ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା, ପ୍ରମୋଦିନୀ ଟେଟେ, ସୁଜିତ ରଞ୍ଜନ ସ୍ୱାଇଁ ଓ ଏମ୍. ଅଭିଶେକ୍ ସହିତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ, ସଂସ୍କୃତି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ପାରଳା ଗଜପତି ବିକାଶ ମଞ୍ଚର କର୍ମକର୍ତ୍ତାମାନେ, ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀ ଓ ସାଧାରଣ ଲୋକମାନେ ଯୋଗଦେଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

  • Related Posts

    ମହାନଦୀରେ ବୁଡି ମାଛ ଧରାଳିଙ୍କ ମୃତ୍ୟୁ

    ପାରାଦୀପ: ମହାନଦୀରେ ବୁଡି ଯୁବକ ମୃତ। ପାରାଦୀପ ଚଉମୁହାଣି ନିକଟରେ ମହାନଦୀରେ ଜାଲ ଟାଣି ମାଛ ଧରୁଥିବା ବେଳେ ଯୁବକ ଜଣକ ପାଣିରେ ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି। କୁଜଙ୍ଗରୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ମୃତ ବ୍ୟକ୍ତି…

    Continue reading
    ବଡ଼ଦାଣ୍ଡରେ ପହଞ୍ଚିଲା ରଥକାଠ

    ପୁରୀ: ପୁରୀ ରଥଖଳାରେ ପହଞ୍ଚିଲା ରଥକାଠ। ଗତକାଲି ରାତିରେ ଗଞ୍ଜାମ ଘୁମୁସର ରେଞ୍ଜରୁ ଆସି ରଥକାଠ ବଡ଼ଦାଣ୍ଡରେ ପହଞ୍ଚିଛି। ଏଥିରେ ୧୨ ଫୁଟିଆ ଧଉରା ୪ ଖଣ୍ଡ ଓ ୨୦ ଫୁଟିଆ ଅସନ ୮ ଖଣ୍ଡ ରହିଛି। ସେହିଭଳି ୨୦ ଫୁଟିଆ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର