ନବବଧୂଙ୍କ ଦେହରେ ନିଆଁ ଲଗାଇ ହତ୍ୟା ଅଭିଯୋଗ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ବେଣାକନ୍ଧା ମୌଜାର ଜଣେ ନବବଧୂଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଘର ନିକଟ ଚାଷ ଜମିରେ ମୃତ ଶରୀର ପଡ଼ି ରହଥିବା ଦେଖିବାକୁ ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ମହିଳା ଜଣଙ୍କ ହେଲେ ତଅପୋଇ ମଣ୍ଡଳ (୨୮) ତାଙ୍କ ସ୍ବାମୀ ବିଶ୍ୱଜିତ ମଣ୍ଡଳ। ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ ହେଉଛି। ପୂର୍ବରୁ ବିବାଦ ଥିବା ପ୍ରାଥମିକ ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ରତି ରଞ୍ଜନ ନାୟକ କହିଛନ୍ତି ଖବରପାଇ ଘଟଣାସ୍ଥଳରେ ପୋଲିସ ଟିମ ମୁତୟନ କରାଯାଇଛି। ଅଧିକ ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

  • Related Posts

    ବେକରେ ରଶି ଲଗାଇ ଝୁଲି ପଡ଼ିଲେ ବୃଦ୍ଧ ଦମ୍ପତି

    ଧରାକୋଟ: ଋଣ ବୋଝ ନେଇଗଲା ଜୀବନ ! ଋଣ ଭାର ସହିନପାରି ବେକରେ ରଶି ଲଗାଇ ଦେଲେ ବୃଦ୍ଧ ଦମ୍ପତି । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଗାଙ୍ଗପୁର ଥାନା ଝାଡ଼ବନ୍ଧ ପଞ୍ଚାୟତ କଳାସୂତା ଗାଁରେ ।…

    Continue reading
    ସମ୍ପତ୍ତି ପାଇଁ ନୁହେଁ, ବରଂ ଇର୍ଷାରୁ ହୋଇଛି ଏହି ହତ୍ୟାକାଣ୍ଡ:ଝିଅ

    ବ୍ରହ୍ମପୁର: ବ୍ରହ୍ମପୁର ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ଘଟଣାରେ ନୂଆ ଟୁଇଷ୍ଟ। ସମ୍ପତ୍ତି ପାଇଁ ନୁହେଁ, ବରଂ ଇର୍ଷାରୁ ହୋଇଛି ଏହି ହତ୍ୟାକାଣ୍ଡ। ଏମିତି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁଧୀରଙ୍କ ଝିଅ।ସୁଧୀରଙ୍କ ଝିଅ କହିଛନ୍ତି, ଇର୍ଷା ଯୋଗୁ ସେମାନେ ବାପାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର