ପଇଡ଼ ପାଣିର ଫାଇଦା

ଖରା ଦିନରେ ପଇଡ଼ ପାଣି ବେଶ୍ ଉପକାରୀ ଜାଣିଥିବେ ନିଶ୍ଚୟ, କିନ୍ତୁ ଏହା ଶୀତଋତୁରେ ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଜାଣନ୍ତି କି? ଅନେକ ଲୋକ ଭାବନ୍ତି ଯେ ଶୀତଦିନେ ପଇଡ଼ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ, କିନ୍ତୁ ସେପରି ହୁଏନାହିଁ। ଶୀତଦିନେ ପଇଡ଼ ପାଣି ଶରୀରକୁ କେବଳ ଭିତରୁ ଶକ୍ତିଶାଳୀ କରେ ନାହିଁ, ବରଂ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ବିଶେଷକରି ଶୀତ ଦିନରେ ଲୋକମାନେ ପାଣି ପିଇବାକୁ ଅମଙ୍ଗ ହୁଅନ୍ତି। ଏପରି ସମୟରେ ପଇଡ଼ ପାଣି ଶରୀରକୁ ହାଇଡ୍ରେଟ ରଖିବାରେ ପ୍ରମୁଖ ଭୂମିକା ନିଭାଇଥାଏ। କେବଳ ଏତିକି ନୁହେଁ, ପଇଡ଼ ପାଇ ଶୀତଦିନେ ଶରୀରକୁ ଏକାଧିକ ଲାଭ ଦେଇଥାଏ, ସେସବୁ କଣ ଜାଣନ୍ତୁ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
ଶୀତଦିନେ ରୋଗ ଶୀଘ୍ର ଆକ୍ରମଣ କରେ। ଏହାର ମୁଖ୍ୟ କାରଣ ପ୍ରତିରୋଧ ଶକ୍ତିର ଅଭାବ। ତେଣୁ, ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ପଇଡ଼ ପାଇଁ ହେଉଛି ସର୍ବତ୍କୃଷ୍ଠ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।

ଚର୍ମରେ ଚମକ ଆଣେ
ଶୀତଦିନେ ଚର୍ମ ପ୍ରାୟତଃ ଶୁଷ୍କ ହୋଇଯାଏ। ଏପରି ସ୍ଥିତିରେ, ଯଦି ଆମେ ପଇଡ଼ ପାଣି ପିଇଥାଉ, ଏହା ଆମ ଚର୍ମକୁ ପ୍ରାକୃତିକ ଭାବରେ ଆର୍ଦ୍ର କରିବାରେ ସାହାଯ୍ୟ କରେ। ପଇଡ଼ ପାଣି ଚର୍ମକୁ ଭିତରରୁ ହାଇଡ୍ରେଟ୍ ରଖେ। ଏହା ଚର୍ମର ପ୍ରାକୃତିକ ଚମକକୁ ବଜାୟ ରଖିବା ସହ ଶୁଷ୍କ ହେବାକୁ ଦିଏନାହିଁ।

ରକ୍ତଚାପ ନିୟନ୍ତ୍ରଣ କରେ
ଯଦି ଉଚ୍ଚ ରକ୍ତଚାପ ସମସ୍ୟା ଅଛି ତେବେ ପଇଡ଼ ପାଣି ଲାଭଦାୟକ ହୋଇପାରେ। ବାସ୍ତବରେ, ପଇଡ଼ ପାଣିରେ ପୋଟାସିୟମ୍ ଭରପୂର ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ
ଶୀତଦିନରେ ଶୋଇବା, ଉଠିବାରେ ବିଳମ୍ବ ହେବା ସହ କାମ କରିବାକୁ ମନଲାଗି ନଥାଏ। ଫଳରେ ହଜମ ପ୍ରକ୍ରିୟା ବିଳମ୍ବ ହୁଏ। ହଜମ ଠିକ୍ ନ ହେଲେ ନାନା ସମସ୍ୟା ଦେଖାଯାଏ। ତେଣୁ ହଜମ ପ୍ରକ୍ରିୟା ବଜାୟ ରଖିବା ପାଇଁ ଶୀତଦିନେ ପଇଡ଼ ପାଣି ଉତ୍ତମ ବିକଳ୍ପ ହୋଇପାରେ। ଏହା ପେଟକୁ ସଫା ରଖିବା ସହ ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ।

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ
ଯଦି ଶୀତଦିନେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ପଇଡ଼ ପାଣି ସାହାଯ୍ୟ କରିପାରିବ। କାରଣ ଏଥିରେ କମ୍ କ୍ୟାଲୋରୀ ଥାଏ। ଏହା ଭୋକକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ।

  • Related Posts

    ମହିଳାମାନେ ପସନ୍ଦ କରୁଥିବା ପୁରୁଷ

    – ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…

    Continue reading
    ପିଲାମାନଙ୍କ ମଧୁମେହ ଲକ୍ଷଣ

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କ ପିଲା ଶୀଘ୍ର ଥକିଯାଉଛି, ବାରମ୍ବାର ପରିସ୍ରା କରିବାକୁ ଯାଉଛି, ଅତ୍ୟଧିକ ଶୋଷିଲା ଅନୁଭବ କରୁଛି, ତେବେ ସେ ମଧୁମେହର ପ୍ରାରମ୍ଭିକ ପର୍ୟ୍ୟାୟରେ ରହିଛି। ଯଦି ପିଲାଟି ମୋଟା ଅଛି ଏବଂ ଏହି ଲକ୍ଷଣ ଦେଖାଦେଉଛି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ